ପୂର୍ଣ୍ଣାଙ୍ଗ ବଜେଟ୍‌ର ବ୍ୟୟ ଅଟକଳ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା, ପଢ଼ନ୍ତୁ କେଉଁ କ୍ଷେତ୍ରରେ କେତେ ବ୍ୟୟ ବରାଦ କରାଯାଇଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର  ୨୦ ହଜାର ୭୧୪ କୋଟି ଟଙ୍କା କୃଷି ବଜେଟ୍‌ ଉପସ୍ଥାପନ କରାଯାଇଥିବା ବେଳେ  ପୂର୍ଣ୍ଣାଙ୍ଗ ବଜେଟ୍‌ର ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୩୯ ହଜାର କୋଟି ଟଙ୍କା। କେଉଁ କ୍ଷେତ୍ରରେ କେତେ ବ୍ୟୟବରାଦ ପ୍ରଶାସନିକ ବ୍ୟୟ ଅଟକଳ ୫୭ ହଜାର ୩୫୦ କୋଟି […]

nabin

Jitendra Garnayak
  • Published: Friday, 28 June 2019
  • , Updated: 28 June 2019, 06:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର  ୨୦ ହଜାର ୭୧୪ କୋଟି ଟଙ୍କା କୃଷି ବଜେଟ୍‌ ଉପସ୍ଥାପନ କରାଯାଇଥିବା ବେଳେ  ପୂର୍ଣ୍ଣାଙ୍ଗ ବଜେଟ୍‌ର ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୩୯ ହଜାର କୋଟି ଟଙ୍କା।

କେଉଁ କ୍ଷେତ୍ରରେ କେତେ ବ୍ୟୟବରାଦ

  • ପ୍ରଶାସନିକ ବ୍ୟୟ ଅଟକଳ ୫୭ ହଜାର ୩୫୦ କୋଟି ଟଙ୍କା ରହିଛି
  • ଦରମା ପାଇଁ ୨୫ ହଜାର ୫୦୦ କୋଟି ଟଙ୍କା
  • ସୁଧ ଦେୟ ପାଇଁ ୧୩ ହଜାର ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ
  • ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪୬୦୦ କୋଟି
  • କାର୍ଯ୍ୟକ୍ରମ ବ୍ୟୟ ଅଟକଳ ୭୪ ହଜାର ୬୦୦ କୋଟି ଟଙ୍କା
  • ସରକାରୀ ଉଦ୍ୟୋଗ ପାଇଁ ୪ ହଜାର କୋଟି ବ୍ୟୟ ଅଟକଳ
  • ଶିକ୍ଷା
  • ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୯, ୪୯୨ କୋଟି
  • ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି
  • ଅନୁସୂଚିତ ଜାତି ଛାତ୍ରୀ ନିବାସ ନିମନ୍ତେ ୨୨୭ କୋଟି
  • ଉଚ୍ଚ ଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମି ପାଇଁ ୧୫୦ କୋଟି
  • ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ପାଇଁ ୬୩ କୋଟି
  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୫ କୋଟି
  • ସ୍ୱାସ୍ଥ୍ୟ
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା
  • ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୬୮୨୮ କୋଟି ବ୍ୟୟବରାଦ
  • ଫୋନି ପ୍ରଭାବିତ ଅଞ୍ଚଳରେ ୫ ଲକ୍ଷ ପକ୍କା ଘର ନିର୍ମାଣ ପାଇଁ ଯୋଜନା, ୫ ଲକ୍ଷ ପକ୍କା ଘର ପାଇଁ ୪୮୨୦ କୋଟି ବ୍ୟୟବରାଦ
  • ମମତା ଯୋଜନା ପାଇଁ ବଜେଟରେ ୩୦୫ କୋଟି ବ୍ୟୟବରାଦ
  • ମିଶନ ଶକ୍ତି
  • ମିଶନ ଶକ୍ତି ପାଇଁ ୩୦୧ କୋଟି ଟଙ୍କାର ବ୍ୟୟବରାଦ
  • ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ୧୩୦ କୋଟି
  • ଗ୍ରାମାଞ୍ଚଳରେ ସହରାଞ୍ଚଳ ସୁବିଧା ଦେବାକୁ ୮୦ କୋଟି
  • ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି
  • କିନ୍ନର, ନିଷ୍ପେସିତ, ଭିକ୍ଷୁକ ବର୍ଗର ଥଇଥାନ ପାଇଁ ୩୧୪୭ କୋଟି
  • ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟି ପାଇଁ ୪ଶହ କୋଟି
  • ସଡ଼କ, ସେତୁ ଓ ରେଳ
  • ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୦୧ କୋଟି ବ୍ୟୟବରାଦ
  • ବିଜୁ ସେତୁ ଯୋଜନାରେ ୧୮୧ଟି ସେତୁ ପାଇଁ ୫୦୧ କୋଟି
  • ପୁରୁଣା ରେଳ ପ୍ରକଳ୍ପ ସମାପନ ପାଇଁ ୧୦ କୋଟି
  • ପୁଲିସ୍‌ ବାରାକ ନିର୍ମାଣ ଓ ସରଞ୍ଜାମ ପାଇଁ ୭୦୧ କୋଟି ଟଙ୍କା
  • MSME ପାଇଁ ୧୯୨ କୋଟି ଟଙ୍କାର ବ୍ୟୟବରାଦ
  • ବନୀକରଣ, ପର୍ଯ୍ୟଟନ
  • ବ୍ୟାପକ ବନୀକରଣ ପାଇଁ ଜଙ୍ଗଲ ବିଭାଗ ନିମନ୍ତେ ୧୯୦୨ କୋଟି
  • ଗ୍ରୀନ ମହାନଦୀ ମିଶନ ପାଇଁ ୫୧ କୋଟି ବ୍ୟୟବରାଦ
  • ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧୯୪ କୋଟି ବ୍ୟୟବରାଦ
  • ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ୧୧ କୋଟି

Related story