ଜମିରେ ପାଣି ମଡ଼ାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ, ୬ ଆହତ

Ordigital Desk
  • Published: Sunday, 11 March 2018
  • , Updated: 11 March 2018, 11:24 AM IST
<p>କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ ମାଳିଡୋଳିଆମ୍ବ ଗାଁରେ ପାଣି ମଡାଇବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଚିକିତ୍ସା ଲାଗି ଆହତମାନଙ୍କୁ ସୁନାବେଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।</p> <p>ସୂଚନା ଅନୁଯାୟୀ, ଚାଷ ଜମିରେ ପାଣି ମଡ଼ାଇବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଗାଁରେ ଏବେ ବି ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।</p>

Related story