ନାଲି ଆଖିକୁ ନ ଡରି ରାସ୍ତାରେ ଗର୍ଜିଲେ ଚାଷୀ: ବନ୍ଦ ଯୋଗୁ ଜୀବନଯାତ୍ରା ପ୍ରଭାବିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଥିଲା। ଏଥିପାଇଁ ରାଜ୍ୟ ସରକାର ନାଲି ଆଖି ଦେଖାଇଥିଲା। ଏହା ସତ୍ତ୍ୱେ ଚାଷୀମାନେ ଆଜି ଓଡ଼ିଶାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଏହାର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଥିଲା। ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ବେଳେ କାଁ ଭାଁ କେତେକ ସ୍ଥାନରେ ଗାଡ଼ି ଚାଲୁଥିବା ଦେଖିବାକୁ ମିଳିଥିଲା। ବନ୍ଦର ପ୍ରଭାବ ସମଗ୍ର ଓଡ଼ିଶାରେ […]

FARMERS-TAKE-TO-STREETS-AS-THEIR-BANDH-CALL-EVOKES-STATEWIDE-SUPPORT

Manoranjan Sial
  • Published: Thursday, 21 February 2019
  • Updated: 21 February 2019, 09:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଥିଲା। ଏଥିପାଇଁ ରାଜ୍ୟ ସରକାର ନାଲି ଆଖି ଦେଖାଇଥିଲା। ଏହା ସତ୍ତ୍ୱେ ଚାଷୀମାନେ ଆଜି ଓଡ଼ିଶାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଏହାର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଥିଲା। ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ବେଳେ କାଁ ଭାଁ କେତେକ ସ୍ଥାନରେ ଗାଡ଼ି ଚାଲୁଥିବା ଦେଖିବାକୁ ମିଳିଥିଲା।

ବନ୍ଦର ପ୍ରଭାବ ସମଗ୍ର ଓଡ଼ିଶାରେ ଦେଖିବାକୁ ମିଳିଥିଲା। ରାଜଧାନୀ ଭୁବନେଶ୍ୱର, କଟକ, ଯାଜପୁର ଓ ବ୍ରହ୍ମପୁର ସମେତ ସବୁଠି ଚାଷୀମାନେ ଦୃଢ଼ ପ୍ରତିବାଦ କରିବା ସଙ୍ଗେସଙ୍ଗେ ରାଜ୍ୟ ସରକାରଙ୍କ ବିରୋଧରେ କଡ଼ା ସ୍ଲୋଗାନ୍ ଦେଇଥିଲେ। ସରକାରଙ୍କ ଚାପ ଓ ଧମକକୁ ନଡରି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ 'ବନ୍ଦ'ରେ ସାମିଲ ହୋଇଥିଲେ।

ଭୁବନେଶ୍ୱରର ନନ୍ଦନକାନ ରୋଡ୍, ବାଣୀବିହାର, କଳ୍ପନା ଛକ, ଖଣ୍ଡଗିରି, ରାଜମହଲ ଆଦି ପ୍ରମୁଖ ସ୍ଥାନରେ ଚାଷୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଆନ୍ଦୋଳନକାରୀ ଚାଷୀମାନେ କଟକରେ ବାଲିକୁଦା ଛକରେ ମାନବଶୃଙ୍ଖଳ ଗଠନ କରି ଜାତୀୟ ରାଜପଥ ଅବରୋଧ କରିଥିଲେ। ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟାଇବାକୁ ନାକେଦମ୍ ହୋଇଥିଲା ପୁଲିସ। ସହରର ବିଭିନ୍ନ ସ୍ଥାନରେ ପିକେଟିଂ ସାଙ୍ଗକୁ ବାଇକ୍ ରାଲି କରି ବନ୍ଦ ପାଳନକୁ ଜୋରଦାର କରାଯାଇଥିଲା।

ସେହିପରି ଭଦ୍ରକ, ଯାଜପୁର, ଖୋର୍ଦ୍ଧା ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନର କର୍ମୀ ଆନ୍ଦୋଳନକୁ ଓହ୍ଲାଇଥିଲେ।

ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି-“ଚାଷୀଙ୍କୁ କଣ ପାଇଁ ଧୋକା ଦିଆଯାଉଛି? ମତବ୍ୟକ୍ତ କରିବାର ଅଧିକାର ଚାଷୀଙ୍କଠାରୁ ଛଡ଼ାଇ ନିଆନଯାଉ। ସଂଗଠିତ ଜନମତକୁ ସମ୍ମାନ ନଦେଲେ ଜନମତ ସରକାରଙ୍କ ଗଳା କାଟିବ।”

