ଚାଷୀ ପାଇଁ ଚକା ବନ୍ଦ: ୨ ଘଣ୍ଟା ଅବରୋଧ
ଚାଷୀଙ୍କୁ ସୁରକ୍ଷା ଭତ୍ତା, କୃଷି ଋ଼ଣ ଛାଡ଼ ଓ ସ୍ୱାମୀନାଥନ କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବା ଦାବିରେ ଚାଷୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ଭୁବନେଶ୍ୱର ରେଳଷ୍ଟେସନରେ ରେଳ ରୋକ କରିଥିଲେ। ଫଳରେ ଦୁଇ ଘଣ୍ଟା ପାଇଁ ରାସ୍ତା ଅଟକି ଯାଇଥିଲା। ନବ ନିର୍ମାଣ କୃଷକ ସଙ୍ଗଠନ ଉପଦ୍ଦେଷ୍ଟା ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲା।
ସଙ୍ଗଠନର ଉପଦ୍ଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି-“ରାଜକୁ ପଛରେ ପକାଇ ଭଉଣୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେମାନଙ୍କୁ ଅଟକ ରଖିବା ଦୁର୍ଭାଗ୍ୟ ଜନକ। ଏଥିରୁ ଜଣାପଡ଼ୁଛି ଚାଷୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କଣ? ଯେତେ ଦିନ ପର୍ଯ୍ୟନ୍ତ ଦାବି ପୂରଣ ହୋଇନଥିବ ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିବ।”
ଚାଷୀ ଆନ୍ଦୋଳନ କେବଳ ରାଜଧାନୀ ନୁହେଁ ସବୁଠି ଚାଲିଛି। ବଲାଙ୍ଗୀର-ଟିଟିଲାଗଡ଼ ରାସ୍ତାର ସିଂହଖମନ ଛକରେ ଜିଲ୍ଲ କୃଷକ ମହାସଂଘ ପକ୍ଷରୁ ରାସ୍ତା ରୋକ କରାଯାଇଥିଲା। ସେହିପରି ବଲାଙ୍ଗୀର-ସମ୍ବଲପୁର ରାସ୍ତାକୁ ରାମପୁରଠାରେ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଅବରୋଧ କଗରିଥିଲେ।
ଆନ୍ଦୋଳନକାରୀ ଚାଷୀ ଜ୍ୟୋତି ପ୍ରଧାନ କହିଛନ୍ତି-“ମଧ୍ୟପ୍ରଦେଶରେ ଚାଷୀଙ୍କୁ ଗୁଳି କରି ମାରିଦିଆଯାଇଛି। ଏହାର ପ୍ରତିବାଦରେ ଆମେ ବନ୍ଦରେ ସାମିଲ ହୋଇଛୁ। ମଧ୍ୟପ୍ରଦେଶ ପରି ଯଦି ରାଜ୍ୟ ସରକାର ଦମନଲୀଳା କରନ୍ତି ତାହାହେଲେ ବଲାଙ୍ଗିର ଚାଷୀ ଆନ୍ଦୋଳନରେ ସାମିଲ ହେବେ।”
ଏପଟେ ଚାଷୀମାନେ ଚାହିଁଲେ ତାଙ୍କ ସହ ସମସ୍ୟା ସମାଧାନ ପାଇଁ ଆଲୋଚନା କରିପାରିବି  ବୋଲି କୃଷିମନ୍ତ୍ରୀ କହିଛନ୍ତି।
Ordigital Desk
• Published: Friday, 16 June 2017
• Updated: 16 June 2017, 02:42 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos