ମୃତ୍ୟୁ ପରେ ମୋକ୍ଷ ପାଇଁ ଆସୁଥିବା ଶବ ସହ ଖେଳ

Ordigital Desk
  • Published: Thursday, 22 February 2018
  • , Updated: 22 February 2018, 09:55 AM IST
<p>ପୁରୀ( ଓଡ଼ିଶା ରିପୋର୍ଟର): ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ହେଲେ ମୋକ୍ଷ ମିଳିଥାଏ। ହିନ୍ଦୁ ଧର୍ମ ତଥା ଓଡ଼ିଆ ଚାଲିଚଳଣୀରେ ଏ ବିଶ୍ୱାସ ବହୁ ପୁରୁଣା। ଖାସ୍ ଏଇଥିପାଇଁ ମୃତ୍ୟୁ ପରେ ସମ୍ପର୍କୀୟମାନେ କାହିଁ କେତେ ଦୂରରୁ ନିଜ ଆତ୍ମୀୟଙ୍କ ମର ଶରୀରକୁ ଧରି ଚାଲି ଆସନ୍ତି ପୁରୀ। ହେଲେ ଏଠି ଶବଦାହକମାନେ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ରାତିରେ ଶବ ଧରି ପହଞ୍ଚିଲେ ୨ ହଜାର ପର୍ଯ୍ୟନ୍ତ ଟଙ୍କା ଗଣିବାକୁ ପଡୁଛି। ସ୍ୱର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନାରେ ମାଗଣାରେ ଶବଦାହ ବ୍ୟବସ୍ଥା ଥିଲେ ବି ଶବଦାହକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିଚାଲିଛି। ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ଶୃଙ୍ଖଳିତ ଶବଦାହ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି।</p> <p>ମୃତଦେହର ଅନ୍ତିମ ସଂସ୍କାର ଲାଗି ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଛି ୨ ହଜାର ଟଙ୍କା। ଏହି ଯୋଜନାରେ କାଠ, ଝାଟି, ପଥଶ୍ରାଦ୍ଧ ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଚିରିକୁଟି ବ୍ୟବସ୍ଥା ରହିଛି। ଶବ ଆଣିଥିବା ଲୋକେ ଏହି ଚିରିକୁଟି ଦେଇ ବିଭିନ୍ନ ସାମଗ୍ରୀ ସଂଗ୍ରହ କରୁଥିବ ବେଳେ କେବଳ ଶବ ଦାହକାରୀଙ୍କ ପାଇଁ ୩୦୦ ଟଙ୍କାର କ୍ୟାସ୍ ବ୍ୟବସ୍ଥା ରହିଛି। ହେଲେ ଅଧିକାଂଶ ସମୟରେ ୩୦୦ ଟଙ୍କା ନେଇ ଶବ ପୋଡ଼ିବାକୁ ରାଜି ହେଉ ନାହାନ୍ତି ଶବ ଦାହକ। ଏଥିପାଇଁ ସେମାନେ ଅତି କମ୍&zwnj;ରେ ହଜାରେ ଟଙ୍କା ଦାବି କରୁଥିବା ଅଭିଯୋଗ ହେଉଛି। ଏମିତିକି ରାତିରେ ଶବ ଆସିଲେ ଦାବି ଦୁଇଗୁଣା ହୋଇ ଯାଉଛି। ଅନ୍ୟପକ୍ଷରେ ବାରମ୍ବାର ଏପରି ଅଭିଯୋଗ ପରେ ପୁରୀ ଜିଲ୍ଲାପ୍ରଶାସନ ଓ ମୁନିସିପାଲିଟି ପକ୍ଷରୁ ଏ ନେଇ ଆଲୋଚନା ହେବା ସହ କିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ ପାଇଁ ପଦକ୍ଷେପ ନିଆଯାଇଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ କହିଛନ୍ତି।</p> <p>&amp;nbsp;</p>

Related story