ତାତିଲେ ଚାଷୀ, ରାସ୍ତା ଉପରେ ଧାନ ବସ୍ତା ରଖି ପ୍ରତିବାଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣ୍ଡିରୁ ଧାନ ନଉଠିବା ଏବଂ ଅଭାବୀ ଧାନ ବିକ୍ରି ପ୍ରତିବାଦରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ଚାଷୀମାନେ କେଉଁଠି ମନ୍ତ୍ରୀଙ୍କୁ ଘେରାଉ କରିଛନ୍ତି ତ ଆଉ କେଉଁଠି ବ୍ଲକ୍ ଅଫିସ୍ ଘେରିଛନ୍ତି। ବରଗଡ଼, ବାଲେଶ୍ୱର, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଚାଷୀ ଆନ୍ଦୋଳନ ଅଧିକ ତୀବ୍ରତରତ ହୋଇଛି। ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଧାନ ଉଠୁନଥିବାରୁ ଏହାର ପ୍ରତିବାଦରେ ଚାଷୀମାନେ ବ୍ଲକ ଅଫିସ୍ ଆଗରେ ଧାନ ବସ୍ତା ରଖି ଆନ୍ଦୋଳନ […]

rice

rice

Ranjit Kumar Jena
  • Published: Thursday, 11 February 2021
  • Updated: 11 February 2021, 08:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣ୍ଡିରୁ ଧାନ ନଉଠିବା ଏବଂ ଅଭାବୀ ଧାନ ବିକ୍ରି ପ୍ରତିବାଦରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ଚାଷୀମାନେ କେଉଁଠି ମନ୍ତ୍ରୀଙ୍କୁ ଘେରାଉ କରିଛନ୍ତି ତ ଆଉ କେଉଁଠି ବ୍ଲକ୍ ଅଫିସ୍ ଘେରିଛନ୍ତି। ବରଗଡ଼, ବାଲେଶ୍ୱର, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଚାଷୀ ଆନ୍ଦୋଳନ ଅଧିକ ତୀବ୍ରତରତ ହୋଇଛି।

ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଧାନ ଉଠୁନଥିବାରୁ ଏହାର ପ୍ରତିବାଦରେ ଚାଷୀମାନେ ବ୍ଲକ ଅଫିସ୍ ଆଗରେ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି। ଏହାଛଡ଼ା ଚାଷୀମାନେ ପ୍ରତିବାଦ କରି ତହସିଲ ଅଫିସରେ ତାଲା ପକାଇଛନ୍ତି। ସେହିପରି ଆଜି ସୁନ୍ଦରଗଡ଼ରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଚାଷୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

ମନ୍ତ୍ରୀ ସର୍କିଟ୍ ହାଉସରେ ଅବସ୍ଥାନ କରିଥିବା ବେଳେ ଚାଷୀମାନେ ବାହାରେ ଧାରଣା ଦେଇଥିଲେ। ଟୋକନ୍ ଥାଇ ମଧ୍ୟ ଚାଷୀଙ୍କ ଠାରୁ ଧାନ ଉଠାଯାଉନଥିବା ଅଭିଯୋଗ କରି ଧାନକିଣା ଟାର୍ଗେଟ ବଢାଇବାକୁ ଦାବି କରିଥିଲେ। ତେବେ ପୁଲିସ୍ ଓ ପ୍ରଶାସନ ବଳ ପ୍ରୟୋଗ କରି ଚାଷୀଙ୍କୁ ହଟାଇବା ପରେ ପାଖାପାଖି ଦୁଇ ଘଣ୍ଟା ପରେ ମନ୍ତ୍ରୀ ସର୍କିଟ୍ ହାଉସରୁ ବାହାରିଥିଲେ।

କଳାହାଣ୍ଡିରେ ମଧ୍ୟ ସମାନ ଅଭିଯୋଗରେ ଚାଷୀମାନେ ଭବାନୀପାଟଣା-ଭୁବନେଶ୍ୱର ରାଜପଥରେ ବିକ୍ଷୋଭ କରିଥିଲେ। ତେବେ ନର୍ଲା ବିଧାୟକ ଖବର ପାଇ ଆନ୍ଦୋଳନ ସ୍ଥାନରେ ପହଞ୍ଚି ଚାଷୀଙ୍କୁ ବୁଝାସୁଧା କରିବା ପରେ ରାସ୍ତାରୋକ ହଟିଥିଲା। ସେହିପରି ବାଲେଶ୍ୱର ଜିଲ୍ଲାରେ ଶତାଧିକ ଚାଷୀ ନିଜଗଡ଼ ସେବା ସମବାୟ ସମିତିର ଉଭୟ ପାର୍ଶ୍ୱ ରାସ୍ତାରେ ଧାନ ବସ୍ତା ରଖିବା ସହ ୧୯ ନମ୍ବର ରାଜପଥ ଓ ନୀଳଗିରିକୁ ପ୍ରବେଶ ପଥରେ ରାସ୍ତାରୋକ କରିଥିଲେ।

ଅପରପକ୍ଷରେ ଚାଷୀଙ୍କ ସମସ୍ୟା ନେଇ ବିଜେପି ଆସନ୍ତା ୧୩ ତାରିଖ ଦିନ ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା କ୍ଷେତ୍ରରେ ଦିନ ୧୦ଟାରୁ ଗୋଟାଏ ୩ ଘଣ୍ଟା ଧରି ଚକା ଜାମ୍ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story