ଜଳିଗଲା କୋଇଲା ବୋଝେଇ ଟ୍ରକ୍

ରାୟଗଡ଼ା(ମନୋଜ ପାତ୍ର): ଜଳିଗଲା କୋଇଲା ବୋଝେଇ ଟ୍ରକ୍ । ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଜଳିଯାଇଛି । ନିଆଁ ଲାଗିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ରାୟଗଡ଼ା ଅଗ୍ନିଶମ ବାହିନୀ ଓ ଶେଷଖାଲ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ କୋଇଲା ସମେତ ଟ୍ରକ୍ର ଅଧିକାଂଶ ଭାଗ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଟ୍ରକ୍‌ଟି […]

truck

Niharika Rout
  • Published: Wednesday, 27 January 2021
  • , Updated: 27 January 2021, 04:50 PM IST

ରାୟଗଡ଼ା(ମନୋଜ ପାତ୍ର): ଜଳିଗଲା କୋଇଲା ବୋଝେଇ ଟ୍ରକ୍ । ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଜଳିଯାଇଛି । ନିଆଁ ଲାଗିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ରାୟଗଡ଼ା ଅଗ୍ନିଶମ ବାହିନୀ ଓ ଶେଷଖାଲ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ କୋଇଲା ସମେତ ଟ୍ରକ୍ର ଅଧିକାଂଶ ଭାଗ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଟ୍ରକ୍‌ଟି ବିଶାଖାପାଟଣାରୁ କୋଇଲା ନେଇ ରାୟଗଡ଼ା ଆସୁଥିଲା । ଅଗ୍ନିକାଣ୍ଡ ପାଇଁ କିଛି ସମୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ ସ୍ୱାଭାବିକ ହୋଇଥିବା ଜଣାଯାଇଛି।

Related story