ଅଂଶୁଘାତରେ ଯୁବ ଚାଷୀଙ୍କ ମୃତ୍ୟୁ!

ଜଳେଶ୍ୱର (ଅଜିତ ଦାସ): ବିଲରେ କାମ କରୁଥିବା ବେଳେ ଜଣେ ଯୁବ ଚାଷୀ ଟଳି ପଡ଼ିଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରେ ଘଟିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଅଂଶୁଘାତରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଭୋଗରାଇ ଥାନା ଅନ୍ତର୍ଗତ ଟେଙ୍ଗରାମାରୀ ଗାଁର ନଗେନ୍ଦ୍ର ଜେନା (୪୫) ଆଜି ବିଲକୁ କାମ କରିବା ପାଇଁ ଯାଇଥିଲେ। ସେ ବିଲରେ କାମ କରୁଥିବା ବେଳେ ହଠାତ […]

FARMER-REPORTEDLY-DIES-OF-SUN-STROKE-WHILE-WORKING-IN-THE-FIELD

Manoranjan Sial
  • Published: Tuesday, 14 May 2019
  • , Updated: 14 May 2019, 09:09 PM IST

ଜଳେଶ୍ୱର (ଅଜିତ ଦାସ): ବିଲରେ କାମ କରୁଥିବା ବେଳେ ଜଣେ ଯୁବ ଚାଷୀ ଟଳି ପଡ଼ିଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରେ ଘଟିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଅଂଶୁଘାତରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଭୋଗରାଇ ଥାନା ଅନ୍ତର୍ଗତ ଟେଙ୍ଗରାମାରୀ ଗାଁର ନଗେନ୍ଦ୍ର ଜେନା (୪୫) ଆଜି ବିଲକୁ କାମ କରିବା ପାଇଁ ଯାଇଥିଲେ। ସେ ବିଲରେ କାମ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି।

Related story