ନିଆଁର ଆଁରୁ ମୁକୁଳି ପାରୁନି ଶିମିଳିପାଳ

ବାରିପଦା(ଓଡ଼ିଶା ରିପୋର୍ଟର):ସତ ଚେଷ୍ଟା ସତ୍ତ୍ୱେ ନିଆଁର ଆଁ ଭିତରୁ ମୁକୁଳି ପାରୁନି ଶିମିଳିପାଳ ଅଭୟାରଣ୍ୟ । ଦୀର୍ଘ ୧୦ ଦିନ ଧରି ଅନବରତ ଜଳୁଛି ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ । ଆଖି ପିଛୁଳାକେ ଜଳି ପୋଡ଼ି ପାଉଁଶ ହୋଇଯାଉଛି। ଆଖି ପାଉନଥିବା ବିଶାଳ ସବୁଜ ବନାନୀ ଶିମିଳିପାଳକୁ ଲାଗିଥିବା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳର  ସବୁଠି କ୍ଷୀପ୍ର ଗତିରେ ବ୍ୟାପୀ ଚାଲିଛି ଜଙ୍ଗଲ ନିଆଁ। ଠାଏ ନିଆଁକୁ ଆୟତ୍ତ କଲା ବେଳକୁ […]

7nm

7nm

Tapas Behera
  • Published: Thursday, 04 March 2021
  • Updated: 04 March 2021, 08:17 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର):ସତ ଚେଷ୍ଟା ସତ୍ତ୍ୱେ ନିଆଁର ଆଁ ଭିତରୁ ମୁକୁଳି ପାରୁନି ଶିମିଳିପାଳ ଅଭୟାରଣ୍ୟ । ଦୀର୍ଘ ୧୦ ଦିନ ଧରି ଅନବରତ ଜଳୁଛି ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ । ଆଖି ପିଛୁଳାକେ ଜଳି ପୋଡ଼ି ପାଉଁଶ ହୋଇଯାଉଛି। ଆଖି ପାଉନଥିବା ବିଶାଳ ସବୁଜ ବନାନୀ ଶିମିଳିପାଳକୁ ଲାଗିଥିବା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳର  ସବୁଠି କ୍ଷୀପ୍ର ଗତିରେ ବ୍ୟାପୀ ଚାଲିଛି ଜଙ୍ଗଲ ନିଆଁ। ଠାଏ ନିଆଁକୁ ଆୟତ୍ତ କଲା ବେଳକୁ ଆଉ ଠାଏକୁ ଲମ୍ବି ଯାଉଛି ନିଆଁର ଲହ ଲହ ଜିଭ। ଫଳରେ ବିଲୁପ୍ତ ହୋଇଯାଉଛନ୍ତି ଲକ୍ଷ ଲକ୍ଷ ଔଷଧୀୟ ବୃକ୍ଷ, ଉପକାରୀ ଗୁଳ୍ମ ଓ ଛୋଟବଡ଼ ଅସଂଖ୍ୟ ଜୀବଜନ୍ତୁ।

୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଶିମିଳିପାଳ ଜୈବମଣ୍ଡଳର ପ୍ରାୟ ୩୦ରୁ ଅଧିକ ସ୍ଥାନରେ ଏବେବି ଜଳୁଛି ଜଙ୍ଗଲ ନିଆଁ।  ଅଭୟାରଣ୍ୟର ଉତ୍ତରରେ ଥିବା ବରେହିପାଣି, ତୁଳସୀବଣ, ଚଢେଇ ପାହାଡ଼, ଗୁଡୁଗୁଡ଼ଇା ଓ ନାଣା ଆଦି ସ୍ଥାନରେ ଜଳୁଥିବା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି । ସେପଟେ ଅନନ୍ତପୁର, ବାଲିନାଳ, ଖଣ୍ଡାଚିରା, ନଛିପୁରର ବନାଗ୍ନିକୁ ଲିଭାଇବାରେ ସଫଳ ହୋଇଛି ବନ ବିଭାଗ । ସେହିଭଳି ଅଭୟାରଣ୍ୟର କୋର୍ ଓ ବଫର ଏରିଆରେ ଲାଗିଥିବା ନିଆଁକୁ ଲିଭାଇବାକୁ ନିୟୋଜିତ ହୋଇଛନ୍ତି ସ୍ୱତନ୍ତ୍ର ଟିମ୍।

ନିଆଁକୁ ଆୟତ୍ତ ଲାଗି ଶିମିଳାପାଳର ୨୦୯ଟି ବିଟ୍‌ରେ ଆଉ ୧୦୦ କର୍ମଚାରୀଙ୍କୁ ସାମିଲ କରାଯାଇଛି । ତେବେ ଶିମିଳିପାଳର ନ୍ୟାସନାଲ ପାର୍କ ଅଞ୍ଚଳର ଓ ଅନ୍ୟ କୋର ଏରିଆ ସୁରକ୍ଷିତ ଥିବା କହିଛନ୍ତି । କାଲିଠୁ ଘଟଣାସ୍ଥଳରେ ରହି ନିଆଁ ଲିଭା ଅପରେସନ ଉପରେ ନଜର ରଖିଥିବା ୱାଇଲ୍ଡ ଲାଇଫ୍ ପିସିସିଏଫ୍ ଶଶି ପଲ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos