ଜଳିଗଲା କେମିକାଲ୍‌ ଟ୍ୟାଙ୍କର

ଖୋର୍ଦ୍ଧା (ବଳରାମ ଲେଙ୍କା): ଗତକାଲି ବିଳମ୍ୱିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାଇପାସ୍‌ରେ ୧୬ ନମ୍ୱର ଜାତୀୟ ରାଜପଥରେ ଏକ ଚଳନ୍ତା କେମିକାଲ୍‌ ଟ୍ୟାଙ୍କର ଜଳି ଯାଇଛି। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଟ୍ୟାଙ୍କର ଡ୍ରାଇଭର ଓ ହେଲପର୍ ଗୁରୁତର ହୋଇଛନ୍ତି।  ଉଭୟଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ୟାଙ୍କରଟି ପାରାଦୀପରୁ ବ୍ରହ୍ମପୁର ଯାଉଥିଲା। ତେବେ ଟାଙ୍ଗୀ ପୁଲିସ୍‌ ଟ୍ୟାଙ୍କରଟିକୁ ଜବତ କରି ତଦନ୍ତ […]

khurdh

Jyoshna Pradhan
  • Published: Friday, 30 August 2019
  • , Updated: 30 August 2019, 11:30 AM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଗତକାଲି ବିଳମ୍ୱିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାଇପାସ୍‌ରେ ୧୬ ନମ୍ୱର ଜାତୀୟ ରାଜପଥରେ ଏକ ଚଳନ୍ତା କେମିକାଲ୍‌ ଟ୍ୟାଙ୍କର ଜଳି ଯାଇଛି। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏଥିରେ ଟ୍ୟାଙ୍କର ଡ୍ରାଇଭର ଓ ହେଲପର୍ ଗୁରୁତର ହୋଇଛନ୍ତି।  ଉଭୟଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ୟାଙ୍କରଟି ପାରାଦୀପରୁ ବ୍ରହ୍ମପୁର ଯାଉଥିଲା। ତେବେ ଟାଙ୍ଗୀ ପୁଲିସ୍‌ ଟ୍ୟାଙ୍କରଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Related story