ଚାଷୀ ସମସ୍ୟା ନେଇ ସରକାରଙ୍କୁ ଘେରିଲା କଂଗ୍ରେସ: ତାରା-ବାଚସ୍ପତି ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତୁହାକୁ ତୁହା ବର୍ଷାରେ ଭିଜୁଛି ଚାଷୀର ଝାଳବୁହା ପରିଶ୍ରମ। କାମ ଦେଉନି ପଲିଥିନ ଚଦର। କୋରାପୁଟ ଜୟପୁର ବଡ଼ଜିଉନା ମଣ୍ଡିରେ ବିକ୍ରି ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ୍ ଧାନ ଗତ ୪-୫ ଦିନ ହେଲା ବର୍ଷା ମାଡ଼ ସହୁଥିଲେ ବି, ସରକାରୀ ଅଧିକାରୀଙ୍କ ନିଘା ନାହିଁ। ରବି ମଣ୍ଡି ପାଇଁ ଟାର୍ଗେଟ୍ ପୂରଣ ହୋଇସାରିଥିବାରୁ, ଆଉ ଧାନ ଉଠାଉ ନାହିଁ ଜିଲ୍ଲା ଯୋଗାଣ ବିଭାଗ। କୋରାପୁଟ ଜିଲ୍ଲା ପାଇଁ ଏଥର ୧୦ ଲକ୍ଷ […]

tara-1

Tapas Behera
  • Published: Monday, 01 July 2019
  • , Updated: 01 July 2019, 09:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତୁହାକୁ ତୁହା ବର୍ଷାରେ ଭିଜୁଛି ଚାଷୀର ଝାଳବୁହା ପରିଶ୍ରମ। କାମ ଦେଉନି ପଲିଥିନ ଚଦର। କୋରାପୁଟ ଜୟପୁର ବଡ଼ଜିଉନା ମଣ୍ଡିରେ ବିକ୍ରି ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ୍ ଧାନ ଗତ ୪-୫ ଦିନ ହେଲା ବର୍ଷା ମାଡ଼ ସହୁଥିଲେ ବି, ସରକାରୀ ଅଧିକାରୀଙ୍କ ନିଘା ନାହିଁ।

ରବି ମଣ୍ଡି ପାଇଁ ଟାର୍ଗେଟ୍ ପୂରଣ ହୋଇସାରିଥିବାରୁ, ଆଉ ଧାନ ଉଠାଉ ନାହିଁ ଜିଲ୍ଲା ଯୋଗାଣ ବିଭାଗ। କୋରାପୁଟ ଜିଲ୍ଲା ପାଇଁ ଏଥର ୧୦ ଲକ୍ଷ ୭୪ ହଜାର ୪୮୪ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ୍ ଥିବା ବେଳେ, ଜୁନ୍ ୨ରୁ ୩୦ ମଧ୍ୟରେ ପ୍ରାୟ ୧୦ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ତେଣୁ ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ଟାର୍ଗେଟ୍ ନଆସିବା ପର୍ଯ୍ୟନ୍ତ ଅଧିକ ଧାନ ସଂଗ୍ରହ ହୋଇପାରିବ ନାହିଁ ବୋଲି, ଜିଲ୍ଲା ଯୋଗାଣ ଅଧିକାରୀ ସଫାସଫା ଶୁଣାଇଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି।

କେବଳ ବଡ଼ଜିଉନା ନୁହେଁ, ଫାମ୍ପୁଣୀ ଓ କୋଟପାଡ ମଣ୍ଡିକୁ ମିଶାଇ ୧୦ ହଜାର କୁଇଣ୍ଟାଲରୁ ଅଧିକ ଧାନ ବିକ୍ରି ଅପେକ୍ଷାରେ ପଡ଼ିରହିଥିବାରୁ, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ଆଜି କୋହଲା ପାଗରେ ବି ବେଶ୍ ସରଗରମ ଥିଲା ବିଧାନସଭା ଗୃହ। ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ୍ ପାଖକୁ ଆସି ହୋହଲ୍ଲା କରିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ଅନ୍ୟ କଂଗ୍ରେସ ବିଧାୟକ।

କୃଷି ଓ କୃଷକ ସମସ୍ୟା ପ୍ରସଙ୍ଗରେ କଂଗ୍ରେସ ପୂର୍ବରୁ ଆଣିଥିବା ମୁଲତବୀ ନୋଟିସ୍ ବାଚସ୍ପତି କାହିଁକି ଗ୍ରହଣ କଲେ ନାହିଁ ବୋଲି ପ୍ରଶ୍ନ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ସାମ୍ନାକୁ ଆସି ମାଇକ୍ ଟଣାଓଟରା କରିଥିଲେ ବିଧାୟକ ତାରା ବିହିନୀପତି। ଏହି ସମୟରେ ତାରା ଓ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଫଳରେ ଗୃହକୁ ଦୁଇ ଦୁଇ ଥର ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ପରେ ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ଆଲୋଚନା କରିବା ପରେ ଗୃହ ସ୍ୱାଭାବିକ ହୋଇଥିଲା।

Related story