ପଞ୍ଚାୟତ କାର୍ଯ୍ୟାଳୟରେ ନିଆଁ: ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ମୋହନା: ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ୍ ଛେଳିଗଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଆଜି ସକାଳ ପ୍ରାୟ ୬ଟା ସମୟରେ ପଞ୍ଚାୟତ କାର୍ଯ୍ୟାଳୟର ବନ୍ଦ କୋଠରୀ ମଧ୍ୟରୁ  ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖି ସରପଞ୍ଚଙ୍କୁ ଖବର ଦେଇଥିଲେ। ସରପଞ୍ଚ ଓ ଜିଆରଏସ୍‌ ଘଟଣାସ୍ଥଳରେ ପହଞ୍ଚି ତାଲା ଖୋଲି ଗାଁଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍‌ ସଟ୍‌ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି।  ନିଆଁ ଲାଗିବା ଯୋଗୁଁ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପୋଡ଼ି ନଷ୍ଟ ହୋଇଯାଇଛି। ଏନେଇ […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 12:52 PM IST

ମୋହନା: ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ୍ ଛେଳିଗଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଆଜି ସକାଳ ପ୍ରାୟ ୬ଟା ସମୟରେ ପଞ୍ଚାୟତ କାର୍ଯ୍ୟାଳୟର ବନ୍ଦ କୋଠରୀ ମଧ୍ୟରୁ  ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖି ସରପଞ୍ଚଙ୍କୁ ଖବର ଦେଇଥିଲେ। ସରପଞ୍ଚ ଓ ଜିଆରଏସ୍‌ ଘଟଣାସ୍ଥଳରେ ପହଞ୍ଚି ତାଲା ଖୋଲି ଗାଁଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ।

ବିଦ୍ୟୁତ୍‌ ସଟ୍‌ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି।  ନିଆଁ ଲାଗିବା ଯୋଗୁଁ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପୋଡ଼ି ନଷ୍ଟ ହୋଇଯାଇଛି। ଏନେଇ ସରପଞ୍ଚ ବିଡିଓଙ୍କୁ ଜଣାଇବା ପରେ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭରତ କୁମାର ବେହେରଦଳାଇ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Related story