ହେତୁବାଦୀ ଓ ପଠାଣିସାମନ୍ତ ପ୍ଲାନିଟେରିୟମ୍‌ ଉପ ନିର୍ଦ୍ଦେଶକଙ୍କ ନାଁରେ ଏତଲା

ଖଲ୍ଲିକୋର୍ଟ (ଶିଲୁ ବିଶ୍ୱଳ): ହେତୁବାଦୀ ସଙ୍ଗଠନ କର୍ମକର୍ତ୍ତା ଓ ପଠାଣିସାମନ୍ତ ପ୍ଲାନିଟେରିୟମ୍‌ ଉପନିର୍ଦ୍ଦେଶକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଓଡିଶା ହାଇକୋର୍ଟର ବରିଷ୍ଠ ଆଇନ୍‌ଜୀବୀ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଏହି ଏତଲା ଦେଇଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଆଜି ହେଉଛି ଚନ୍ଦ୍ରଗ୍ରହଣ। ଏହି ଦିନରେ ଖାଇବାକୁ ନେଇ ଆରମ୍ଭ ହୋଇଛି ବିତର୍କ। ଏହାକୁ ନେଇ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଟିଭି ଡିବେଟ୍‌। ଏଥିରେ ହେତୁବାଦୀ ପ୍ରତାପ ରଥ, […]

FIR

  • Published: Tuesday, 08 November 2022
  • , Updated: 08 November 2022, 05:12 PM IST

ଖଲ୍ଲିକୋର୍ଟ (ଶିଲୁ ବିଶ୍ୱଳ): ହେତୁବାଦୀ ସଙ୍ଗଠନ କର୍ମକର୍ତ୍ତା ଓ ପଠାଣିସାମନ୍ତ ପ୍ଲାନିଟେରିୟମ୍‌ ଉପନିର୍ଦ୍ଦେଶକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଓଡିଶା ହାଇକୋର୍ଟର ବରିଷ୍ଠ ଆଇନ୍‌ଜୀବୀ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଏହି ଏତଲା ଦେଇଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଆଜି ହେଉଛି ଚନ୍ଦ୍ରଗ୍ରହଣ। ଏହି ଦିନରେ ଖାଇବାକୁ ନେଇ ଆରମ୍ଭ ହୋଇଛି ବିତର୍କ। ଏହାକୁ ନେଇ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଟିଭି ଡିବେଟ୍‌। ଏଥିରେ ହେତୁବାଦୀ ପ୍ରତାପ ରଥ, ସତ୍ୟରଞ୍ଜନ ପାଢୀ ଓ ପଠାଣିସାମନ୍ତ ପ୍ଲାନିଟେରିୟମ ଉପନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଯୋଗଦେଇ ହିନ୍ଦୁ ଓ ସନାତନ ଧର୍ମ ଉପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଘୋର ନିନ୍ଦନୀୟ। ତେଣୁ ସେମାନଙ୍କ ନାଁରେ ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି ହାଇକୋର୍ଟର ବରିଷ୍ଠ ଆଇନୀଜୀବୀ ଦିଲ୍ଲୀପ କୁମାର ଆଚାର୍ଯ୍ୟ।

 

Related story