ବନ୍ଦ ପାଳନରୁ ଅତ୍ୟାବଶକୀୟ ସେବା ଓ ଶିକ୍ଷାନୁଷ୍ଠାନକୁ ବାଦ୍ ଦିଆଯାଇଥିଲା। ହେଲେ କେତେକ ସ୍କୁଲ କଲେଜ ବନ୍ଦ ରହିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ସ୍ଥଗିତ ରହିଥିଲା। ରାସ୍ତାରେ ଯାନବାହନ ଚଳାଚଳ ଖୁବ୍ କମ୍ ରହିଥିଲା। ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରରେ ଦୋକାନ ବଜାର କେତେକାଂଶରେ ବନ୍ଦ ରହିଥିଲା।

ସେହିପରି ଗାଡ଼ିମୋଟର ନ ଚାଲିବା ଯୋଗୁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଯାତ୍ରୀ ଓ ପର୍ଯ୍ୟଟକ ଅସୁବିଧାରେ ସମ୍ମୁଖୀନ ହେଇଥିଲେ। ସେପଟେ ବିଜେପି ଓ କଂଗ୍ରେସ ବନ୍ଦକୁ ନୈତିକ ସମର୍ଥନ ଦେଇଥିବାରୁ ଅନେକ ସ୍ଥାନରେ ଉଭୟ ଦଳର ନେତା ଓ କର୍ମୀଙ୍କୁ ବନ୍ଦ ପାଳନରେ ସାମିଲ ହେବାର ଦେଖିବାକୁ ମିଳିଥିଲା। ତେବେ ଚାଷୀଙ୍କୁ ସହାୟତା ଲାଗି ସରକାର ‘କାଳିଆ’ ଭଳି ଯୋଜନା ଆଣିଥିଲେ ମଧ୍ୟ ଏଭଳି ଆନ୍ଦୋଲନ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।

ବିଜେପି ସୁରଥ ବିଶ୍ୱାଳ କହିଛନ୍ତି-“ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ ପାଇଁ ଚାଷୀମାନେ ଦାବି କରିଆସୁଛନ୍ତି। ହେଲେ ସରକାର ଏହି ଦାବି ପୂରଣ କରିବା ପରିବର୍ତ୍ତେ ଚାଷୀଙ୍କୁ ଖାଇବା ବେଳେ ମାଡ଼ ମାରିଲେ ଓ ଗିରଫ କଲେ। ସେଥିପାଇଁ ଆମେ ଚାଷୀଙ୍କ ଆନ୍ଦୋଳନକୁ ନୈତିକତା ଦୃଷ୍ଟିରୁ ସମର୍ଥନ ଦେଇଛୁ। ଦେଶରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ରହିଛି। ତାହାହେଲେ ଚାଷୀଙ୍କୁ ସରକାର ଏତେ ଶସ୍ତା କାହିଁକି ଭାବୁଛନ୍ତି?”

କଂଗ୍ରେସ ମୁଖ୍ୟପାତ୍ର ବିଭୂ ତରାଇ କହିଛନ୍ତି-“ନବନିର୍ମାଣ କୃଷକ ସଙ୍ଗଠନ ଦୀର୍ଘ ଦିନରୁ ସଂଗ୍ରାମ କରିଆସୁଛି। ରାଜ୍ୟ ସରକାର ସେମାନଙ୍କ ଦାବି କାହିଁକି ଶୁଣୁନାହିଁ? ସେଥିପାଇଁ କଂଗ୍ରେସ ବନ୍ଦକୁ ସମର୍ଥନ ଦେଇଛି।”

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି-“ଆଜି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିଛି। ଏହାକୁ ଭ୍ରୁକ୍ଷେପ ନକରି ବନ୍ଦ ଡାକରା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଘଟଣା। ଆଉ ବିଜେପି ଓ କଂଗ୍ରେସ ସେମାନଙ୍କୁ ଯେଉଁଭଳି ଢ଼ଙ୍ଗରେ ସମର୍ଥନ ଜଣାଇଛନ୍ତି, ତାହା ଆହୁରି ଦୁର୍ଭାଗ୍ୟଜନକ।”

ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ପୂର୍ବରୁ ନବନିର୍ମାଣ କୃଷକ ସଂଗଠନ ଏକାଧିକ ବାର ଭୁବନେଶ୍ୱରରେ ସମାବେଶ କରିବାକୁ ଉଦ୍ୟମ କରିଥିଲେ। ହେଲେ ରାଜ୍ୟ ସରକାର ଫୋର୍ସ ଲଗାଇ ସେମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲା। ତେବେ ଆଜି ବନ୍ଦର ପରେ ସଂଗଠନ ଆଗକୁ କେଉଁ ରାସ୍ତା ଆପଣାଉଛି ତା ଉପରେ ନଜର ସମସ୍ତଙ୍କ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story