ବରଗଡ଼(ଦୀପକ ଶର୍ମା): ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥା ବିରୋଧରେ ତୀବ୍ର ହେଉଛି ଚାଷୀଙ୍କ ଅସନ୍ତୋଷ । ପ୍ରତିବାଦରେ ଗୋଡ଼ଭଗା ଛକରେ ଧାନ ବସ୍ତା ରଖି ସମ୍ବଲପୁର-ବରଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ। ଫଳରେ ଉଭୟ ପଟରେ ଯାନାବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଶହ ଶହ ସଂଖ୍ୟାରେ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସେମାନେ ସରକାରଙ୍କ ନିଷ୍ପତ୍ତି ଓ ଟୋକନ୍ ବ୍ୟବସ୍ଥାକୁ ପ୍ରବଳ ବିରୋଧ କରିଛନ୍ତି । ଗତକାଲି ଜିଦ୍ରେ ଅଟଳ ଥିବା ଚାଷୀଙ୍କ ସହ ଉତ୍ତରାଞ୍ଚଳ DIGଙ୍କ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ବିଳମ୍ବିତ ରାତିରେ ଅତାବିରାରେ ଚାଷୀଙ୍କ ସହ ଡିଆଇଜି ହିମାଂଶୁ ଲାଲ୍ ବୈଠକ ବସିଥିଲା । ଆନ୍ଦୋଳନ ପ୍ରତ୍ୟାହାର ପାଇଁ DIGଙ୍କ ଅନୁରୋଧକୁ ଚାଷୀ ପ୍ରତ୍ୟାଖ୍ୟାନ କରିଛନ୍ତି । ପୂର୍ବରୁ ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ସହ ଚାଷୀଙ୍କ ଆଲୋଚନା ବି ବିଫଳ ହୋଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଚନ୍ଦ୍ରଭାଗା ବୁଡ଼ ପାଇଁ ବସିଲା ପ୍ରଥମ ସମନ୍ୱୟ ବୈଠକ
ଚନ୍ଦ୍ରଭାଗା ବୁଡ଼ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତିନି ଠାକୁରଙ୍କ ସେବାୟତଙ୍କ ଉପସ୍ଥିତିରେ ଠାକୁରମାନଙ୍କ ଶୋଭାଯାତ୍ରା ଓ ମହାସ୍ନାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
Crime
ଦେଖି ପାରିଲେନି ଉଜୁଡ଼ା ଫସଲ, ଟଳି ପଡ଼ିଲେ ଚାଷୀ
ଅଦିନିଆ ବର୍ଷା ଯୋଗୁ ବର୍ଷକର ପରିଶ୍ରମ ଧୋଇ ଯାଇଥିବା ବେଳେ ଏହାକୁ ଦେଖି ସହି ପାରିଲେନି ଚାଷୀ। ପରିବାର ମୁହଁରେ କିପରି ଦାନା ଦେବେ ଭାବି ସେହିଠାରେ ହିଁ ସେ ଟଳି ପଡ଼ିଲେ।
Science & Environment
ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ଜିନ୍ନତ, ଖୁବ୍ ଶୀଘ୍ର ହେବ ଟ୍ରାଙ୍କୁଲାଇଜ
ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ବନ ବିଭାଗ ଜିନ୍ନତକୁ ଟ୍ରାକ କରୁଛନ୍ତି । ଜିନ୍ନତକୁ ଖାଦ୍ୟ ଦେବା ପାଇଁ ଚେଷ୍ଟା କରାଯାଉଛି । ଖାଦ୍ୟ ଗ୍ରହଣ କରିବା ପରେ ତାକୁ ଟ୍ରାଙ୍କୁଲାଇଜ୍ କରାଯିବ ।
Crime
ଚାଷ ଉଜାଡ଼ି ଦେଲା ଅଦିନିଆ ବର୍ଷା, ଜୀବନ ହାରିଲେ ଚାଷୀ
ଦୈତାରୀଙ୍କର ନିଜର କିଛି ବିଲ ନ ଥିବା ବେଳେ ସେ ଭାଗ ଚାଷ କରିଥାନ୍ତି। ଚଳିତ ବର୍ଷ ଚାଷ କରିବା ନିମନ୍ତେ ସେ ବହୁ ଟଙ୍କା଼ ଲୋନ୍ ବି କରିଥିଲେ।
Events & Festivals
ନୂଆ ବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର, ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ
ଡିସେମ୍ବର ୩୧ ତାରିଖଠୁ ନୂଆବର୍ଷ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଆଶଙ୍କାରେ ପୁରୀରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।