ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଟଖଟିଆ ପଞ୍ଚାୟତର ସିନ୍ଦୂରପୁର ଗାଁରେ ମନୋଜ ଭୋଇ ନାମକ ଜଣେ ଚାଷୀଙ୍କ ଖଳାରେ ଥିବା ଧାନ ପୋଡ଼ି ପାଉଁଶ ହୋଇଯାଇଛି। ସେ ଜମିରୁ ଧାନ କାଟି ବିଡ଼ା କରି ଗାଁ ମୁଣ୍ଡରେ ଥିବା ଖଳାରେ ଗଦା କରି ରଖିଥିଲେ। ହେଲେ ଗତକାଲି ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ସେଥିରେ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।
ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ କଣ୍ଟାମାଳ ଓ ସୋନପୁରରୁ ଦୁଇଟି ଦମକଳ ଗାଡ଼ି ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ। ହେଲେ ଦମକଳ ଗାଡ଼ି ଆସିବା ପୂର୍ବରୁ ସବୁ ଧାନ ପୋଡ଼ି ପାଉଁଶ ହୋଇଯାଇଥିଲା। ମନୋଜଙ୍କ କହିବା ଅନୁଯାୟୀ, ୭ ଏକର ଜମିର ଧାନ ବିଡ଼ା ସେ ଖଳାରେ ରଖିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Accident
ବାର୍ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସେଥିରେ ପଡ଼ି ଚାଲିଗଲା ୩ ହାତୀଙ୍କ ଜୀବନ !
ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।
Crime
ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ; ୧୦ଟି ସ୍ଥାନରେ ଚଢ଼ାଉ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।