ହସ୍ପିଟାଲରେ ନିଆଁ

Ordigital Desk
  • Published: Saturday, 17 February 2018
  • , Updated: 17 February 2018, 07:52 AM IST
<p>ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ସିଭିଲ୍ ଟାଉନସିପରେ ଥିବା ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଆଜି ଭୋରରୁ ହସ୍ପିଟାଲର ଦ୍ୱିତୀୟ ମହଲାର ନବଜାତ ଶିଶୁ ବିଭାଗରେ ନିଆଁ ଲାଗି ଯାଇଥିଲା। ଫଳରେ ପୁରା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା ହସ୍ପିଟାଲ। ହସ୍ପିଟାଲ କର୍ତ୍ତୃପକ୍ଷ ନିଆଁକୁ ଆୟତ୍ତ କରିଛନ୍ତି। ସେଠାରେ ଥିବା ନବଜାତ ଶିଶୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।&nbsp; ଅଗ୍ନିକାଣ୍ଡରେ&nbsp; ଜଣେ ୬ ଦିନ ଶିଶୁ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଛି। ଗୁରୁତର ଅବସ୍ଥାରେ ତାକୁ ଆଇଜିଏଚ୍&zwnj;କୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।</p> <p>&amp;nbsp;</p>

Related story