ପାଲ୍‌ହାଇଟ୍ସ ମାଲିକଙ୍କ ଘରେ ଅଗ୍ନିକାଣ୍ଡ ଘଟଣା:ଫୋରେନସିକ୍ ଲାବ୍‌କୁ ପଠାଗଲା ସିସିଟିଭି ହାର୍ଡଡିସ୍କ

ଭୁବନେଶ୍ୱର: ଭୁବନେଶ୍ୱର ପାଲ୍‌ହାଇଟ୍ସ ମାଲିକ ସତପାଲ୍‌ ସିଂଙ୍କ ଘରେ ଅଗ୍ନିକାଣ୍ଡ ଘଟିବାର ୬ ଦିନ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଏହାକୁ ନେଇ ସସପେନ୍ସ ଜାରି ରହିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ପୋଲିସ୍‌ ଏହାର ତଦନ୍ତକୁ ଜୋରଦାର କରିଛି। ଆଜି ପୋଲିସ୍  ତାଙ୍କ ଘରୁ ଜବତ ସିସିଟିଭି ହାର୍ଡଡିସ୍କକୁ ଫୋରେନସିକ୍ ଲାବ୍‌କୁ ପଠାଇଛି। ଏପଟେ ସିସିଟିଭି କ୍ୟାମେରାରେ ତାରିଖ ସେଟିଂ ନ ଥିବା ଯାଞ୍ଚ ପରେ ଜଣାପଡ଼ିଛି। ଆଜି ଫୋରେନ୍ସିକ୍ ଟିମ୍ ଓ ପୋଲିସ୍ […]

palhits

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 02:05 PM IST

ଭୁବନେଶ୍ୱର: ଭୁବନେଶ୍ୱର ପାଲ୍‌ହାଇଟ୍ସ ମାଲିକ ସତପାଲ୍‌ ସିଂଙ୍କ ଘରେ ଅଗ୍ନିକାଣ୍ଡ ଘଟିବାର ୬ ଦିନ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଏହାକୁ ନେଇ ସସପେନ୍ସ ଜାରି ରହିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ପୋଲିସ୍‌ ଏହାର ତଦନ୍ତକୁ ଜୋରଦାର କରିଛି। ଆଜି ପୋଲିସ୍  ତାଙ୍କ ଘରୁ ଜବତ ସିସିଟିଭି ହାର୍ଡଡିସ୍କକୁ ଫୋରେନସିକ୍ ଲାବ୍‌କୁ ପଠାଇଛି। ଏପଟେ ସିସିଟିଭି କ୍ୟାମେରାରେ ତାରିଖ ସେଟିଂ ନ ଥିବା ଯାଞ୍ଚ ପରେ ଜଣାପଡ଼ିଛି। ଆଜି ଫୋରେନ୍ସିକ୍ ଟିମ୍ ଓ ପୋଲିସ୍ ମିଳିତ ଭାବେ ଯାଞ୍ଚ କରିଥିଲେ। ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି।

ଗତ ୩ ତାରିଖରେ ଭୋରରେ ସତପାଲ୍‌ ସିଂଙ୍କ ଘରେ ଅଗ୍ନିକାଣ୍ଡ ହୋଇଥିଲା। ଅଗ୍ନିକାଣ୍ଡରେ ତାଙ୍କ ପୁଅ, ବୋହୂ, ନାତି,ନାତୁଣୀ ଓ ଘରର ମହିଳା ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।

 

Related story