ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି। ସେ କ’ଣ ସବୁ କହିଛନ୍ତି ଜାଣି ନିଅନ୍ତୁ।
- ଫୋନି ବାତ୍ୟା ପାଇଁ ଓଡ଼ିଶା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି
- ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଶେଷ ବ୍ୟବସ୍ଥା ହେବ
- ମହିଳାଙ୍କୁ ସଶକ୍ତୀକରଣ ଆମ ସରକାରର ମୂଳ ମନ୍ତ୍ର
- ପରିବେଶ ସନ୍ତୁଳନ ପାଇଁ ବଜେଟ ପୁସ୍ତିକା ଛପା ହ୍ରାସ କରାଯାଇଛି, ଆଗାମୀ ବର୍ଷ ସଂପୂର୍ଣ୍ଣ ଇଲେ୍ରୋନିକ୍ସ ପୁସ୍ତକ ପାଇଁ ବ୍ୟବସ୍ଥା ହେବ
- ଆସନ୍ତା ବର୍ଷ ଅଭିବୃଦ୍ଧି ହାର ୮.୩% ହେବାକୁ ଲକ୍ଷ୍ୟ ରଖାଯାଇଛି
- କୃଷି କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି ଆମ ସରକାରର ମୂଳ ଲକ୍ଷ୍ୟ ରହିଛି
- ବିଗତ ୭ ବର୍ଷ ମଧ୍ୟରେ ୫ମ ଥର ପାଇଁ ଆମ ରାଜ୍ୟ କୃଷି କର୍ମଣ ପାଇଛି
- ଚାଷୀ, ଭାଗଚାଷୀ, କୃଷି ଶ୍ରମିକଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ ହୋଇଛି
- ୭୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି
- କାଳିଆ ପାଇଁ ମୋଟ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି
- ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପାଇଁ ୨୧୮ କୋଟି ବ୍ୟୟବରାଦ
- ଚାଷୀଙ୍କୁ ସାର ଯୋଗାଇବାକୁ ଶହେ କୋଟିର ଆବର୍ତ୍ତନ ପାଣ୍ଠି କରାଯାଇଛି
- ଅସଂପୂର୍ଣ୍ଣ ଜଳ ପ୍ରକଳ୍ପ ପାଇଁ ୧୮୬୧ କୋଟି ବ୍ୟୟବରାଦ କରାଯାଇଛି
- ନବକୃଷ୍ଣ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି ବ୍ୟୟବରାଦ
- ଚାଷୀମାନଙ୍କୁ ୧ ଲକ୍ଷ ପଯର୍ୟନ୍ତ ଋଣ ବିନା ସୁଧରେ ମିଳିବ
- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪ଶହ କୋଟି ବ୍ୟୟବରାଦ
- ଚଳିତ ବର୍ଷ ଚାଷୀଙ୍କ ଠାରୁ ୪୯ ଲକ୍ଷ ୯ ହଜର ମେଟ୍ରିକ ଟନ୍ ଧାନ ସଂଗୃହିତ
- ମତ୍ସ୍ୟ ଚାଷୀଙ୍କୁ ପ୍ରେତ୍ସାହନ ପାଇଁ ପୋଖରୀ ଖୋଳାରେ ୫୦% ସବସିଡି
- ୨୦୧୩-୧୪ରେ କୃଷି ବଜେଟ ଅଟକଳ ଥିଲା ୭୧୬୨ କୋଟି, ୨୦୧୯-୨୦ରେ କୃଷି ବଜେଟ ପରିମାଣ ୨୦ ହଜାର ୭୧୪ କୋଟି