ବାପାକୁ ଗୁଳି କରି ହତ୍ୟା କଲା ପୁଅ

ଉଦଳା(ଓଡ଼ିଶା ରିପୋର୍ଟର): ଯେଉଁ ବାପା ଛୋଟରୁ ବଡ଼ କରିଥିଲା, କାନ୍ଧରେ ବସାଇ ଦୁନିଆ ଦେଖାଉଥିଲା । ସେହି ବାପାକୁ ଗୁଳି କରି ହତ୍ୟା କଲା ନୃଶଂସ ପୁଅ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କାଶୀକୁଣ୍ଡଳ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଟିଲୁ ନାଏକ।  ଅଭିଯୁକ୍ତ ପୁଅ କୈଳାଶ ନାଏକ  ଘଟଣାପରେ ଫେରର ହୋଇଯାଇଛି। ଗତକାଲି ରାତିରେ କୈଳାଶ ମଦ ପିଇ ଘରକୁ ଫେରିଥିଲେ। କୌଣସି  କଥାକୁ ବାପା ଓ ପୁଅଙ୍କ […]

deadbody

  • Published: Wednesday, 07 September 2022
  • , Updated: 07 September 2022, 10:43 AM IST

ଉଦଳା(ଓଡ଼ିଶା ରିପୋର୍ଟର): ଯେଉଁ ବାପା ଛୋଟରୁ ବଡ଼ କରିଥିଲା, କାନ୍ଧରେ ବସାଇ ଦୁନିଆ ଦେଖାଉଥିଲା । ସେହି ବାପାକୁ ଗୁଳି କରି ହତ୍ୟା କଲା ନୃଶଂସ ପୁଅ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କାଶୀକୁଣ୍ଡଳ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଟିଲୁ ନାଏକ।  ଅଭିଯୁକ୍ତ ପୁଅ କୈଳାଶ ନାଏକ  ଘଟଣାପରେ ଫେରର ହୋଇଯାଇଛି।

ଗତକାଲି ରାତିରେ କୈଳାଶ ମଦ ପିଇ ଘରକୁ ଫେରିଥିଲେ। କୌଣସି  କଥାକୁ ବାପା ଓ ପୁଅଙ୍କ ମଧ୍ୟରେ  ବଚସା ହୋଇଥିଲା। ପରେ ଟିଲୁ ଉତକ୍ଷିପ୍ତ ହୋଇ ଶିକାର ପାଇଁ ଘରେ ରଖିଥିବା ଦେଶୀ ବନ୍ଧୁକ ଆଣିନିଜ ବାପାକୁ ଗୁଳି ହତ୍ୟା କରିଥିଲା। ଘଟଣାସ୍ଥଳରେ ଟିଲୁଙ୍କର ମୃତ୍ୟୁ ଘଟିଥିଲା। ବାପାକୁ ହତ୍ୟା କରିବା କୈଳାଶ ଫେରାର ହୋଇଯାଇଥିଲା।  ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ପୁଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ଚଳାଇଛି।

 

Related story