ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରଦାକୁ ଆସୁଛି ବହୁଚର୍ଚ୍ଚିତ ଖ୍ରୀଷ୍ଟିଆନ୍ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦି ଲିଷ୍ଟ୍ ଅଫ୍ ଦିଜ୍’ (THE LEAST OF THESE)। ଉଭୟ ଭାରତୀୟ ଓ ବିଦେଶୀ କଳାକାରଙ୍କୁ ନେଇ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୀଶ ଡାନିଏଲ୍। ପ୍ରଥମେ ଆମେରିକା ପରେ ଭାରତ ଓ ଅଷ୍ଟ୍ରେଲିଆରେ ଏହାର ରିଲିଜ୍ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ନିକଟରେ ରିଲିଜ ହୋଇଛି ଫିଲ୍ମର ଟ୍ରେଲର୍।

୧୯୯୯ ମସିହା ଜାନୁଆରୀ ୨୨ ତାରିଖର ଶୀତୁଆ ରାତିରେ କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ମନୋହରପୁରରେ ଘଟିଗଲା ନିର୍ମମ ହତ୍ୟାକାଣ୍ଡ। କୁଷ୍ଠରୋଗୀଙ୍କୁ ସେବା ଆଳରେ ଆଦିବାସୀଙ୍କୁ ବେଆଇନ୍‌ ଭାବେ ଧର୍ମ ପରିବର୍ତ୍ତନ କରାଉଥିବା ସନ୍ଦେହରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଜୀଅନ୍ତା ଜାଳିଦେଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ। ତେବେ କଣ ଥିଲା ହତ୍ୟାକାଣ୍ଡ ପଛର ରହସ୍ୟ? କଣ ଥିଲା ଷ୍ଟେନ୍ସ ଦମ୍ପତିଙ୍କ ଅସଲ ଉଦ୍ଦେଶ୍ୟ? ସେବା ନା ଧର୍ମାନ୍ତରୀକରଣ? ଏଭଳି କିଛି ପ୍ରଶ୍ନ ସହିତ ପରଦାକୁ ଆସୁଛି ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦି ଲିଷ୍ଟ୍ ଅଫ୍ ଦିଜ୍’।

(image) ଭାରତୀୟ ନିର୍ଦ୍ଦେଶକ ଅନୀଶ ଡାନିଏଲ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଓଲିଉଡ୍ ଅଭିନେତା ମନୋଜ ମିଶ୍ରଙ୍କ ସହ ବଲିଉଡ୍ କଳାକାର ଶରମାନ୍ ଯୋଶୀ ଓ ପ୍ରକାଶ ବେଲାଓ୍ୱାଡ଼ି ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଷ୍ଟେନ୍ସ ଦମ୍ପତି ଭାବେ ନଜର ଆସିବେ ଷ୍ଟିଫେନ୍ ବାଲ୍ଡଓ୍ୱିନ୍ ଓ ଶାରି ରିଗ୍ବି।

https://www.youtube.com/watch?v=frKX-gBjdWw&t=194s

ନିକଟରେ ଇଂରାଜୀରେ ରିଲିଜ୍ ହୋଇଥିବା ଏହାର ଟ୍ରେଲରରେ ଓଡ଼ିଶାର ଆଦିବାସୀ ସଂସ୍କୃତିର ଛାପ ଦେଖିବାକୁ ମିଳୁଛି। ଆସନ୍ତା ଫେବୃୟାରୀ ୧ ତାରିଖରେ ଏହା ଆମେରିକାରେ ରିଲିଜ୍ ହେବାକୁ ଥିବା ବେଳେ ଭାରତରେ ଏହା ମାର୍ଚ୍ଚ ବେଳକୁ ରିଲିଜ ହେବ ବୋଲି ସୂଚନା ମିଳିଛି।

ଏହି ହତ୍ୟାକାଣ୍ଡରେ ପ୍ରାୟ ୫୦ ଜଣ ଲୋକ ସାମିଲ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହକୁ ୨୦୧୧ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମ କୋର୍ଟ।

https://youtu.be/oBNfh4nDlFg

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।