ଦଶାହ କାର୍ଯ୍ୟରୁ ମହାଯାତ୍ରା : ପିକ୍ଅପ୍ ଭ୍ୟାନ ଓଲଟି ୭ ମୃତ, ୯ ଗୁରୁତର

ଜୟପୁର (ଓଡ଼ିଶା ରିପୋର୍ଟର): ଏମିତି ବି ମୃତ୍ୟୁ ଆସେ। ଦଶାହ କାର୍ଯ୍ୟ ସାରି ଘରକୁ ଫେରୁଥିଲେ। ହେଲେ ଅଧାବାଟରୁ ଆରପାରିକୁ ବାହୁଡ଼ିଗଲେ। ପିକ୍ଅପ୍ ଭ୍ୟାନ ଓଲଟି ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି। ଦଶାହ କାର୍ଯ୍ୟ ସାରି ଛତିଶଗଡ଼ର କୁଲତା ଗାଁକୁ ଫେରିବା ବେଳେ NH-୩୨୬ର କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ଜୟପୁର ଉପଜିଲ୍ଲାପାଳ, ଏସ୍‌ଡିପିଓ ଘଟଣାସ୍ଥଳକୁ ଯାଇଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି […]

5bn

Tapas Behera
  • Published: Sunday, 31 January 2021
  • , Updated: 02 February 2021, 09:23 AM IST

ଜୟପୁର (ଓଡ଼ିଶା ରିପୋର୍ଟର): ଏମିତି ବି ମୃତ୍ୟୁ ଆସେ। ଦଶାହ କାର୍ଯ୍ୟ ସାରି ଘରକୁ ଫେରୁଥିଲେ। ହେଲେ ଅଧାବାଟରୁ ଆରପାରିକୁ ବାହୁଡ଼ିଗଲେ। ପିକ୍ଅପ୍ ଭ୍ୟାନ ଓଲଟି ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି।

ଦଶାହ କାର୍ଯ୍ୟ ସାରି ଛତିଶଗଡ଼ର କୁଲତା ଗାଁକୁ ଫେରିବା ବେଳେ NH-୩୨୬ର କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ଜୟପୁର ଉପଜିଲ୍ଲାପାଳ, ଏସ୍‌ଡିପିଓ ଘଟଣାସ୍ଥଳକୁ ଯାଇଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଉକ୍ତ ଭ୍ୟାନ୍‌ରେ ୨୦ରୁ ୨୨ ଜଣ  ଲୋକ ଥିଲେ।

ସଦର ମହକୁମା ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପିକ୍‌ଅପ୍‌ର ସ୍ପିଡ୍ ବହୁତ ଥିଲା। ଗାଡ଼ିରେ ଆବଶ୍ୟକତା ଠାରୁ ଢେର ଅଧିକ ଲୋକ ଥିଲେ। ଗାଡ଼ିର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ତେବେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି।

Related story