ଆରମ୍ଭ ହେଲା ପ୍ରଥମ ହୁଇଲ୍ ଚେୟାର୍ ଟେନିସ୍ କର୍ମଶାଳା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଇଣ୍ଡିଆନ ହୁଇଲ୍ ଚେୟାର୍ ଟେନିସ ଟୁର୍ (IWTT) ସହଯୋଗରେ ଚକେଲେଟ୍ ଗ୍ରୁପ ଦ୍ୱାରା ପ୍ରଥମ ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ହୁଇଲ ଚେୟାର ମୋମେଣ୍ଟ, ଟେକନିକ ସହ କେମିତି ହୁଇଲ ଚେୟାରରେ ବସି ଟେନିସ୍ ଖେଳି ହେବ, ସେ ନେଇ ଭିନ୍ନକ୍ଷମ ହୁଇଲ ଚେୟାର ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଦୁଇଟି ବ୍ୟାଚ, ଜୁନିୟର ଓ ସିନିୟର ବ୍ୟାଚ୍ କରାଯାଇ […]

tennis

tennis

Ranjit Kumar Jena
  • Published: Friday, 19 February 2021
  • Updated: 19 February 2021, 09:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଇଣ୍ଡିଆନ ହୁଇଲ୍ ଚେୟାର୍ ଟେନିସ ଟୁର୍ (IWTT) ସହଯୋଗରେ ଚକେଲେଟ୍ ଗ୍ରୁପ ଦ୍ୱାରା ପ୍ରଥମ ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ହୁଇଲ ଚେୟାର ମୋମେଣ୍ଟ, ଟେକନିକ ସହ କେମିତି ହୁଇଲ ଚେୟାରରେ ବସି ଟେନିସ୍ ଖେଳି ହେବ, ସେ ନେଇ ଭିନ୍ନକ୍ଷମ ହୁଇଲ ଚେୟାର ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଦୁଇଟି ବ୍ୟାଚ, ଜୁନିୟର ଓ ସିନିୟର ବ୍ୟାଚ୍ କରାଯାଇ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ହୁଇଲ୍ ଚ୍ୟାର୍ ଟେନିସ୍ (IWTT)ର ଇନଷ୍ଟ୍ରକ୍ଟର୍ ଏଚ୍ ମଧୁସଦନ ଓ ଟେନିସ୍ ଖେଳାଳି ତଥା ଚକଲେଟ ଗ୍ରୁପର ମୁଖ୍ୟ ଚିନ୍ମୟ ପ୍ରଧାନଙ୍କ ଦ୍ଵାରା ଭିନ୍ନକ୍ଷମ ହୁଇଲ ଚେୟାର ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଆଜି ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫ ଜଣ ଭିନ୍ନକ୍ଷମ ହୁଇଲ ଚେୟାର ଖେଳାଳି ସାମିଲ ହୋଇଥିଲେ।ଯେଉଁଥିରେ ୧୧ ଜଣ ପୁରୁଷ ଓ ୪ ଜଣ ମହିଳା ପ୍ରତିଯୋଗୀ ସାମିଲ ଥିଲେ। ଆସନ୍ତା କାଲି ରାଜ୍ୟର ବିଭିନ୍ନ ସ୍ଥାନରୁ ଅନ୍ୟ ଖେଳାଳି ମାନେ ମଧ୍ୟ ସାମିଲ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos