ଜଳିଗଲା ବିସ୍ଥାପିତଙ୍କ ବସ୍ତି

ବାରିପଦା(ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଳା କରିଞ୍ଜିଆ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଞ୍ଚଳ ଅନ୍ତର୍ଗତ ସିଆଳନଇ ଗାଁର ୧୬ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୨୦୧୮ ଜୁନ୍‌ ମାସରେ ଶିମିଳିପାଳ ଅଭୟାରଣ୍ୟରୁ ବିସ୍ଥାପିତ ହୋଇଥିବର ଲୋକଙ୍କୁ ସିଆଳନଇ ଗାଁରେ ଆଣି ରଖାଯାଇଥିଲା। ତେବେ ଗତକାଲି ରାତିରେ କୌଣସି କାରଣରୁ ସେମାନଙ୍କ ବସ୍ତିରେ ନିଆଁ ଲାଗି ଯାଇଥିଲା। […]

fire,,,,

Tapaswini Nayak
  • Published: Thursday, 24 January 2019
  • , Updated: 24 January 2019, 02:06 PM IST

ବାରିପଦା(ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଳା କରିଞ୍ଜିଆ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଞ୍ଚଳ ଅନ୍ତର୍ଗତ ସିଆଳନଇ ଗାଁର ୧୬ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

୨୦୧୮ ଜୁନ୍‌ ମାସରେ ଶିମିଳିପାଳ ଅଭୟାରଣ୍ୟରୁ ବିସ୍ଥାପିତ ହୋଇଥିବର ଲୋକଙ୍କୁ ସିଆଳନଇ ଗାଁରେ ଆଣି ରଖାଯାଇଥିଲା। ତେବେ ଗତକାଲି ରାତିରେ କୌଣସି କାରଣରୁ ସେମାନଙ୍କ ବସ୍ତିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର କାରଣ ଜଣା ପଡ଼ିନାହିଁ।

ଘଟଣା ପରେ ସ୍ଥାନୀୟ ବିଡିଓ, ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ବିସ୍ଥାପିତ ମାନେ ଖଡ଼ିଆ ଓ ମାଙ୍କିଡ଼ିଆ ସଂପ୍ରଦାୟର।

Related story