ପାହାଡ଼ରୁ ପାହାଡ଼କୁ ଡେଉଁଛି ନିଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆକାଶ ମାର୍ଗରୁ ଅତି ଭୟଙ୍କର ଦିଶୁଛି ଜଙ୍ଗଲ ନିଆଁ।   ଶିମିଳିପାଳ ସମେତ ରାଜ୍ୟର ଅନେକ ଜଙ୍ଗଲରେ ଏବେ ନିଆଁ ଲାଗିଥିବା ବେଳେ ଏବେ ମାଲକାନଗିରି ଜିଲ୍ଲାର ଅନେକ ଜଙ୍ଗଲ ବି ଜଳୁଛି । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଡେଇଁ ନିଆଁ ବ୍ୟାପିବାରେ ଲାଗିଛି । ଆକାଶ ମାର୍ଗରୁ ମାଲକାନଗିରି ସଦର ମହକୁମା ନିକଟସ୍ଥ ଗୋଇ ପାହାଡ଼ର ଲାଗିଥିବା ନିଆଁର ଦୃଶ୍ୟ ନିଆଯାଇଥିବା ବେଳେ ତାହା ଅତି ଭୟଙ୍କର ଦିଶୁଛି। ଏଠାରେ  ଗୋଟିଏ […]

Fire

Fire

Niharika Rout
  • Published: Tuesday, 09 March 2021
  • Updated: 09 March 2021, 03:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆକାଶ ମାର୍ଗରୁ ଅତି ଭୟଙ୍କର ଦିଶୁଛି ଜଙ୍ଗଲ ନିଆଁ।   ଶିମିଳିପାଳ ସମେତ ରାଜ୍ୟର ଅନେକ ଜଙ୍ଗଲରେ ଏବେ ନିଆଁ ଲାଗିଥିବା ବେଳେ ଏବେ ମାଲକାନଗିରି ଜିଲ୍ଲାର ଅନେକ ଜଙ୍ଗଲ ବି ଜଳୁଛି । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଡେଇଁ ନିଆଁ ବ୍ୟାପିବାରେ ଲାଗିଛି । ଆକାଶ ମାର୍ଗରୁ ମାଲକାନଗିରି ସଦର ମହକୁମା ନିକଟସ୍ଥ ଗୋଇ ପାହାଡ଼ର ଲାଗିଥିବା ନିଆଁର ଦୃଶ୍ୟ ନିଆଯାଇଥିବା ବେଳେ ତାହା ଅତି ଭୟଙ୍କର ଦିଶୁଛି।

ଏଠାରେ  ଗୋଟିଏ ପାହାଡ଼ରୁ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ପ୍ରାୟ ୧୦ ଟି ପାହାଡ଼ କୁ ନିଆଁ ବ୍ୟାପି ସାରିଲାଣି।  ଜିଲ୍ଲାର କରୁକୋଣ୍ଡାର ଭିମା ରଙ୍ଗିନୀ, କୁକୁଡ଼ା ଗୁଡା, ଚଳନଗୁଡା ପରି ଅନେକ ପାହାଡ଼କୁ କବଳିତ କରିସାରିଲାଣି ନିଆଁ।  ନିଆଁ ଲାଗିବାର କାରଣ ଜଣାପଡି ନଥିଲେ ମଧ୍ୟ ସ୍ଥାନୀୟ ଲୋକେ ନିଆଁ ଲଗାଇଥିବା ଅନୁମାନ କରୁଛି ବନ ବିଭାଗ ।

[caption id="attachment_625592" align="aligncenter" width="650"]Fire ମାଲକାନଗିରି ଜିଲ୍ଲା ପାହାଡ଼ରେ ନିଆଁ ଲାଗିଛି।[/caption]

ନିଆଁ ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ବନ ବିଭାଗର ଟିମ୍‌ ଗଠନ କରାଯାଇ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଖୁବ ଶୀଘ୍ର ନିଆଁକୁ ଆୟତ୍ତ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ପ୍ରାୟ ଦୁଇ ସପ୍ତାହ ଧରି ଜଙ୍ଗଲ ଜଳିପୋଡ଼ି ପାଉଁଶ ହେବା ପରେ ନିଦରୁ ଉଠିଛନ୍ତି ରାଜ୍ୟ ସରକାର॥ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ବାହାରର ବିଶେଷଜ୍ଞ ଓ ରାଜ୍ୟର ଅଭିଜ୍ଞ ଅଧିକାରୀଙ୍କୁ ନେଇ ଗଠନ କରିଛନ୍ତି ସ୍ବତନ୍ତ୍ର ଟାସ୍କଫୋର୍ସ ।

ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି । ୬ଟି ରେଂଜର ୧୨ଟି ବିଟ୍ ଅଂଚଳରେ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ ରିପୋର୍ଟରୁ ଜଣାପଡିଛି । ବରେହିପାଣି, ଗୁଡୁଗୁଡିଆ, ତାଳବନ୍ଧ, କେନ୍ଦୁମୁଣ୍ଡି, ଚହଲା, ନଅଣା ରେଂଜରେ ନିଆଁ ଲାଗିଛି ।  ନିଆଁ  ଲିଭାଇବା ପାଇଁ ବନବିଭାଗ ସହ ୪ଟି ଅଗ୍ନିଶମ ବିଭାଗର ଟିମ୍ ଶିମିଳିପାଳ ଭିତରକୁ ଯାଇଛନ୍ତି ।  ଆଜି ବାଲେଶ୍ୱରର ୨୬ଜଣିଆ ଓଡ୍ରାଫ୍ ଟିମ୍ ଓ ପଞ୍ଚମ ବାଟାଲିୟନର ଦୁଇଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି  ।

[caption id="attachment_625595" align="aligncenter" width="650"]similipal ଜଳୁଛି ଶିମିଳିପାଳ ଅଭୟାରଣ୍ୟ[/caption]

ଏହାବ୍ୟତୀତ କିଛି ଦିନ ହେଲାଣି ରେଢାଖୋଲ ବନଖଣ୍ଡର ବିଭିନ୍ନ ରେଂଜରେ ଲାଗିଛି ନିଆଁ। ବନବିଭାଗ ପକ୍ଷରୁ ଟିମ୍ ଗଠନ କରାଯାଇ ନିଆଁ  ଲିଭାଯାଉଛି। ଜଙ୍ଗଲରେ ନିଆଁ ଲାଗିଥିବାରୁ ଆଖପାଖ ବିଭିନ୍ନ ଅଞ୍ଚଳ ଧୂଆଁମୟ ହୋଇଯାଉଛି । ଏପଟେ ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କୁୁ ଧରିବା ପାଇଁ ପ୍ରସ୍ତୁତ ରହିଛି ବନବିଭାଗ । ଏପରିକି ଜଙ୍ଗଲ ଭିତରକୁ ଯେକୌଣସି ବ୍ୟକ୍ତି ବିନା ଅନୁମତିରେ ଯାଇଥିବା ବେଳେ ଯଦି ଧରାପଡନ୍ତି ଏବଂ ତାଙ୍କ ପକେଟରୁ ଦିଆସିଲ୍ ବାହାରେ ତାକୁ ଗିରଫ କରାଯିବ ବୋଲି ଚେତାବନୀ ଦିଆଯାଇଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos