କ୍ରୀଡ଼ା କ୍ଷେତ୍ରର ଭିତ୍ତିଭୂମି ବିକାଶ ପାଇଁ ୯୧୧ କୋଟି, ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ଓଡ଼ିଶାରେ ବିଶ୍ୱ କପ୍ ହକି ମ୍ୟାଚ ନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଓଡ଼ିଶା ବଜେଟ ଇତିହାସରେ ପ୍ରଥମଥର ପାଇଁ କ୍ରୀଡ଼ା କ୍ଷେତ୍ର ନିମନ୍ତେ ୯୧୧କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଯାହାକି ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି । ବଜେଟ ବ୍ୟୟବରାଦ ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷର ବଜେଟରେ ମୋଟ ୨ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ଏଥିରେ କ୍ରୀଡ଼ା କ୍ଷେତ୍ର ପାଇଁ ମୋଟ ୯୧୧କୋଟି ଟଙ୍କା ବ୍ୟୟବରାଦ ହୋଇଛି । […]

Hockey

Ordigital Desk
  • Published: Saturday, 02 July 2022
  • , Updated: 02 July 2022, 10:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ଓଡ଼ିଶାରେ ବିଶ୍ୱ କପ୍ ହକି ମ୍ୟାଚ ନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଓଡ଼ିଶା ବଜେଟ ଇତିହାସରେ ପ୍ରଥମଥର ପାଇଁ କ୍ରୀଡ଼ା କ୍ଷେତ୍ର ନିମନ୍ତେ ୯୧୧କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଯାହାକି ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି ।

ବଜେଟ ବ୍ୟୟବରାଦ ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷର ବଜେଟରେ ମୋଟ ୨ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ଏଥିରେ କ୍ରୀଡ଼ା କ୍ଷେତ୍ର ପାଇଁ ମୋଟ ୯୧୧କୋଟି ଟଙ୍କା ବ୍ୟୟବରାଦ ହୋଇଛି । ତେବେ ଗତ ମାର୍ଚ୍ଚ ୩୦ତାରିଖରେ ଉପସ୍ଥାପିତ କାମଚଳା ବଜେଟରେ ଏହି କ୍ରୀଡ଼ା ବଜେଟ ପରିମାଣ ମୋଟ ୬୦୨କୋଟି ଟଙ୍କା ଥିଲା, ଯାହାକି ୨୦୨୧-୨୨ ଆର୍ଥିକ ବର୍ଷରେ ୪୦୫କୋଟି ଟଙ୍କା ମଧ୍ୟରେ ସୀମିତ ଥିଲା । ଚଳିତ ଆର୍ଥିକ ବଜେଟରେ ମୋଟ ୯୧୧କୋଟି ଟଙ୍କା କେବଳ କ୍ରୀଡ଼ା କ୍ଷେତ୍ରର ଭିତ୍ତିଭୂମି ବିକାଶ ନିମନ୍ତେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୨୬୨୪କୋଟି ଟଙ୍କା, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ମୋଟ୍ ୨୭୩୨୪କୋଟି ଟଙ୍କା, ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ ୩୨୫୯୬କୋଟି ଟଙ୍କା, ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଇଁ ୧୪୪୫୪କୋଟି ଟଙ୍କା, ସହରାଂଚଳ ବିକାଶ ପାଇଁ ୭୨୫୧ କୋଟି ଟଙ୍କା, ଆଭ୍ୟନ୍ତରୀଣ ସୁରକ୍ଷା ଓ ନ୍ୟାୟ ପାଇଁ ୭୫୫୧କୋଟି ଟଙ୍କା, ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୬୨କୋଟି ଟଙ୍କା, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୨୧୧୬୬କୋଟି ଟଙ୍କା, ମହିଳା ଓ ମିଶନ ଶକ୍ତି ପାଇଁ ମୋଟ ୫୫୬୭କୋଟି ଟଙ୍କା, ଶିଳ୍ପ ଓ ଏମଏସଏମଇ କ୍ଷେତ୍ର ପାଇଁ ୧୨୬୯କୋଟି ଟଙ୍କା, ଶକ୍ତି କ୍ଷେତ୍ର ପାଇଁ ୩୪୭୯କୋଟି ଟଙ୍କା, ଗୃହନିର୍ମାଣ କ୍ଷେତ୍ର ପାଇଁ ୬୪୦୬କୋଟି ଟଙ୍କା, ଧାର୍ମିକ ଓ ସାଂସ୍କୃତିକ ସ୍ଥଳୀ ପାଇଁ ୧୯୫୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ବିଭିନ୍ନ ବିଭାଗର ସମ୍ପୃକ୍ତ କ୍ଷେତ୍ର ପାଇଁ ରହିଥିବା ଅର୍ଥକୁ ମିଶାଇ ଏହି ଉପରୋକ୍ତ ହିସାବ ଦର୍ଶାଯାଇଛି ।

ଚଳିତ ଆର୍ଥିକ ବର୍ଷ ବଜେଟରେ ସରକାର ପ୍ରଥମଥର ପାଇଁ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଶିଳ୍ପ ଓ ଏମଏସଏମଇ କ୍ଲଷ୍ଟର ସ୍ଥାପନକୁ ପ୍ରୋତ୍ସାହିତ କରିବା ନିମନ୍ତେ ୨୭୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ହାଇସ୍କୁଲରେ ଫାଇଭ-ଟି ରୂପାନ୍ତରଣ ପାଇଁ ୧୦୦କୋଟି ଟଙ୍କା, ୩ ବର୍ଷ ମଧ୍ୟରେ ଉପକୂଳ ଆଡ଼ିବନ୍ଧ ନିର୍ମାଣ ପାଇଁ ୭୬୩କୋଟି ଟଙ୍କା ଓ କଫି ଚାଷ ପାଇଁ ୧୦କୋଟି ବ୍ୟୟବରାଦ କରିଛନ୍ତି ।

Related story