ମାନବବାଦ ନାଁ ରଖି ନୀରିହ ମଣିଷଙ୍କୁ ନିର୍ଘାତ ପ୍ରହାର

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ମଣିଷ ହୋଇ ବି ପଶୁଭଳି ବର୍ବରତା । ସଂଗଠନର ନାଁ ମାନବବାଦ ରଖି ବି ନୀରିହ ମଣିଷଙ୍କୁ ନିର୍ଘାତ ପ୍ରହାର । ସରକାର ଆଉ ଶାସନ ବ୍ୟବସ୍ଥା ଥାଇ ବି ତାଲିବାନୀ ଷ୍ଟାଇଲରେ ନିର୍ଯାତନାର ସାଂଘାତିକ ଚିତ୍ର ସାମ୍ନାକୁ ଆସିବା ପରେ ଫିଟୁଛି ସଂଗଠନର ଚିତ୍ର ଓ ଚରିତ୍ର । ସେହି ତଥାକଥିତ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ । ଥାଟବାଟକୁ ଦେଖିଲେ ଲାଗୁଛି କୌଣସି ଏକ ଫିଲ୍ମର ଦୃଶ୍ୟ ଭଳି।  ଯାଉଛନ୍ତି […]

6io

6io

Tapas Behera
  • Published: Saturday, 28 August 2021
  • Updated: 28 August 2021, 08:37 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ମଣିଷ ହୋଇ ବି ପଶୁଭଳି ବର୍ବରତା । ସଂଗଠନର ନାଁ ମାନବବାଦ ରଖି ବି ନୀରିହ ମଣିଷଙ୍କୁ ନିର୍ଘାତ ପ୍ରହାର । ସରକାର ଆଉ ଶାସନ ବ୍ୟବସ୍ଥା ଥାଇ ବି ତାଲିବାନୀ ଷ୍ଟାଇଲରେ ନିର୍ଯାତନାର ସାଂଘାତିକ ଚିତ୍ର ସାମ୍ନାକୁ ଆସିବା ପରେ ଫିଟୁଛି ସଂଗଠନର ଚିତ୍ର ଓ ଚରିତ୍ର । ସେହି ତଥାକଥିତ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ । ଥାଟବାଟକୁ ଦେଖିଲେ ଲାଗୁଛି କୌଣସି ଏକ ଫିଲ୍ମର ଦୃଶ୍ୟ ଭଳି।  ଯାଉଛନ୍ତି ପାଟପଟୁଆର ଧରି ପାଖେ ପାଖେ ବଡ଼ିଗାର୍ଡ । କିଏ ଫୁଲ ପକାଉଛନ୍ତି ତ ଆଉ କିଏ ପାଦ ଛୁଇଁ ଆଶୀର୍ବାଦ।  ଏହି ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ବାରି ହେଉଛି ପଲିଟିକାଲ୍ ଷ୍ଟାଇଲରେ  ମାନବବାଦ ସଂଗଠନ ମୁଖିଆଙ୍କ ସମାନ୍ତରାଳ ଶାସନକୁ । ଅନୁଗାମୀମାନେ ତାଙ୍କୁ ଗୁରୁଜୀ ଡାକୁଥିବା ବେଳେ ତାଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା । ଆଉ ଗୁରୁଜୀଙ୍କ ଇଙ୍ଗିତରେ ହିଁ ଗୁଣ୍ଡାଗିରି ଚାଲିଥିବା ଅଭିଯୋଗ ଆଣିଛନ୍ତି ନିଜେ ପୀଡ଼ିତ ।

