କୋଇଲା ବୋଝେଇ ହାଇୱା ମାଡ଼ିଗଲା, ଜେଏସଡବ୍ଲ୍ୟୁ ଭୂଷଣ ପାୱାରର ୫ ଶ୍ରମିକ ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ କୋଇଲା ବୋଝେଇ ଟ୍ରକ ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା-ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେର ନିଖିଳ ଢ଼ାବା ଛକ ନିକଟରେ ଜେଏସଡବ୍ଲ୍ୟୁ ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀର ବସ୍ ଉପରେ ମାଡ଼ି ଯିବାରୁ ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୮ଜଣ ଆହତ ହୋଇଥିବାବେଳେ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଜେଏସଡବ୍ଲ୍ୟୁ ଭୂଷଣ କମ୍ପାନୀର ଏକ ବସରେ ଶ୍ରମିକମାନେ ଆସୁଥିବାବେଳେ ଝାରସୁଗୁଡ଼ାର ନିଖିଳ ଢ଼ାବା […]

Bus-Accident

Bus-Accident

Ordigital Desk
  • Published: Friday, 16 September 2022
  • Updated: 16 September 2022, 10:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ କୋଇଲା ବୋଝେଇ ଟ୍ରକ ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା-ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେର ନିଖିଳ ଢ଼ାବା ଛକ ନିକଟରେ ଜେଏସଡବ୍ଲ୍ୟୁ ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀର ବସ୍ ଉପରେ ମାଡ଼ି ଯିବାରୁ ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୮ଜଣ ଆହତ ହୋଇଥିବାବେଳେ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଜେଏସଡବ୍ଲ୍ୟୁ ଭୂଷଣ କମ୍ପାନୀର ଏକ ବସରେ ଶ୍ରମିକମାନେ ଆସୁଥିବାବେଳେ ଝାରସୁଗୁଡ଼ାର ନିଖିଳ ଢ଼ାବା ନିକଟରେ ଏକ କୋଇଲା ବୋଝେଇ ହାଇୱା ଉକ୍ତ ବସକୁ ପଛପଟୁ ଜୋରସୋରରେ ଧକ୍କା ଦେଇଥିଲା । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେମାନେ ହେଲେ ପଙ୍କଜ ଝା(୪୦), ବିଜ୍ରପାଲ ସିଂ(୩୫), ରାଜେନ୍ଦ୍ର ତିୱାରୀ, ଶେର ବାହାଦୂର ଓ ବିକାଶ କୁମାର । ଗୁରୁତର ଅବସ୍ଥାରେ ଥିବା ଅନ୍ୟ ୮ଜଣଙ୍କୁ ବୁର୍ଲାସ୍ଥିତ ଭୀମସାର ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସାମାନ୍ୟ ଆହତଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହସ୍ପିଟାଲ କରାଯାଉଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ଯେ, ଏକ ମର୍ମନ୍ତୁଦ ଦୁର୍ଘଟଣାରେ କୋଇଲା ବୋଝେଇ ହାଇୱା ଜେଏସଡବ୍ଲ୍ୟୁ ଭୂଷଣ କମ୍ପାନୀର ବସକୁ ପଛପଟୁ ଧକ୍କା ଦେବାରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୮ଜଣ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଓ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । କିଛି ଲୋକ ମଧ୍ୟ ସମଲେଶ୍ୱରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ । ତେବେ ମୃତକଙ୍କ କ୍ଷତିପୂରଣ ଦେବା ପାଇଁ ଜିଲ୍ଲା ପ୍ରଶାସନର କିଛି ବ୍ୟବସ୍ଥା ନାହିଁ । ଯଦି ସେମାନେ ଡ୍ୟୁଟିରେ ଥିବେ ତା’ହେଲେ କମ୍ପାନୀ ସହ ଆଲୋଚନା କରି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ।

ସେହିପରି ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲର ସିଡିଏମଓ ଡାକ୍ତର ଦୋଳମଣି ପଟେଲ କହିଛନ୍ତି ଯେ, ସନ୍ଧ୍ୟା ୬ଟା ୨୦ମିନିଟରେ ଏହି ଦୁର୍ଘଟଣା ସମ୍ପର୍କରେ ହସ୍ପିଟାଲକୁ ସୂଚନା ମିଳିଲା । ସଙ୍ଗେସଙ୍ଗେ ୨ଟି ବଡ଼ ଆମ୍ବୁଲାନ୍ସ ପଠାଇ ଆହତମାନଙ୍କୁ ହସ୍ପିଟାଲକୁ ଅଣାଯାଇଛି । ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୮ଜଣ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୬ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story