ଅର୍ଥ କମିଶନଙ୍କ ସୁପାରିସ୍ : ପଞ୍ଚାୟତ ଓ ପୌର ସଂସ୍ଥାକୁ ମିଳିବ ୫୦ ହଜାର କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୫ ବର୍ଷ ପାଇଁ ରାଜ୍ୟର ସମସ୍ତ ପଞ୍ଚାୟତ ଓ ପୌର ସଂସ୍ଥାକୁ ୫୦,୨୮୨.୫୦କୋଟି ଟଙ୍କାର ଆବଶ୍ୟକତା ରହିଛି। ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ଏହି ଆବଶ୍ୟକତାକୁ ପୂରଣ କରାଯିବ। ୨୦୨୦-୨୧ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିସରେ ୨୦,୭୭୧.୬୪କୋଟି ଟଙ୍କା ଓ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସରେ ୨୯,୫୧୦.୮୬କୋଟି ଟଙ୍କା ବିଭିନ୍ନ ପଞ୍ଚାୟତ ଓ ପୌର ସଂସ୍ଥାକୁ ପ୍ରଦାନ […]

sachi

sachi

Manoranjan Sial
  • Published: Monday, 17 February 2020
  • Updated: 17 February 2020, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୫ ବର୍ଷ ପାଇଁ ରାଜ୍ୟର ସମସ୍ତ ପଞ୍ଚାୟତ ଓ ପୌର ସଂସ୍ଥାକୁ ୫୦,୨୮୨.୫୦କୋଟି ଟଙ୍କାର ଆବଶ୍ୟକତା ରହିଛି। ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ଏହି ଆବଶ୍ୟକତାକୁ ପୂରଣ କରାଯିବ। ୨୦୨୦-୨୧ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିସରେ ୨୦,୭୭୧.୬୪କୋଟି ଟଙ୍କା ଓ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସରେ ୨୯,୫୧୦.୮୬କୋଟି ଟଙ୍କା ବିଭିନ୍ନ ପଞ୍ଚାୟତ ଓ ପୌର ସଂସ୍ଥାକୁ ପ୍ରଦାନ କରାଯିବ।

ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିସ ରିପୋର୍ଟକୁ ଆଗତ କରିଥିଲେ। କମିଶନଙ୍କ ସୁପାରିସ ଅନୁସାରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ପୌର ସଂସ୍ଥା ଓ ପଞ୍ଚାୟତଗୁଡ଼ିକରେ ୭୦୫୬.୯୩କୋଟି ଟଙ୍କା ରାଜ୍ୟ ପାଣ୍ଠିରୁ ଦେବେ। ଏଥିରେ ପଞ୍ଚାୟତଗୁଡ଼ିକୁ ୪୭୦୯.୩୬ କୋଟି ଟଙ୍କା ଓ ପୌର ସଂସ୍ଥାକୁ ୨୩୪୭.୫୭କୋଟି ଟଙ୍କା ଦେବାକୁ ପଞ୍ଚମ ଅର୍ଥ କମିଶନ ସୁପାରିସ୍ କରିଛନ୍ତି। ପଞ୍ଚମ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ରାଜ୍ୟ ସରକାର ଏହି ଅର୍ଥକୁ ପଞ୍ଚାୟତ, ପଞ୍ଚୟତ ସମିତି ଓ ଜିଲ୍ଲା ପରିଷଦ ମଧ୍ୟରେ ଯଥାକ୍ରମେ ୬୦:୩୦:୧୦ ଅନୁପାତରେ ପ୍ରଦାନ କରିବେ। ପଞ୍ଚାୟତ ସମିତିକୁ ପ୍ରଦାନ କରିବାକୁ ଥିବା ୩୦ ଭାଗ ଅର୍ଥର ଶତକଡ଼ା ୫୦ଭାଗ ଅର୍ଥକୁ ପାନୀୟ ଜଳ, ପରିମଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଖର୍ଚ୍ଚ କରାଯିବ। ବଳକା ୫୦ ପ୍ରତିଶତ ଅର୍ଥକୁ ଅନାବଦ୍ଧ ପାଣ୍ଠି ଆକାରରେ ମୌଳିକ ସେବା ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ବାବଦରେ ଖର୍ଚ୍ଚ ହେବ। ସେହିପରି ପଞ୍ଚଦଶ ଅର୍ଥ କମିଶନ ତାଙ୍କର ରିପୋର୍ଟ ଦୁଇଟି ପର୍ଯ୍ୟାୟରେ ଦେଇଥିବାବେଳେ ତାଙ୍କର ତାଙ୍କର କାର୍ଯ୍ୟକାଳ ଆଉ ବର୍ଷେ ବୃଦ୍ଧି ପାଇଥିବାରୁ ପଞ୍ଚମ ଅର୍ଥ କମିଶନ ମଧ୍ୟ ୨୦୨୦ରୁ ୨୦୨୬ ମସିହା ପର୍ଯ୍ୟନ୍ତ ରାଜ୍ୟ ଏକତ୍ରିତ ପାଣ୍ଠିରୁ ୨୩,୮୪୮.୧୨ କୋଟି ଟଙ୍କା ଦେବାକୁ ସୁପାରିସ୍ କରିଛନ୍ତି। ପଞ୍ଚଦଶ ଅର୍ଥ କମିଶନଙ୍କ ପରିବର୍ଦ୍ଧିତ କାର୍ଯ୍ୟକାଳ(୨୦୨୫-୨୬ ପର୍ଯ୍ୟନ୍ତ) ଧ୍ୟାନରେ ରଖି ରାଜ୍ୟ ସରକାର, ସ୍ଥାନୀୟ ସ୍ୱାୟତ୍ତ ନିକାୟଗୁଡ଼ିକୁ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ଉତ୍ତରାଧିକାର ସୂତ୍ରରେ ପ୍ରବର୍ତ୍ତନ ପାଣ୍ଠି ଓ ରାଜ୍ୟ ଦ୍ରବ୍ୟ ଓ ସେବା କର ଓ ମଟରଯାନ ଟିକସରୁ ହସ୍ତାନ୍ତରର ପରିମାଣ ପଞ୍ଚମ ଅର୍ଥ କମିଶନଙ୍କ ସୂତ୍ର ଅନୁଯାୟୀ ସ୍ଥିର ହୋଇଛି। ଏହାସହିତ କେଉଁ ବର୍ଷ କେତେ ପରିମାଣର ଅର୍ଥ କେଉଁ କେଉଁ କ୍ଷେତ୍ର ପାଇଁ ପ୍ରଦାନ କରାଯିବ ତାହା ମଧ୍ୟ କମିଶନ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ ୪ର୍ଥ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସରେ ପଞ୍ଚାୟତ ଓ ପୌର ସଂସ୍ଥାଗୁଡ଼ିକୁ ଉତ୍ତରାଧିକାରୀ ସୂତ୍ରେ ପ୍ରବର୍ତ୍ତନ ପାଣ୍ଠିରେ ୩୨୫୧.୮୫ କୋଟି ଟଙ୍କା ମିଳିଥିବାବେଳେ ପଞ୍ଚମ ରାଜ୍ୟ ଅର୍ଥ କମିଶନରେ ୭୩୨୦.୮୪ କୋଟି ଟଙ୍କା ଦେବାକୁ ସୁପାରିସ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos