ଜଳୁଛି ଶିମିଳିପାଳ ଜଙ୍ଗଲ

Ordigital Desk
  • Published: Tuesday, 13 March 2018
  • , Updated: 13 March 2018, 10:40 AM IST
<p>ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ ଜଳୁଛି। ଆଜିକୁ ୬ରୁ ୭ ଦିନ ହେବ ୨୪ ଘଣ୍ଟା ଧରି ନିଆଁ ଘେରରେ ରହିଛି ଶିମିଳିପାଳ। ବହୁ ଔଷଧୀୟ ବୃକ୍ଷ ପାଉଁଶ ହେବାରେ ଲାଗିଛି। ଅନବରତ ଜଙ୍ଗଲ ଜଳିବା ଯୋଗୁଁ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏପରିକି ନିଆଁର ପ୍ରକୋପ ଯୋଗୁଁ ଶିମିଳିପାଳ ପାଦଦେଶରେ ବସବାସ କରୁଥିବା ଗ୍ରାମବାସୀ ଅତିଷ୍ଠ ହୋଇପଡିଲେଣି। ବନ ବିଭାଗ ପକ୍ଷରୁ&nbsp; ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି। ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛି।</p>

Related story