ବିଷ ପିଇ ଆତ୍ମହତ୍ୟା କଲେ ଆଉ ଜଣେ ଚାଷୀ

Ordigital Desk
  • Published: Friday, 15 December 2017
  • , Updated: 15 December 2017, 02:30 PM IST
<p>ବରଗଡ଼: ବରଗଡ଼ ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ &nbsp;ହେଲେ ଅତାବିରା ବ୍ଳକ୍ ଭାଲୁପାଲ୍ଲୀ ଗାଁର ଉମେଶ ଜଗଦଲା। ଉମେଶ ହାତ ଉଧାରୀ କରି ୨ ଏକର ଜମିରେ ଭାଗ ଚାଷ କରିଥିଲେ। ହେଲେ ଚକଡ଼ା ପୋକରେ ଫସଲ ନଷ୍ଟ ହେବା କାରଣରୁ ଗତ କିଛିଦିନ ହେବ ସେ ଚାପରେ ଥିଲେ। ଗତକାଲି ଏହାକୁ ନେଇ ସେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।</p> <p>ଉମେଶଙ୍କ ସମ୍ପର୍କୀୟ କହିଛନ୍ତି,&ldquo; ଉମେଶ ଭାଗଚାଷୀ ଭାବରେ ୨ ଏକର ଜମିରେ ଧାନ ଚାଷ କରିଥିଲେ। ଏହାସହିତ ଅଧା ଏକର ଜମିରେ ବାଇଗଣ ଲଗାଇଥିଲେ। ଏଥିପାଇଁ ସେ ପ୍ରାୟ ୮୦ ହଜାର ଟଙ୍କା ଋଣ କରିଥିଲେ। ହେଲେ ଅମଳ ଭଲ ହେବା ପରି ଲାଗୁ ନଥିଲା।&nbsp; ତେବେ ଯାହା ଯେତିକି ହେଲେ ବି କ୍ଷତି ଭରଣ ହୋଇଯିବ ଆଶାରେ ଥିଲେ ଉମେଶ । ହେଲେ ଚକଡ଼ା ପୋକ ସବୁ ସାରି ଦେଲା। ଯାହାବି ଫସଲ ହୋଇଥିଲା ପୋକ ସବୁ ଉଜାଡ଼ି ଦେଲା। ଏପରି ସ୍ଥିତିରେ ମାନସିକ ଭାରସାମ୍ୟ ହାରାଇ ସେ ଗତକାଲି ବିଷ ପିଇ ଦେଇଥିଲେ। ସରକାରଙ୍କୁ ଏତିକି ନିବେଦନ କରୁଛୁ, ତାଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ।&rdquo;</p> <p>&amp;nbsp;</p>

Related story