ପାରାଦୀପରୁ ଗୁଜରାଟ୍ ଗଲା ପ୍ରପିଲିନ୍ ଗ୍ୟାସ
ପାରାଦୀପ (ଏନ୍.ଏମ୍. ବୈଶାଖ): ପାରାଦୀପ ତୈଳ ବିଶୋଧନାଗାରରୁ ପ୍ରଥମ ଥର ପାଇଁ ରପ୍ତାନି ହୋଇଛି ପ୍ରପିଲିନ୍ ଗ୍ୟାସ୍(Propylene Gas)। ଯାହାକି ପ୍ରଥମ ଥର ପାଇଁ ଟ୍ୟାଙ୍କର ଯୋଗେ ଗୁଜରାଟର ବରୋଦା ପ୍ଲାଣ୍ଟ୍କୁ ପଠା ଯାଇଛି। ଆଜି ଏହାକୁ ପତାକା ଦେଖାଇ ଶୁଭରମ୍ଭ କରିଥିଲେ ବିଶୋଧନାଗାରର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଗୌରୀ ଶଙ୍କର ସିଂହ। ଏହି ଗ୍ୟାସ୍ ମୁଖ୍ୟତଃ Poly Propylene unit ରେ ବ୍ୟବହୃତ ହୋଇଥାଏ। ଯେଉଁଥିରୁ ସମସ୍ତ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦିତ ହୋଇଥାଏ।ବର୍ତ୍ତମାନ ପାରାଦୀପ ତୈଳ ବିଶୋଧନାଗାରରେ ଦୈନିକ ପ୍ରାୟ ୩୦୦ ମେଟ୍ରିକ୍ ଟନ୍ ପ୍ରପିଲିନ୍ ଗ୍ୟାସ୍ ଉତ୍ପାଦିତ ହେଉଛି। ଏବେ ପ୍ରାୟ ୪୦୦୦ ମେଟ୍ରିକ୍ ଟନ୍ ଗଚ୍ଛିତ ରହିଛି। ପାରାଦୀପରେ ଏବେ ଏକ ନୂତନ Poly Propylene unit ନିର୍ମାଣାଧୀନ ରହିଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ବାହାରେ ଏହି ଗ୍ୟାସ୍ର ଚାହିଦା ଥିବାରୁ ଏହାକୁ ବାହାରକୁ ପଠା ଯାଉଛି। କିନ୍ତୁ ପାରାଦୀପରେ Poly Propylene unit କାର୍ଯ୍ୟକ୍ଷମ ହେଲେ ଏହା ପ୍ରଥମେ ପାରାଦୀପରେ ବ୍ୟବହୃତ ହେବ। ବଳକା ବାହାରକୁ ପଠାଯିବ ବୋଲି ଜଣାପଡିଛି।
ପାରାଦୀପ (ଏନ୍.ଏମ୍. ବୈଶାଖ): ପାରାଦୀପ ତୈଳ ବିଶୋଧନାଗାରରୁ ପ୍ରଥମ ଥର ପାଇଁ ରପ୍ତାନି ହୋଇଛି ପ୍ରପିଲିନ୍ ଗ୍ୟାସ୍(Propylene Gas)। ଯାହାକି ପ୍ରଥମ ଥର ପାଇଁ ଟ୍ୟାଙ୍କର ଯୋଗେ ଗୁଜରାଟର ବରୋଦା ପ୍ଲାଣ୍ଟ୍କୁ ପଠା ଯାଇଛି। ଆଜି ଏହାକୁ ପତାକା ଦେଖାଇ ଶୁଭରମ୍ଭ କରିଥିଲେ ବିଶୋଧନାଗାରର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଗୌରୀ ଶଙ୍କର ସିଂହ।
ଏହି ଗ୍ୟାସ୍ ମୁଖ୍ୟତଃ Poly Propylene unit ରେ ବ୍ୟବହୃତ ହୋଇଥାଏ। ଯେଉଁଥିରୁ ସମସ୍ତ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦିତ ହୋଇଥାଏ।ବର୍ତ୍ତମାନ ପାରାଦୀପ ତୈଳ ବିଶୋଧନାଗାରରେ ଦୈନିକ ପ୍ରାୟ ୩୦୦ ମେଟ୍ରିକ୍ ଟନ୍ ପ୍ରପିଲିନ୍ ଗ୍ୟାସ୍ ଉତ୍ପାଦିତ ହେଉଛି। ଏବେ ପ୍ରାୟ ୪୦୦୦ ମେଟ୍ରିକ୍ ଟନ୍ ଗଚ୍ଛିତ ରହିଛି।
ପାରାଦୀପରେ ଏବେ ଏକ ନୂତନ Poly Propylene unit ନିର୍ମାଣାଧୀନ ରହିଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।
ରାଜ୍ୟ ବାହାରେ ଏହି ଗ୍ୟାସ୍ର ଚାହିଦା ଥିବାରୁ ଏହାକୁ ବାହାରକୁ ପଠା ଯାଉଛି। କିନ୍ତୁ ପାରାଦୀପରେ Poly Propylene unit କାର୍ଯ୍ୟକ୍ଷମ ହେଲେ ଏହା ପ୍ରଥମେ ପାରାଦୀପରେ ବ୍ୟବହୃତ ହେବ। ବଳକା ବାହାରକୁ ପଠାଯିବ ବୋଲି ଜଣାପଡିଛି।