ଜଳିଗଲା ୬୦ରୁ ଅଧିକ ଘର

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା କରତପଟା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଜଳିପୋଡ଼ି ଛାରଖାର୍‌ ହୋଇଯାଇଛି ୬୦ରୁ ୭୦ଘର। ଯାହାଫଳରେ ୨୦ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଏବେ ସମ୍ପୃକ୍ତ ପରିବାର ସର୍ବହରା ହୋଇଯାଇଛନ୍ତି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଜଣଙ୍କ ଚାଳଛ ପର ଘରେ ଏହି ନିଆଁ ଲାଗିଥିଲା। ଏହାପରେ ନିଆଁ ଜଣଙ୍କ ପରେ ଜଣଙ୍କ ଘରକୁ ବ୍ୟାପୀ ଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ […]

fire in angul

Rakesh Mallick
  • Published: Sunday, 18 February 2018
  • , Updated: 18 February 2018, 06:40 PM IST

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା କରତପଟା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଜଳିପୋଡ଼ି ଛାରଖାର୍‌ ହୋଇଯାଇଛି ୬୦ରୁ ୭୦ଘର। ଯାହାଫଳରେ ୨୦ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଏବେ ସମ୍ପୃକ୍ତ ପରିବାର ସର୍ବହରା ହୋଇଯାଇଛନ୍ତି।

ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଜଣଙ୍କ ଚାଳଛ ପର ଘରେ ଏହି ନିଆଁ ଲାଗିଥିଲା। ଏହାପରେ ନିଆଁ ଜଣଙ୍କ ପରେ ଜଣଙ୍କ ଘରକୁ ବ୍ୟାପୀ ଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଆୟତ୍ତ କରିବା ସମ୍ଭବପର ହୋଇନାହିଁ। ତେବେ ବହୁ ଅଗ୍ନିଶମ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ନିଆଁ କେମିତି ଲାଗିଲା, ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ। ଜଣଙ୍କ ଘରେ ସର୍ଟସର୍କିଟ ହୋଇଥିବାରୁ ନିଆଁ ବ୍ୟାପୀ ଥିବା ଅନୁମାନ କରାଯାଉଛି।

Related story