ମାଓବାଦୀ ନାଁରେ ଚାନ୍ଦା ଆଦାୟ କରୁଥିଲେ, ବନ୍ଧା ହେଲେ

ରାଉରକେଲା: ମାଓବାଦୀ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ରାଉରକେଲା ବିଶ୍ରା ଥାନା ପୋଲିସ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ଅଞ୍ଚଳର। ସେମାନଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ମାଓବାଦୀ ସଂଗଠନରେ ସାମିଲ ଥିଲେ। ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଜବତ କରିଛି।

ଗତ ୨୩ ତାରିଖ ରାତିରେ ନିଜକୁ ମାଓବାଦୀ କହି ଏହି ଅଭିଯୁକ୍ତମାନେ ବିଶ୍ରା ଥାନା ଅନ୍ତର୍ଗତ କାଳିଆପୋଷରେ ରାସ୍ତା କାମ କରୁଥିବା ଏକ ଠିକା କଂପାନୀକୁ ଚାନ୍ଦା ମାଗିଥିଲେ। ଚାନ୍ଦା ନ ମିଳିବାରୁ ଏମାନେ କ୍ୟାମ୍ପରେ ଭଙ୍ଗାରୁଜା କରିବା ସହ ମିକ୍ସଚର ମେସିନରେ ନିଆଁ ଲଗାଇ ଦେଇଥିଲେ।