ବିଳମ୍ବରେ ଚେତା ପଶିଲା, କୋଭିଡ୍ ହସ୍ପିଟାଲରେ ଯାଂଚ ହେବ ଅଗ୍ନି ନିର୍ବାପକ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜୁରାଟର ଅହମ୍ମଦାବାଦସ୍ଥିତ ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡରେ ୮ଜଣ ଲୋକଙ୍କ ମୃତ୍ୟୁ ହେବାପରେ ଓଡ଼ିଶା ସରକାରଙ୍କ ଚେତା ପଶିଛି। ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲର ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଂଚ କରାଯିବ ବୋଲି ରାଜ୍ୟ ଅଗ୍ନିଶମ ସେବା ଡିଜି ସତ୍ୟଜିତ୍ ମହାନ୍ତି କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ଅଗ୍ନିଶମ ଡିଜି ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ଥିବା ସମସ୍ତ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରର ଅଗ୍ନି ନିର୍ବାପକ […]

dg

dg

Niharika Rout
  • Published: Thursday, 06 August 2020
  • Updated: 06 August 2020, 07:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜୁରାଟର ଅହମ୍ମଦାବାଦସ୍ଥିତ ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡରେ ୮ଜଣ ଲୋକଙ୍କ ମୃତ୍ୟୁ ହେବାପରେ ଓଡ଼ିଶା ସରକାରଙ୍କ ଚେତା ପଶିଛି। ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲର ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଂଚ କରାଯିବ ବୋଲି ରାଜ୍ୟ ଅଗ୍ନିଶମ ସେବା ଡିଜି ସତ୍ୟଜିତ୍ ମହାନ୍ତି କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ଅଗ୍ନିଶମ ଡିଜି ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ଥିବା ସମସ୍ତ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରର ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଂଚ କରିବାକୁ ଆସିଷ୍ଟାଣ୍ଟ୍ ଫାୟାର ଅଫିସର ଓ ଡେପୁଟି ଫାୟାର ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ କୋଭିଡ୍ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଂଚ କରିବେ। ରାଜ୍ୟରେ ଥିବା କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ରୋଗୀଙ୍କ ସୁରକ୍ଷା ପାଇଁ କ’ଣ ବ୍ୟବସ୍ଥା କରାଯାଇଛି ତା’ର ଯାଂଚ କରାଯିବ। ଯଦି କୌଣସି କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ କିଛି ସମସ୍ୟା ଥାଏ, ଯଥାଶୀଘ୍ର ତା’ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟରେ ଏତେ ସଂଖ୍ୟାରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ଖୋଲା ଯାଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ସୁବ୍ୟବସ୍ଥିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଏବେ ରାଜ୍ୟରେ ୩୫ଟି କୋଭିଡ୍ ହସ୍ପିଟାଲ ଓ ୧୭୮ଟି କୋଭିଡ୍ କେୟାର ସେଣ୍ଟର ରହିଛି। କୋଭିଡ୍ ହସ୍ପିଟାଲରେ ୩୧୨ଟି ଆଇସିୟୁ ସମେତ ୫୫୭୭ଟି ବେଡ୍ ଏବଂ କୋଭିଡ୍ କେୟାର ସେଣ୍ଟରରେ ୨୧୦୫୯ଟି ବେଡ୍ ବ୍ୟବସ୍ଥା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos