ବଜେଟରେ ମାନ୍ଦାବସ୍ଥାର ଛାପ, ଋଣ ହିଁ ଭରସା

ଭୁବନେଶ୍ୱର(ପ୍ରକାଶ ସେଠୀ): ‘ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ’ର ପ୍ରତିବଦ୍ଧତାର ସ୍ୱପ୍ନ ଦେଖାଇ ରାଜ୍ୟ ସରକାର ଆଗତ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ମାନ୍ଦାବସ୍ଥାର ଛାପ ଜଳଜଳ ହୋଇ ଦିଶୁଛି। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୬.୧୬% ଆକଳନ କରାଯାଇଥିବାବେଳେ ୨୦୨୦-୨୧ ବଜେଟରେ ଅଭିବୃଦ୍ଧି ହାର ୭.୮% ରହିବ ବୋଲି ସୁନେଲୀ ସ୍ପପ୍ନ ଦେଖାଇଛନ୍ତି। ଏପରିକି ରାଜ୍ୟ ବଜେଟ୍ ଖର୍ଚ୍ଚ ତୁଲାଇବା ପାଇଁ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୨୫୪୫୦କୋଟି ଟଙ୍କାର […]

budget1

budget1

Manoranjan Sial
  • Published: Tuesday, 18 February 2020
  • Updated: 18 February 2020, 08:52 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ‘ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ’ର ପ୍ରତିବଦ୍ଧତାର ସ୍ୱପ୍ନ ଦେଖାଇ ରାଜ୍ୟ ସରକାର ଆଗତ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ମାନ୍ଦାବସ୍ଥାର ଛାପ ଜଳଜଳ ହୋଇ ଦିଶୁଛି। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୬.୧୬% ଆକଳନ କରାଯାଇଥିବାବେଳେ ୨୦୨୦-୨୧ ବଜେଟରେ ଅଭିବୃଦ୍ଧି ହାର ୭.୮% ରହିବ ବୋଲି ସୁନେଲୀ ସ୍ପପ୍ନ ଦେଖାଇଛନ୍ତି। ଏପରିକି ରାଜ୍ୟ ବଜେଟ୍ ଖର୍ଚ୍ଚ ତୁଲାଇବା ପାଇଁ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୨୫୪୫୦କୋଟି ଟଙ୍କାର ଋଣ ବିଭିନ୍ନ ସୂତ୍ରରୁ କରିବେ ବୋଲି ସଙ୍କେତ ଦେଇଛନ୍ତି। ଯାହା ରାଜ୍ୟର ଗୋଲାପୀ ଆର୍ଥିକ ସ୍ଥିତିକୁ ମଧ୍ୟ ପଦାରେ ପକାଇଛି।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଥିଲେ। କୃଷିଭିତ୍ତିକ ରାଜ୍ୟ ଓଡ଼ିଶା ପ୍ରଥମଥର ପାଇଁ କୃଷି, ଶିଳ୍ପ ଓ ସାମାଜିକ କ୍ଷେତ୍ର ଭଳି ଦିଗକୁ ପ୍ରାଥମିକତା ଦେବା ପରିବର୍ତ୍ତେ ବଜେଟରେ ପୁଞ୍ଜିନିବେଶ, ବିକାଶ,ଭିତ୍ତିଭୂମି ଉନ୍ନୟନ ଓ ରୂପାନ୍ତରଣ ଉପରେ ଗୁରୁତ୍ୱ ଦେଇଛି। ବଜେଟରେ ସେଭଳି କୌଣସି ଆଖିଦୃଶିଆ ନୂଆ ଯୋଜନା ନଥିବାବେଳେ କେବଳ ଆଇଟି ବଜେଟକୁ ଦ୍ୱିଗୁଣ କରି ପ୍ରତ୍ୟେକ ପଞ୍ଚାୟତକୁ ଡିଜିଟାଲ ସଂଯୋଗ କରାଇବାକୁ ସ୍ୱପ୍ନ ଦେଖାଇଛନ୍ତି। ବଜେଟରେ ମୋଟ ରାଜସ୍ୱ ପ୍ରାପ୍ତି ୧ଲକ୍ଷ ୨୪ହଜାର ୩ଶହ କୋଟି ଟଙ୍କା ଲକ୍ଷ୍ୟ ରଖାଯାଇଥିବାବେଳେ ଋଣ ଓ ଅନ୍ୟାନ୍ୟ ସୂତ୍ରରୁ ୨୫୭୦୦କୋଟି ଟଙ୍କା ଆଣି ଭରଣା କରିବେ । ରାଜ୍ୟ ଉପରେ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ଉପରେ ଋଣବୋଝ ୧ଲକ୍ଷ ୧୩ହଜାର ୨୩୭କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଛି।

ଦେଢ଼ଲକ୍ଷ କୋଟି ଟଙ୍କାର ବଜେଟକୁ ଆଗତ କରି ଏହା ହିଁ ନୂଆ ଓଡ଼ିଶା ଓ ୨୦୦୦ ମସିହା ତୁଳନାରେ ବଜେଟର ପରିମାଣର ୧୨୦୦% ବୃଦ୍ଧି ପାଇଛି ବୋଲି ଦମ୍ଭୋକ୍ତି ବାଢ଼ୁଥିବା ରାଜ୍ୟ ସରକାର କିନ୍ତୁ ୨୦୧୯-୨୦ ଆର୍ଥିକ ବର୍ଷରେ ୧.୩୯ଲକ୍ଷ କୋଟି ଟଙ୍କାର ମୂଳ ବଜେଟ୍ ଓ ୮୧୨୬କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବ୍ୟୟବରାଦ ସତ୍ତ୍ୱେ ମାନ୍ଦାବସ୍ଥାର ଆଳ ଦେଖାଇ ୨୦୧୯-୨୦ ଆର୍ଥିକ ବର୍ଷରେ ସଂଶୋଧିତ ବଜେଟ୍ ଆକଳନକୁ ମାତ୍ର ୧.୩୫ଲକ୍ଷ କୋଟି ଟଙ୍କାରେ ସୀମିତ ରଖିଛନ୍ତି। ଯାହାକି ଆଜି ଆଗତ ବଜେଟରୁ ସ୍ପଷ୍ଟ ଜଣାପଡ଼ିଛି। ସେହିପରି ୨୦୧୩-୧୪ରେ ପ୍ରଥମଥର ଆଗତ ହୋଇଥିବା ସ୍ୱତନ୍ତ୍ର କୃଷି ବଜେଟ ତୁଳନାରେ ଏଥର ପ୍ରାୟ ୩ଗୁଣ ପାଇଥିଲେ ମଧ୍ୟ ‘କାଳିଆ’ ଯୋଜନାରେ ସହାୟତା ପାଇଥିବା ଚାଷୀଙ୍କ ସଂଖ୍ୟା ୪୩ଲକ୍ଷ ମଧ୍ୟରେ ସୀମିତ ରହିଛି । ଯଦିଓ ୭୫ଲକ୍ଷ ଚାଷୀଙ୍କୁ ସହାୟତା ଦେବାର ପ୍ରତିଶ୍ରୁତି ରଜ୍ୟା ସରକାର ଦେଇଚାଲିଛନ୍ତି। ସେହିପରି ବିଧାୟକମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ରାଜ୍ୟର ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ବିଧାୟକ ପାଣ୍ଠି ପରିମାଣକୁ ଏକ କୋଟି ଟଙ୍କାରୁ ୩କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।

ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୫୫୪୩କୋଟି ଟଙ୍କାର ‘ନ୍ୟୁଟ୍ରିସନ୍ ବଜେଟ’ ଆଗତ କରିବା ସହ ଚାଇଲ୍ଡ ବଜେଟ୍ ଓ ଜେଣ୍ଡର ବଜେଟ୍ ଆଗତ କରିଛି। ୨୦୧୪ ମସିହାରେ କ୍ଷମତାକୁ ଆସିବାପରେ ରାଜ୍ୟରେ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସ୍ୱପ୍ନ ଦେଖାଇଥିବା ରାଜ୍ୟ ସରକାର ଏପର୍ଯ୍ୟନ୍ତ ତାକୁ ପୂରଣ କରିନଥିବାବେଳେ ଏବେ ଆସନ୍ତା ୫ବର୍ଷରେ ୧୨ହଜାର କୋଟି ଟଙ୍କା ଖର୍ଚ୍ଚ କରି ନଦୀ ଜଳକୁ ସଂରକ୍ଷଣ କରି ରଖିବା ପାଇଁ ନଦୀପଠାରେ ଜଳଭଣ୍ଡାର ନିର୍ମାଣ କରି ଜଳସେଚନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇବେ ବୋଲି ବଜେଟରେ କହିଛନ୍ତ ।

ମନ୍ଦିର ଭଙ୍ଗାଗଢ଼ା ମଧ୍ୟରେ ଭିତ୍ତଭୂମି ବିକାଶକୁ ସୀମିତ ରଖିଥିବା ରାଜ୍ୟ ସରକାର ବଜେଟରେ ୫୦କୋଟି ଟଙ୍କା ବ୍ୟୟବରାଦ କରି ‘ନୂଆ ସହର’ ନିର୍ମାଣର ସ୍ୱପ୍ନ ଦେଖାଇଛନ୍ତି। ବିଜୁ ସେତୁ ଯୋଜନାରେ ପ୍ରଥମଥର ପାଇଁ ୧ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଶିଳ୍ପ ବଜେଟକୁ ଦ୍ୱିଗୁଣ କରି ୫୭୫କୋଟି ଟଙ୍କା ଓ ପର୍ଯ୍ୟଟନ ବଜେଟକୁ ୪୦୧କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ବନୀକରଣ ଉପରେ ଗୁରୁତ୍ୱ ଦିଆଯାଇ ଏବାବଦରେ ୧୯୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଯଦିଓ ପୂର୍ବରୁ ‘ସବୁଜ ମହାନଦୀ ମିଶନ’ କାର୍ଯ୍ୟକ୍ରମ ସଫଳ ହୋଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story