ବିଜୁଳି ବିଭାଗ ଶୁଣିଲାନି! ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

ବିନିକା (ଓଡ଼ିଶା ରିପୋର୍ଟର): ଲିପ୍ଟ ପଏଣ୍ଟକୁ ଦିଆଯାଇଥିବା ବିଜୁଳି କନେକ୍‌ସନ୍‌ କାଟିଦେଲା ବିଭାଗ। ଲିପ୍ଟ ପଏଣ୍ଟ ଚାଲିଲା ନାହିଁ। ଯାହାଫଳରେ ଧାନ କ୍ଷେତ ଶୁଖିଗଲା। ବାରମ୍ୱାର ନେହୁରା ହେଲା ପରେ ମଧ୍ୟ ବିଭାଗ ଶୁଣିଲା ନାହିଁ। ଶେଷରେ କିଛି ଉପାୟ ନପାଇ ଚାଷୀମାନେ ଧାନ କ୍ଷେତରେ ନିଆଁ ଲଗାଇଦେଇଛି। ଏପରି ଚିତ୍ର ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି। ଚଳିତବର୍ଷ ଆବଶ୍ୟକ ପରିମାଣର ବର୍ଷା ହୋଇନଥିଲା। ତେଣୁ ବିନିକା ତହସିଲ୍‌ ଭଣ୍ଡାର ପଞ୍ଚାୟତ ଅନ୍ତର୍ଗ […]

Farmer-of-Chulimal-village-in-Binika-area-torches-paddy-crops-cultivated-on-his-half-acre-of-farmland

Manoranjan Sial
  • Published: Wednesday, 06 November 2019
  • , Updated: 06 November 2019, 04:30 PM IST

ବିନିକା (ଓଡ଼ିଶା ରିପୋର୍ଟର): ଲିପ୍ଟ ପଏଣ୍ଟକୁ ଦିଆଯାଇଥିବା ବିଜୁଳି କନେକ୍‌ସନ୍‌ କାଟିଦେଲା ବିଭାଗ। ଲିପ୍ଟ ପଏଣ୍ଟ ଚାଲିଲା ନାହିଁ। ଯାହାଫଳରେ ଧାନ କ୍ଷେତ ଶୁଖିଗଲା। ବାରମ୍ୱାର ନେହୁରା ହେଲା ପରେ ମଧ୍ୟ ବିଭାଗ ଶୁଣିଲା ନାହିଁ। ଶେଷରେ କିଛି ଉପାୟ ନପାଇ ଚାଷୀମାନେ ଧାନ କ୍ଷେତରେ ନିଆଁ ଲଗାଇଦେଇଛି। ଏପରି ଚିତ୍ର ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି।

ଚଳିତବର୍ଷ ଆବଶ୍ୟକ ପରିମାଣର ବର୍ଷା ହୋଇନଥିଲା। ତେଣୁ ବିନିକା ତହସିଲ୍‌ ଭଣ୍ଡାର ପଞ୍ଚାୟତ ଅନ୍ତର୍ଗ ଚୁଲିମାଲ୍‌ ଗାଁର ଚାଷୀମାନେ ଉଠା ଚଳସେଚନ ପଏଣ୍ଟରୁ ପାଣି ଉଠାଇ ଚାଷ କରୁଥିଲେ। କ୍ଷେତ୍ରରେ ସୁନାର ଫସଲ ଲହରୀ ଖେଳୁଥିଲା। ତେବେ ହଠାତ୍‌ ଉଠାଜସେଚନ ପଏଣ୍ଟ ଅଚଳ ହୋଇଗଲା। ଏ ସମ୍ପର୍କରେ ଚାଷୀମାନେ ବାରମ୍ୱାର ବିଦ୍ୟୁତ ବିଭାଗ ପାଖରେ ଅଭିଯୋଗ କରୁଥିଲେ। ବିଦ୍ୟୁତ ବିଭାଗ ପଏଣ୍ଟ ମରାମମତି କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିଲା। ଚାଷୀଙ୍କ ଅଭିଯୋଗ ଶୁଣିନଥିଲା।  ଶେଷରେ ଚାଷୀମାନେ କିଛି ଉପାୟ ନପାଇ କ୍ଷେତରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି।

ଏନେଇ ବିନିକା ଅତିରିକ୍ତ ତହସିଲଦାର ରାକେଶ କୁମାର ଅଗ୍ରୱାଲ କହିଛନ୍ତି, ଆମ ପାଖରେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।

Related story