ହଁ କରିଦେବେ କହି କରୁ ନାହାନ୍ତି, ପଡ଼ିଆ ପଡ଼ିଛି ବିଲ

ଯାଜପୁର (ଗୁଲାମ ଗସ୍): ବାତ୍ୟା ଫୋନି ତାଣ୍ଡବକୁ ୟା ଭିତରେ ୫ ମାସ ବିତିବାକୁ ବସିଲାଣି। କିନ୍ତୁ ବିପନ୍ନଙ୍କ ଦୁଃଖ ଯାଇନି। ବାତ୍ୟା ଫୋନିରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଚାଷୀକୂଳ ଏବେ ବି ଅଣ୍ଟା ସଳଖି ଛିଡ଼ା ହୋଇପାରି ନାହାନ୍ତି। ଫୋନି ଯାତନା ସହିଥିବା ଯାଜପୁର ଜିଲ୍ଲାର ଅରଖପୁର ପଞ୍ଚାୟତର ଚାଷୀ ଏବେ ବି ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ପାଣି ସମସ୍ୟା ସେମାନଙ୍କୁ ନିରାଶ କରିଛି। ଗେଙ୍ଗୁଟି ନଦୀ କୂଳରେ ଥିବା ସେମାନଙ୍କ ଜମିକୁ […]

jajpur..

Tapaswini Nayak
  • Published: Sunday, 22 September 2019
  • , Updated: 22 September 2019, 03:53 PM IST

ଯାଜପୁର (ଗୁଲାମ ଗସ୍): ବାତ୍ୟା ଫୋନି ତାଣ୍ଡବକୁ ୟା ଭିତରେ ୫ ମାସ ବିତିବାକୁ ବସିଲାଣି। କିନ୍ତୁ ବିପନ୍ନଙ୍କ ଦୁଃଖ ଯାଇନି। ବାତ୍ୟା ଫୋନିରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଚାଷୀକୂଳ ଏବେ ବି ଅଣ୍ଟା ସଳଖି ଛିଡ଼ା ହୋଇପାରି ନାହାନ୍ତି। ଫୋନି ଯାତନା ସହିଥିବା ଯାଜପୁର ଜିଲ୍ଲାର ଅରଖପୁର ପଞ୍ଚାୟତର ଚାଷୀ ଏବେ ବି ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ପାଣି ସମସ୍ୟା ସେମାନଙ୍କୁ ନିରାଶ କରିଛି। ଗେଙ୍ଗୁଟି ନଦୀ କୂଳରେ ଥିବା ସେମାନଙ୍କ ଜମିକୁ ଜଳ ଯୋଗାଣ ପାଇଁ ଉଦ୍ଦିଷ୍ଟ ଟ୍ରାନ୍ସଫର୍ମରଟି ଫୋନି ମାଡ଼ରେ ମୂଳରୁ ଉପୁଡ଼ି ପଡ଼ିଥିଲା, ଯାହା କି ଆଜି ବି ସେମିତି ସେଠାରେ ପଡ଼ି ରହିଛି। ଟ୍ରାନ୍ସଫର୍ମରଟି ଉପୁଡ଼ି ପଡ଼ିଥିବାରୁ ଉଠା ଜଳସେଚନ ପ୍ରକଳ୍ପଟି ପୂରା ଅଚଳ ହୋଇଯାଇଛି। ସେଥିପାଇଁ ଚାଷୀମାନେ ଜମିରେ ପାଣି ମଡ଼ାଇ ପାରୁ ନାହାନ୍ତି କି ଚାଷ କରିପାରୁ ନାହାନ୍ତି। ନଦୀରୁ ପାଣି ଉଠାଇବା ସମସ୍ୟା ଯୋଗୁ ଅନେକ ଜମି ପଡ଼ିଆ ପଡ଼ିଛି। ଆଉ ଯେଉଁ କେତେ ଜଣ କଷ୍ଟେମଷ୍ଟେ ଜମିରେ ଚାଷ କରିଛନ୍ତି, ତାହା ଏବେ ପାଣି ଅଭାରୁ ଉଜୁଡ଼ିବାକୁ ବସିଲାଣି।

ଟ୍ରାନ୍ସଫର୍ମରଟି ଠିକ୍‌ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ବି କେହି କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଚାଷୀ କୈଳାସ ଚନ୍ଦ୍ର ନାୟକ କହିଛନ୍ତି,“ଉଠା ଜଳସେଚନରୁ ପାଣି ଉଠାଇ ଚାଷ କରୁଥଲୁ। ହେଲେ ଟ୍ରାନ୍ସଫର୍ମର ଭାଙ୍ଗି ପଡ଼ିଛି। ପାଣି ଅଭାବରୁ ବିଲରେ ଧାନ କିମ୍ବା ଅନ୍ୟ ପରିପରିବା ଚାଷ କରିପାରିଲୁ ନାହିଁ, ବିଲ ପଡ଼ିଆ ପଡ଼ିଛି।”

ପାଣି ପଞ୍ଚାୟତ ସଂପାଦକ ଶରତ ସ୍ୱାଇଁ କହିଛନ୍ତି,“ ଟ୍ରାନ୍ସଫର୍ମ ଭାଙ୍ଗି ଯାଇଥିବା ନେଇ ଫୋନି ପରେ ମୁଁ ଇଲେକ୍ଟ୍ରି ଅଫିସରେ ଦରଖାସ୍ତ ଦେଇଥିଲି। ସେ ତାକୁ ଗ୍ରହଣ କଲେ, କିନ୍ତୁ ରସିଦ୍‌ ଦେଲେ ନାହିଁ। ସେହି ଦିନଠୁ ଏସଡିଓ ଓ ଜେଇଙ୍କୁ କହୁଛୁ। ହିଁ କରିବେ କହି କାମ କରୁନାହାନ୍ତି।”

ଏନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି,“କୌଣସି ବ୍ୟକ୍ତି ବିଶେଷ କି ବିଭାଗ ପକ୍ଷରୁ ଏନେଇ କୌଣସି ଅଭିଯୋଗ ହୋଇନାହିଁ। ଯଦି ଅଭିଯୋଗ କରାଯାଏ, ତାହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।”

ସେ ଆହୁରି କହିଛନ୍ତି,“ ଅନେକ ସ୍ଥାନରେ ଉଠା ଜଳ ସେଚନ ପ୍ରକଳ୍ପ ରହିଛି। ସ୍ଥାନୀୟ ଲୋକଙ୍କୁ ଏହା ହସ୍ତାନ୍ତର କରାଯାଇଛି। କିନ୍ତୁ ସେମାନେ ଏହାର ସଠିକ୍‌ ତଦାରଖ କରୁ ନାହାନ୍ତି ।

Related story