ବାପା ନା ବେପାରୀ ! ବାପା ଏମିତି କରୁଥିଲା ବୋଲି ୨ ଝିଅ ୩ ଦିନ ଜଙ୍ଗଲରେ ଲୁଚିଲେ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ):ପୁଣି ଚର୍ଚ୍ଚାରେ ନୟାଗଡ଼। ଝିଅକୁ ବୋଝ ଭାବି ଅକଥନୀୟ ନିର୍ଯାତନା ଦେଲେ ବାପା ମା’। ଏମିତିକି ବିକ୍ର ପାଇଁ ହୋଇଥିଲା ଉଦ୍ୟମ। ନିଜର ଦୁଇ ଝିଅଙ୍କୁ ବିକ୍ରି କରିଦେବାକୁ ଦଲାଲଠୁ ଟଙ୍କା ଆଣିଥିଲା ବାପା। ଦଲାଲ ମଧ୍ୟ ଦୁଇ ଭଉଣୀଙ୍କୁ ଝାନ୍ସି ନେଇଯିବାକୁ ଆସିଥିଲା। କିନ୍ତୁ ତା’ପୂର୍ବରୁ ଭୟରେ ଜୀବନ ବଞ୍ଚାଇବାକୁ ଘର ଛାଡ଼ି ଚାଲି ଆସିଲେ ଦୁଇ ଭଉଣୀ। ଏମିତି ଏକ ସ୍ପର୍ଷକାତର ଘଟଣା ନୟାଗଡ଼ ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ […]

321v

Tapas Behera
  • Published: Monday, 30 September 2019
  • , Updated: 30 September 2019, 05:43 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ):ପୁଣି ଚର୍ଚ୍ଚାରେ ନୟାଗଡ଼। ଝିଅକୁ ବୋଝ ଭାବି ଅକଥନୀୟ ନିର୍ଯାତନା ଦେଲେ ବାପା ମା’। ଏମିତିକି ବିକ୍ର ପାଇଁ ହୋଇଥିଲା ଉଦ୍ୟମ। ନିଜର ଦୁଇ ଝିଅଙ୍କୁ ବିକ୍ରି କରିଦେବାକୁ ଦଲାଲଠୁ ଟଙ୍କା ଆଣିଥିଲା ବାପା। ଦଲାଲ ମଧ୍ୟ ଦୁଇ ଭଉଣୀଙ୍କୁ ଝାନ୍ସି ନେଇଯିବାକୁ ଆସିଥିଲା। କିନ୍ତୁ ତା’ପୂର୍ବରୁ ଭୟରେ ଜୀବନ ବଞ୍ଚାଇବାକୁ ଘର ଛାଡ଼ି ଚାଲି ଆସିଲେ ଦୁଇ ଭଉଣୀ।

ଏମିତି ଏକ ସ୍ପର୍ଷକାତର ଘଟଣା ନୟାଗଡ଼ ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ପୀଡ଼ିତା ଦୁଇ ଭଉଣୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଉଭୟଙ୍କ ଘର ହେଉଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଚନ୍ଦ୍ରମାଦେଇପୁର ଗାଁରେ। ଦୁଇ ଭଉଣୀ କହିଛନ୍ତି ଯେ, ବାପା ମା’ ତାଙ୍କୁ ବୋଝ ବୋଲି ଭାବି ଅନେକ ନିର୍ଯାତନା ଦେଇ ଆସୁଥିଲେ। ଏମିତିକି ପାଠପଢ଼ାଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଏସବୁ ଖର୍ଚ୍ଚ ତୁଲାଇବାକୁ ପଡ଼ିବ ବୋଲି ଏହା ବାପା-ମାଙ୍କୁ ବିଚଳିତ କରିପକାଇଥିଲା। ତେଣୁ ସେମାନଙ୍କୁ ହତାଦର କରିଆସୁଥିଲେ।

ଏମିତିକି ଅନେକ ସମୟରେ ଖାଇବା ପିଇବାକୁ ଦିଅନ୍ତି ନାହିଁ। ବଡ଼ ଭଉଣୀ ଯୁକ୍ତ ୨ ପଢ଼ିଥିବା ବେଳେ ସାନ ଭଉଣୀ ଦଶମ ପଢ଼ିଛନ୍ତି। ହେଲେ ଦୁଇ ଝିଅଙ୍କୁ ଯାବତୀୟ ନିର୍ଯାତନା ଦେବା ସହ ବିକ୍ରି ଉଦ୍ୟମ କରିବାକୁ ପଛାଇ ନଥିଲେ ବାପା ମା’। ଯୋଜନାବଦ୍ଧ ଭାବେ ଝିଅ ଦୁଇ ଜଣକୁ ବିକ୍ରି ପାଇଁ ବାପା-ମା ଦଲାଲଙ୍କଠାରୁ ୨ ଲକ୍ଷ ଟଙ୍କା ଆଣିଥିଲେ। ଏହି ଦୁଇ ଭଉଣୀଙ୍କୁ ତାଙ୍କ ବାପା ଝାନ୍ସି ବିକ୍ରି କରିଦେବାକୁ ଉଦ୍ୟମ କରିଥିଲେ। ତେବେ ଏହା ଜାଣିବା ପରେ ଦୁଇ ଝିଅ ଭୟରେ ଘର ଛାଡ଼ି ପଳାଇ ଯାଇଥିଲେ। ଏହା ପରେ ସେମାନେ ୩ ଦିନ ହେବ ଜଙ୍ଗଲ ଭିତରେ ଲୁଚି ରହିଥିବା କହିଛନ୍ତି।

ଏହି ଖବର ସାମ୍ନାକୁ ଆସିବା ପରେ ନୟାଗଡ଼ ସିଡବ୍ଲ୍ୟୁସି ଉଭୟଙ୍କୁ ଉଦ୍ଧାର କରିଛି। ଉଭୟଙ୍କୁ ସ୍ୱଧାର ଗୃହକୁ ନିଆଯିବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ନୟାଗଡ଼ ପୁଲିସ ତଦନ୍ତ ଚଳାଇଛି। ସେପଟେ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନାହିଁ। କିଛି ବର୍ଷ ତଳେ କନ୍ୟା ଭ୍ରୁଣ ହତ୍ୟାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ  ଆସିଥିଲା ନୟାଗଡ଼।

Related story