ମାନସଙ୍କ କାର୍ଯ୍ୟକଳାପ ଏତିକିରେ ସୀମିତ ନୁହେଁ । ୨୦୦୫ରୁ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ନାଁରେ ଏକ ମାନବବାଦ ସଂଗଠନ କରି ୨୦୧୮ରେ ଯୋଗଦେଇଥିଲେ ବିଜେଡିରେ । ଆଉ ରାଜନୈତିକ ପୃଷ୍ଠପୋଷକତାରେ ଖୋର୍ଦ୍ଧା ଜିଲ୍ଲା ସମେତ ରାଜ୍ୟବ୍ୟାପି ସଂଗଠନର କାୟା ବିସ୍ତାର କରି ଚାଲିଥିଲେ। ୩୦ ଟଙ୍କାର ରସିଦ କାଟି ଯେ କେହି ବି ବନିଯାଉଥିଲେ ପ୍ରାଥମିକ ସଦସ୍ୟ । ଏହାପରେ ଆର୍ଥିକ କ୍ଷମତା ଅନୁଯାୟୀ ହଜାର ହଜାର ଟଙ୍କା ଅନୁଦାନ ଦେଉଥିଲେ ସଂଗଠନକୁ । ବିରୋଧ କଲେ ହତ୍ୟା, ନଚେତ ମରଣାନ୍ତକ ଆକ୍ରମଣର ଶୀକାର ହେବାକୁ ପଡେ ବୋଲି ଅଭିଯୋଗ ହୋଇଛି।  ଆଉ  ଯାହାର ଉଦାହରଣ ହେଉଛି, ମାନପୁରର ସତ୍ୟବ୍ରତ ନାୟକଙ୍କୁ ହତ୍ୟା ଏବଂ ବୋଲଗଡ କଡବ ଗାଁରେ ବାପ, ପୁଅଙ୍କୁ ନିସ୍ତୁକ ମାଡ଼।  କିନ୍ତୁ ଭୟରେ କେହି ମୁହଁ ଖୋଲୁନଥିଲେ ବୋଲି ପୁଲିସ ବି ବସିଯାଇଥିଲା ଜାଣିଶୁଣି । ଶେଷରେ କାଲିଠୁ ଖବର ପ୍ରସାରଣ ପରେ ସମ୍ପୂର୍ଣ୍ଣ ଘଟଣାର ପୁଲିସ ଖୋଳତାଡ଼ କରୁଛି । ମାଗୁଣି ନାୟକ ଓ ପୁଅଙ୍କୁ ଆକ୍ରମଣ ଘଟଣାରେ ଏତଲା ପରେ ବେଗୁନିଆ ପୁଲିସ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଏଠି ପ୍ରଶ୍ନ, ଶାସକ ଦଳ ସହ ଲିଙ୍କରେ ଥାଇ କାହା ଛତ୍ରଛାୟାରେ ଏଭଳି ଆତଙ୍କରାଜ ଚଳାଇଥିଲା ଏହି ସଂଗଠନ ? ଏତେବଡ଼ ଘଟଣା ଘଟୁଥିଲେ ବି ସଂଗଠନ ମୁଖ୍ୟ ମାନସ ଦାସଙ୍କୁ କିଏ ଘଣ୍ଟ ଘୋଡାଇ ରଖୁଥିଲା ? ମାନବବାଦ ନାଁରେ ଅମାନବୀୟ ନିର୍ଯାତନା ସମ୍ପର୍କରେ ପୁଲିସ ଜାଣି ବି କାହିଁକି ନିଜ ଆଡୁ ଆକ୍ସନ ନେଇନଥିଲା ? ତେଣେ ନିଜ ବିରୋଧରେ ଉଠିଥିବା ସମସ୍ତ ଅଭିଯୋଗକୁ ଗଣମାଧ୍ୟମ ଆଗରେ ବାଏଁ ବାଏଁ ଉଡ଼ାଇଦେଇଛନ୍ତି ମାନସ ଦାସ । ବିଜେଡିର ବି ଏନେଇ ପ୍ରତିକ୍ରିୟା ମିଳିପାରିନି। ଏବେ ଅପେକ୍ଷା ଅନ୍ୟର ମାନବାଧିକାରକୁ କ୍ଷୁର୍ଣ୍ଣ କରି ମାନବବାଦ ସଂଗଠନ ଚଳାଇଥିବା ଏହି ତଥାକଥିତ ଗୁରୁଜୀ କେବେ ଆଇନ୍‌ର ଜାଲରେ ଫସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos