କଟକ ସହରରେ ଆଉ ୫୫ ଜଣ କରୋନା ଚିହ୍ନଟ

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ଆଉ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭ ହୋମ୍‌ କ୍ୱାରେଣ୍ଟିନ୍‌ ରହିଛି। ୨ ଟି ସରକାରୀ କ୍ୱାରେଣ୍ଟିନ୍‌ ଓ ୬ ଟି ଲୋକାଲ କଣ୍ଟାକ୍ଟ ରହିଛି। ଏମାନଙ୍କୁ ୫୫କୁ ମିଶାଇ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୪କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। ମାଲଗୋଦାମ ବେହେରାସାହି କଣ୍ଟେନମେଣ୍ଟରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୁଣା ରାଉସାପାଟଣାରୁ ୧୧ ଜଣ ଆକ୍ରାନ୍ତ […]

corona-2.4

corona-2.4

Tapas Behera
  • Published: Sunday, 02 August 2020
  • Updated: 02 August 2020, 08:15 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ଆଉ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭ ହୋମ୍‌ କ୍ୱାରେଣ୍ଟିନ୍‌ ରହିଛି। ୨ ଟି ସରକାରୀ କ୍ୱାରେଣ୍ଟିନ୍‌ ଓ ୬ ଟି ଲୋକାଲ କଣ୍ଟାକ୍ଟ ରହିଛି। ଏମାନଙ୍କୁ ୫୫କୁ ମିଶାଇ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୪କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। ମାଲଗୋଦାମ ବେହେରାସାହି କଣ୍ଟେନମେଣ୍ଟରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୁଣା ରାଉସାପାଟଣାରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଡ଼ାରୁ ୭, ଓଏସ୍ଏପି ଷଷ୍ଠ ବାଟାଲିଅନରୁ ଯବାନ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଲୋକାଲ କେସ୍‌ ମଧ୍ୟରେ ତୁଳସୀପୁର, ମୁସଲିମ୍ ସାହିର ୨ ମହିଳା, ଭାନପୁରର ଜଣେ ୩୧ ବର୍ଷିୟ ପୁରୁଷ, ନୂଆ ବଜାର ଜଣେ ୫୮ ବର୍ଷୀୟ ପୁରୁଷ, ପୁରୁଣା ରାଉସାପାଟଣାରୁ ୬୫ ବର୍ଷୀୟ ବୃଦ୍ଧା ଏବଂ ଗଣେଶ ଘାଟରୁ ଜଣେ ୩୮ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି।

#COVID19 update in Cuttack city (CMC area)

Out of the 122 new COVID-19 +ve cases reported today in #Cuttack district, 55 +ve cases belong to Cuttack city (CMC area).

Another 33 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/6Ll9Q49CXJ

— CMC,Cuttack (@CMCCuttack) August 2, 2020

CMC ରିପୋର୍ଟ ଅନୁସାରେ କଟକ ସହରରେ ୫୧୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦ ଜଣଙ୍କ ମୃତ୍ୟୁ ହୋଇଛି। ୪୮୩ ଜଣ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos