ଜଳଦସ୍ୟୁଙ୍କ କବଳରୁ ମୁକୁଳି ସ୍ୱଦେଶ ଫେରିଲେ ଓଡ଼ିଆ ନାବିକ ସୁଦୀପ

ମୁମ୍ବାଇ: ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳି ଆଜି ଓଡ଼ିଆ ନାବିକ ସୁଦୀପ କୁମାର ଚୌଧୁରୀଙ୍କ ସମେତ ୫ ଜଣ ଭାରତୀୟ ନାବିକ ସ୍ୱଦେଶ ଫେରିଛନ୍ତି। ମୁକୁଳିଥିବା ଅନ୍ୟ ନାବିକମାନେ ଆନ୍ଧ୍ରପ୍ରଦେଶର ପୁଚା ସାଇ ଅବିନାଶ ଓ ମୂଗୁ ରବି, ମହାରାଷ୍ଟ୍ରର ଯାଦବ ଚିରାଗ ଦୀପକ, ହରିଆଣାର ଅଙ୍କିତ ହୁଡା ବୋଲି ଜଣାପଡ଼ିଛି। ସେମାନେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ନାବିକ ମାନଙ୍କ ପରିବାର ଲୋକେ ଉତ୍ସବ ମନାଇବା ସହ ମିଠା ବାଣ୍ଟିଥିଲେ। ସୁଦୀପ ପଣବନ୍ଦୀ ଥିବା […]

sudeep

sudeep

Subrat Kumar Nayak
  • Published: Monday, 01 July 2019
  • Updated: 01 July 2019, 10:33 PM IST

Sports

Latest News

ମୁମ୍ବାଇ: ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳି ଆଜି ଓଡ଼ିଆ ନାବିକ ସୁଦୀପ କୁମାର ଚୌଧୁରୀଙ୍କ ସମେତ ୫ ଜଣ ଭାରତୀୟ ନାବିକ ସ୍ୱଦେଶ ଫେରିଛନ୍ତି। ମୁକୁଳିଥିବା ଅନ୍ୟ ନାବିକମାନେ ଆନ୍ଧ୍ରପ୍ରଦେଶର ପୁଚା ସାଇ ଅବିନାଶ ଓ ମୂଗୁ ରବି, ମହାରାଷ୍ଟ୍ରର ଯାଦବ ଚିରାଗ ଦୀପକ, ହରିଆଣାର ଅଙ୍କିତ ହୁଡା ବୋଲି ଜଣାପଡ଼ିଛି। ସେମାନେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ନାବିକ ମାନଙ୍କ ପରିବାର ଲୋକେ ଉତ୍ସବ ମନାଇବା ସହ ମିଠା ବାଣ୍ଟିଥିଲେ।

ସୁଦୀପ ପଣବନ୍ଦୀ ଥିବା ସମୟର ଭୟଙ୍କର ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି, ସେଠାରୁ ଆସିବା ପରେ ତାଙ୍କୁ ସତେ ଯେମିତି ପୁନର୍ଜନ୍ମ ପାଇଲା ଭଳି ଲାଗୁଛି। ସେଠାରେ ତାଙ୍କୁ ପଣବନ୍ଦୀ କରି ରଖିଥିବା ଜଳଦସ୍ୟୁମାନେ କିଭଳି ନିର୍ଯାତନା ଦେଉଥିଲେ ସେସବୁ ମଧ୍ୟ ବଖାଣିଛନ୍ତି।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୧୯ରେ ୪ ଭାରତୀୟଙ୍କୁ ନାଇଜେରିଆର ବନ୍ନି ଦ୍ୱୀପରୁ ଜଳଦସ୍ୟୁମାନେ ଏହି ନାବିକମାନଙ୍କୁ ଅପହରଣ କରି ପଣବନ୍ଦୀ ରଖିଥିଲେ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ହସ୍ତକ୍ଷେପ ଫଳରେ ପ୍ରାୟ ୭ ମାସ ପରେ ଭାରତକୁ ଫେରୁଥିବା ସୁଦୀପ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି।

ପୂର୍ବରୁ ଅପହୃତ ସୁଦୀପଙ୍କ ପତ୍ନୀ ଭାଗ୍ୟଶ୍ରୀ ଦାସ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଏ ବିଷୟରେ ଜଣାଇଥିଲେ। ସେ କହିଥିଲେ ତାଙ୍କ ସ୍ୱାମୀ ଏମ୍‌ଟି ଆପେକସ୍‌ (ଆଇଏମ୍‌ଓ ୭୩୩୮୧୦) ଜାହାଜରୁ ଅପହୃତ ହୋଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଥିଲେ, “୧୦ ଦିନ ହେଇଗଲାଣି କୌଣସି ଖବର ନାହିଁ। ଆମେ ଆପଣଙ୍କ ଉତ୍ତରର ଅପେକ୍ଷା କରିଛୁ। ଆମର ଆପଣଙ୍କ ଉପରେ ବିଶ୍ୱାସ ଓ ଆଶା ରହିଛି। ଆମେ ନିଶ୍ଚିତ ଯେ ଆପଣ ଆମକୁ ନିରାଶ କରିବେନି।”

ସେ ଅନ୍ୟ ଏକ ଟ୍ୱିଟ୍‌ରେ ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ନିୟୋଜିତ ଥିବା ଜାହାଜ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ। ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରିବାପରେ ସହାୟତା ପାଇଁ ଏଥିରେ ସେ ଶ୍ରୀ ପଣ୍ଡାଙ୍କୁ ଅନୁରୋଧ କରିଥିଲେ। ଏହାପରେ ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ତୁରନ୍ତ ନାଇଜେରିଆରେ ଅବସ୍ଥାପିତ ରାଷ୍ଟ୍ରଦୂତ ଅଭୟ ଠାକୁରଙ୍କୁ ଚିଠି ଲେଖିଥିଲେ ଏବଂ ଓଡ଼ିଆ ନାବିକଙ୍କ ସମେତ ସମସ୍ତ ଭାରତୀୟ ନାବିକଙ୍କ ଉଦ୍ଧାର ନିଶ୍ଚିତ କରିବାକୁ କହିଥିଲେ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଲଗାତାର ଏହି ଘଟଣାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ଏବଂ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ଥିଲେ। ନାବିକଙ୍କ ମୁକ୍ତି ବାବଦରେ ସୂଚନା ମିଳିବା ପରେ ସେ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story