ଜଳିଗଲେ ବାପାମା’, ବଞ୍ଚିଗଲା ଶିଶୁପୁତ୍ର

କେନ୍ଦୁଝର(ପ୍ରଣୟ ପାଣି): ଘରେ ଶୋଇଥିବା ବେଳେ ଜୀବନ୍ତ ଦଗ୍ଧ ହୋଇଗଲେ ସ୍ୱାମୀସ୍ତ୍ରୀ। ହେଲେ ସୌଭାଗ୍ୟ ବଶଃତ ଅଳ୍ପକେ ବର୍ତ୍ତିଯାଇଛି ୯ବର୍ଷର ଶିଶୁପୁତ୍ର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବଲଦା ଗାଁରେ। ମୃତକ ଦମ୍ପତି ହେଲେ ପୂର୍ଣ୍ଣ ଚନ୍ଦ୍ର ବେହୁରି ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବେହୁରି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ପୂର୍ଣ୍ଣ ଚନ୍ଦ୍ର ତାଙ୍କ ସ୍ତ୍ରୀ ଓ ପୁଅ  ଘରେ ଶୋଇଥିଲେ। ତେବେ ରାତିରେ ଫ୍ରିଜ ପାଖରୁ  ଖୁବ୍‌ […]

Fire

Tapaswini Nayak
  • Published: Monday, 25 October 2021
  • , Updated: 25 October 2021, 02:04 PM IST

କେନ୍ଦୁଝର(ପ୍ରଣୟ ପାଣି): ଘରେ ଶୋଇଥିବା ବେଳେ ଜୀବନ୍ତ ଦଗ୍ଧ ହୋଇଗଲେ ସ୍ୱାମୀସ୍ତ୍ରୀ। ହେଲେ ସୌଭାଗ୍ୟ ବଶଃତ ଅଳ୍ପକେ ବର୍ତ୍ତିଯାଇଛି ୯ବର୍ଷର ଶିଶୁପୁତ୍ର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବଲଦା ଗାଁରେ। ମୃତକ ଦମ୍ପତି ହେଲେ ପୂର୍ଣ୍ଣ ଚନ୍ଦ୍ର ବେହୁରି ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବେହୁରି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ପୂର୍ଣ୍ଣ ଚନ୍ଦ୍ର ତାଙ୍କ ସ୍ତ୍ରୀ ଓ ପୁଅ  ଘରେ ଶୋଇଥିଲେ। ତେବେ ରାତିରେ ଫ୍ରିଜ ପାଖରୁ  ଖୁବ୍‌ ଜୋରରେ ଶଦ୍ଦ ଶୁଭିବା ସହ ଫ୍ରିଜର ଏକ ତାରରୁ ନିଆଁ ବାହିରି ଥିଲା ।

ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀ  ନିଦରେ ଶୋଇଯାଇଥିବା ବେଳେ ତାଙ୍କ ପୁଅ ନିଆଁ ଦେଖି ଘରୁ ବାହାରକୁ ପଳାଇ ଆସିଥିଲା।  ବାପାମା’ଙ୍କୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀଙ୍କୁ ଡାକିଥିଲା। ସେତେବେଳେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ଆଉ ଘରୁ ବାହାରି ପାରିନଥିଲେ।

ପରେ ଗ୍ରାମବାସୀ ଆସି ନିଆଁକୁ ଲିଭାଇବାକୁ ଉଦ୍ୟମ କଲା ବେଳେ ଉଭୟ ଦମ୍ପତି  ପୋଡ଼ି ଦଗ୍ଧ ହୋଇଯାଇଥିଲେ।  ଘରେ କେମିତି  ନିଆଁ  ଲାଗିଲା,ତାହା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟରୁ ନିଆଁଲାଗି ଥିବା ଜଣାପଡ଼ିଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଯାଇଛି ଓ ଘଟଣାର ତଦନ୍ତ କରୁଛି।

 

Related story