ଘାତକ ହେଲା ଇଲେକ୍ଟ୍ରିକ୍‌ ତାର: ସଂସ୍ପର୍ଶରେ ଆସି ବାପପୁଅଙ୍କ ମୃତ୍ୟୁ, ରାସ୍ତାରୋକ

Ordigital Desk
  • Published: Friday, 18 August 2017
  • , Updated: 18 August 2017, 08:01 AM IST
<p>ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଗମ୍ଭାରୀଡ଼ିହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ବିଦ୍ୟୁତ୍&zwnj; ତାର ସଂସ୍ପର୍ଶରେ ଆସି ବାପପୁଅଙ୍କ ମତ୍ୟୁ ହୋଇଛି। ସେମାନେ ହେଲେ&nbsp; ଅନାଥ ମହାପାତ୍ର ଓ ତାଙ୍କ ପୁଅ ଭିକାରୀ ମହାପାତ୍ର। ଆଜି ସକାଳେ ଗାଁ ମୁଣ୍ଡରେ ଥିବା ରାସ୍ତା ଦେଇ ଅନାଥ ମହାପାତ୍ର ବିଲକୁ ଯାଉଥିଲେ। ଏହିସମୟରେ ପୂର୍ବରୁ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍&zwnj; ତାର ସଂସ୍ପର୍ଶରେ ସେ ଆସିଯାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସ୍ଥାନୀୟ ଲୋକେ ତାଙ୍କ ପୁଅକୁ ଖବର ଦେଇଥିଲେ। ପୁଅ ଭିକାରୀ ବାପାକୁ ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।</p> <p>ଗତକାଲି ରାତିରୁ ଏହି ବିଦ୍ୟୁତ୍&zwnj; ତାରଟି ଛିଣ୍ଡି ପଡ଼ିଥିଲା। ଏନେଇ ବିଦ୍ୟୁତ୍&zwnj; ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ କିଛି ପଦକ୍ଷେପ ନେଇ ନ ଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।</p> <p>କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ପୁଅର ମୃତଦେହ ରଖି ମେଡିକାଲ ଆଗରେ ଜାତୀୟ ରାଜପଥ ୫୭ ଅବରୋଧ କରିଛନ୍ତି।</p> <p>&amp;nbsp;</p>

Related story