‘ଓଡ଼ିଶାରେ ୫୦ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘ଫୋନି’ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଏନଡିଆର୍‌ଏଫ୍‌ର ୫୦ଟି ଟିମ୍‌ ସାମିଲ ଅଛନ୍ତି। ସେମାନେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ପୁନର୍ବାହାଲ କରିବାକୁ ଅଗ୍ରାଧିକାର ଦେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏନଡିଆରଏଫ୍‌ ଡିଜି ସତ୍ୟ ନାରାୟଣ ପ୍ରଧାନ। ଏନ୍‌ଡିଆର୍‌ଏଫ୍‌ ଡିଜି ଶ୍ରୀ ପ୍ରଧାନ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ସହ ‘ଫୋନି’ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ […]

ndrf

Manoranjan Sial
  • Published: Saturday, 11 May 2019
  • , Updated: 11 May 2019, 04:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘ଫୋନି’ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଏନଡିଆର୍‌ଏଫ୍‌ର ୫୦ଟି ଟିମ୍‌ ସାମିଲ ଅଛନ୍ତି। ସେମାନେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ପୁନର୍ବାହାଲ କରିବାକୁ ଅଗ୍ରାଧିକାର ଦେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏନଡିଆରଏଫ୍‌ ଡିଜି ସତ୍ୟ ନାରାୟଣ ପ୍ରଧାନ।

ଏନ୍‌ଡିଆର୍‌ଏଫ୍‌ ଡିଜି ଶ୍ରୀ ପ୍ରଧାନ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ସହ ‘ଫୋନି’ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି-“ଏନ୍‌ଡିଆର୍‌ଏଫ୍‌ ଟିମ୍ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାରେ କ୍ୟାମ୍ପ କରିବ। ଏଥିସହ ଆବଶ୍ୟକ ପଡ଼ିଲେ ଅଧିକ ଏନଡିଆରଏଫ୍ ଟିମ ଅଣାଯିବ। ପୂର୍ବରୁ ଓଡ଼ିଶାରେ ‘ଫୋନି’ ପ୍ରଭାବିତ ଅଞ୍ଚଳରେ ୪୪ ୟୁନିଟ୍ ଏନଡିଆରଏଫ୍‌ କାର୍ଯ୍ୟ କରୁଥିବା ବେଳେ କୋଲକତାରୁ ଆଉ ୬ ୟୁନିଟ ଆସିଛନ୍ତି। ସେମାନେ ୧୫ଟି ଗ୍ୟାସ କଟର ଓ ୫ଟି ପ୍ଳାଜମା କଟର ନେଇ ଆସିଛନ୍ତି। ପ୍ଲାଜମା କଟର ଦ୍ୱାରା ସହଜରେ ଲୁହା ଓ କଂକ୍ରିଟ କଟାଯାଇପାରିବ।”

Related story