ହେଲ୍‌ମେଟ୍‌ ପିନ୍ଧିନଥିବାରୁ ଟ୍ରାକ୍ଟର ଟ୍ରଲି ମାଲିକକୁ ଫାଇନ୍‌

ରାୟଗଡ଼ା(ମନୋଜ ପାତ୍ର): ଟ୍ରାଫିକ୍‌ ପୁଲିସର ଅଜବ ନୀତି। ହେଲ୍‌ମେଟ୍‌ ପିନ୍ଧିନଥିବାରୁ ଟ୍ରାକ୍ଟର ଟ୍ରଲି ମାଲିକଙ୍କୁ ହୋଇଛି ଜରିମାନା। ରାୟଗଡା ଟ୍ରାଫିକ ପୁଲିସ୍‌ କରିଛି ଏହି ଅଜବତ ଚାଲାଣ। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ସୁକୁନାଭଟ୍ଟା ଗାଁର ଏକାଦଶୀ ସାହୁଙ୍କ ନିକଟକୁ ରାୟଗଡ଼ା ଟ୍ରାଫିକ୍‌ ପୁଲିସ୍‌ ପଠାଇଛି ଏକ ଚାଲାଣ।ନୋଟିସ୍‌ ଆନୁସାରେ ଟ୍ରାକ୍ଟର ଟ୍ରଲି ନମ୍ବର (ଓଆର ୦୮ ଡି ୫୭୯୩)କୁ 177 General Offence ପାଇଁ ୪୦୦୦, Disobedience […]

Rayagada Traffic

Rayagada Traffic

Manoranjan Sial
  • Published: Monday, 28 June 2021
  • Updated: 28 June 2021, 05:46 PM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ଟ୍ରାଫିକ୍‌ ପୁଲିସର ଅଜବ ନୀତି। ହେଲ୍‌ମେଟ୍‌ ପିନ୍ଧିନଥିବାରୁ ଟ୍ରାକ୍ଟର ଟ୍ରଲି ମାଲିକଙ୍କୁ ହୋଇଛି ଜରିମାନା। ରାୟଗଡା ଟ୍ରାଫିକ ପୁଲିସ୍‌ କରିଛି ଏହି ଅଜବତ ଚାଲାଣ। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି।

କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ସୁକୁନାଭଟ୍ଟା ଗାଁର ଏକାଦଶୀ ସାହୁଙ୍କ ନିକଟକୁ ରାୟଗଡ଼ା ଟ୍ରାଫିକ୍‌ ପୁଲିସ୍‌ ପଠାଇଛି ଏକ ଚାଲାଣ।ନୋଟିସ୍‌ ଆନୁସାରେ ଟ୍ରାକ୍ଟର ଟ୍ରଲି ନମ୍ବର (ଓଆର ୦୮ ଡି ୫୭୯୩)କୁ 177 General Offence ପାଇଁ ୪୦୦୦, Disobedience or order of authority ପାଇଁ ୫୫୦୦ ଓ 194 (D) Pillion not wearing helmet ବାବଦରେ ୪୫୦୦ ଟଙ୍କାର ଚାଲାଣ କଟିଛି। ଚାଲାଣ ପାଇବା ପରେ ଟ୍ରାକ୍ଟର ମାଲିକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଟ୍ରାକ୍ଟର ମାଲିକଙ୍କ କହିବା ଅନୁସାରେ ଟ୍ରାକ୍ଟର ଟ୍ରଲି ଗାଁରେ ଅନେକ ଦିନଧରି ଅବ୍ୟବହୃତ ଭାବେ ପଡିରହିଛି। ଯଦି ଟ୍ରାକ୍ଟର ଟ୍ରଲି ଗାଁ ବାହାରକୁ ଯାଇନି, ତାହାହେଲେ ଚାଲାଣ କିଭଳି କଟିଲା? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହେଲମେଟ ନ ପିନ୍ଧିଥିବାରୁ ଚାଲାଣ କଟିଛି। ଏକଥା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ ଟ୍ରାକ୍ଟର ମାଲିକ। କରୋନା ଯୋଗୁ ସେ ରାୟଗଡା ଆସି ଘଟଣା ସମ୍ପର୍କରେ ବୁଝିପାରିନଥିଲେ। ଏହାର ସମାଧାନ ନହେଲେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ଟ୍ରାକ୍ଟର ମାଲିକଙ୍କ ପୁଅ ରଞ୍ଜନ ସାହୁ।

ଏ ନେଇ ରାୟଗଡା ଜିଲ୍ଲା ପରିବହନ ଅଧିକାରୀଙ୍କୁ ପଚାରିବାରୁ ଏହା ପୁଲିସ କରିଛି। କିନ୍ତୁ ଟ୍ରାକ୍ଟର ଉପରେ ଏଭଳି ଫାଇନ୍‌ କାଟିବା ଭୁଲ୍‌ ବୋଲି କହିଛନ୍ତି ରାୟଗଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ହେମେନ୍ଦ୍ର ନାରାୟଣ ନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos