ସାପ କାମୁଡାରେ ଚାଲିଗଲା ଜୀବନ, ପୁଅର ଆଖି ଦାନ କଲେ ବାପା

ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): କାନ୍ଦ ବୋବାଳିରେ ଫାଟି ପଡୁଛି ଘର। ଅଳିଅଳ ପୁଅକୁ ହରାଇ ମା’ ରାହା ଧରି କାନ୍ଦୁଛି। ବନ୍ଧୁ ପରିଜନଙ୍କ ଆଖିରୁ ବି ଝରି ଯାଉଛି ଲୁହ। ୧୨ ବର୍ଷର ପୁଅ ଶୁଭମକୁ ହରାଇ ସମସ୍ତେ ଦୁଃଖରେ। ହେଲେ ଏଭଳି ବିପତ୍ତି ଭିତରେ ଶୁଭମର ପରିବାର ଲୋକ ଦେଖାଇଛନ୍ତି  ମହାନତା। ସାପକାମୁଡ଼ାରେ ପୁଅକୁ ହରାଇବା ପରେ ତା’ର ଆଖି ଦାନ କରିଛନ୍ତି ବାପା। ଏବେ ଶୁଭମର ଆଖି ଆଉ କାହା ଜୀବନର ଅନ୍ଧକାର ଦୂର […]

EYE DONATE

EYE DONATE

Madhupriya Mistry
  • Published: Thursday, 15 September 2022
  • Updated: 15 September 2022, 11:19 AM IST

Sports

Latest News

ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): କାନ୍ଦ ବୋବାଳିରେ ଫାଟି ପଡୁଛି ଘର। ଅଳିଅଳ ପୁଅକୁ ହରାଇ ମା' ରାହା ଧରି କାନ୍ଦୁଛି। ବନ୍ଧୁ ପରିଜନଙ୍କ ଆଖିରୁ ବି ଝରି ଯାଉଛି ଲୁହ। ୧୨ ବର୍ଷର ପୁଅ ଶୁଭମକୁ ହରାଇ ସମସ୍ତେ ଦୁଃଖରେ। ହେଲେ ଏଭଳି ବିପତ୍ତି ଭିତରେ ଶୁଭମର ପରିବାର ଲୋକ ଦେଖାଇଛନ୍ତି  ମହାନତା। ସାପକାମୁଡ଼ାରେ ପୁଅକୁ ହରାଇବା ପରେ ତା'ର ଆଖି ଦାନ କରିଛନ୍ତି ବାପା। ଏବେ ଶୁଭମର ଆଖି ଆଉ କାହା ଜୀବନର ଅନ୍ଧକାର ଦୂର କରିବ। ଶୁଭମର ଆଖିରେ ଏବେ ଆଉ କିଏ ଦୁନିଆ ଦେଖିବ।

ପିପିଲି ଦାଣ୍ଡ ମୁକୁଦପୁର ପଞ୍ଚାୟତ ବାଲି ମଲିକ ସାହିର ଶୁଭମ୍‌ ମଲ୍ଲିକ। ମଙ୍ଗଳବାର ରାତି ଅଧରେ ହଠାତ ଅସୁସ୍ଥ ହୋଇପଡିଥିଲା ସେ। ନିଦରୁ ଉଠି ପଡି ପେଟ ମୁଣ୍ଡ କ'ଣ ହୋଇଯାଉଥିବା ମା'ଙ୍କୁ କହିଥିଲା। ହେଲେ ଜାଣିନଥିଲା ଯେ, ବିଷଧର ସାପ ତାକୁ କାମୁଡି ଦେଇଛି।  ଶୁଭମର ଅବସ୍ଥା ଦେଖି ପରିବାର ଲୋକ ତୁରନ୍ତ ତାକୁ ପିପିଲି ମେଡିକାଲ ନେଇଥିଲେ।

ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ  ଭୁବନେଶ୍ୱର କ୍ୟାପିଟାଲ ହସପିଟାଲକୁ ଆଣିଥିଲେ। ହେଲେ ସେତେ ବେଳକୁ ବିଷ ଶୁଭମର ଶରୀରକୁ ଜରି ଯାଇଯାଇଥିଲା।  ଆଉ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏତେ ବଡ ବିପତି ରେ ପରିବାର ଲୋକ କିନ୍ତୁ ଏକ ବଡ ନିଷ୍ପତି ନେଇଥିଲେ। ଶୁଭମ୍‌ର ଚକ୍ଷୁ ଦାନ କରିବାକୁ ତାଙ୍କ ବାପା କହିଥିଲେ। ନିଜ ପୁଅର ଆଖିରେ ଆଉ କେହି ଜଣେ ଦୁନିଆ ଦେଖୁ ବୋଲି ଇଚ୍ଛା ପ୍ରକାଶ କରି ଜମ୍ବେଶ୍ୱର ମୃତ ପୁଅର ଆଖିକୁ ଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos