ପୁଣି ଦିନ ଗଡ଼ାଇଲେ ମୁଖ୍ୟମନ୍ତ୍ରୀ: ଜନସେବା ଅଧିକାର  ଆଇନ ଓ ‘ଫାଇଭ-ଟି’ ଫେଲ୍‌

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟବାସୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କ ଦ୍ୱାରଦେଶରେ ସରକାରୀ ସେବା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ଜନସେବା ଅଧିକାର ଆଇନ-୨୦୧୨ ଓ ‘ଫାଇଭ-ଟି ଓ ମୋ’ ସରକାର’ ପ୍ରୟାସ ପୁଣିଥରେ ଫେଲ୍ ମାରିଛି। ପ୍ରଶାସନକୁ ଉତ୍ତରଦାୟୀ କରି ସହଜରେ ସରକାରୀ ସେବା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାର୍ଯ୍ୟ କରିଥିବା ସମୟସୀମାକୁ ପୁଣିଥରେ ବୃଦ୍ଧି କରିଛନ୍ତି। ଅଗଷ୍ଟ ୧୫ତାରିଖ ପରିବର୍ତ୍ତେ ‘ଗାନ୍ଧି ଜୟନ୍ତୀ’ ସୁଦ୍ଧା ସମସ୍ତ ସରକାରୀ ସେବା ଅନଲାଇନରେ […]

naveen

naveen

Tapas Behera
  • Published: Wednesday, 08 July 2020
  • Updated: 08 July 2020, 10:28 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟବାସୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କ ଦ୍ୱାରଦେଶରେ ସରକାରୀ ସେବା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ଜନସେବା ଅଧିକାର ଆଇନ-୨୦୧୨ ଓ ‘ଫାଇଭ-ଟି ଓ ମୋ’ ସରକାର’ ପ୍ରୟାସ ପୁଣିଥରେ ଫେଲ୍ ମାରିଛି। ପ୍ରଶାସନକୁ ଉତ୍ତରଦାୟୀ କରି ସହଜରେ ସରକାରୀ ସେବା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାର୍ଯ୍ୟ କରିଥିବା ସମୟସୀମାକୁ ପୁଣିଥରେ ବୃଦ୍ଧି କରିଛନ୍ତି। ଅଗଷ୍ଟ ୧୫ତାରିଖ ପରିବର୍ତ୍ତେ ‘ଗାନ୍ଧି ଜୟନ୍ତୀ’ ସୁଦ୍ଧା ସମସ୍ତ ସରକାରୀ ସେବା ଅନଲାଇନରେ ଉପଲବ୍ଧ ହେବ ବୋଲି ଆଜି ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ‘ଫାଇଭ-ଟି’ ଓ ‘ମୋ ସରକାର’ ପ୍ରୟାସରେ ଏପର୍ଯ୍ୟନ୍ତ ସମସ୍ତ ବିଭାଗ ସାମିଲ ହୋଇପାରିନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଫାଇଭ-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ସାଧାରଣ ପ୍ରଶାସନ ଓ ଗୃହ ବିଭାଗ ଅଧୀନରେ ୮ଟି ‘ବୈଷୟିକ ସମାଧାନ ’ ବା ସେବାର ଶୁଭାରମ୍ଭ କରିଛନ୍ତି।  ଭୁବନେଶ୍ୱର ଜମି ଉପଯୋଗ ଉପରେ ନଜର ରଖିବା ନିମନ୍ତେ ଗୁଇନ୍ଦା ବ୍ୟବସ୍ଥା-ବିଏଲୟୁଆଇଏସ୍ କୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଜ୍ଞାନକୌଶଳ ମାଧ୍ୟମରେ ସରକାରୀ ଜମିର ଉପଯୋଗ ସମ୍ପର୍କରେ ସରକାର ତଥ୍ୟ ରଖିବାରେ ସକ୍ଷମ ହେବେ। ସାଟେଲାଇଟ୍ ଚିତ୍ର ମାଧ୍ୟମରେ ସରକାରୀ ଜମି ଉପରେ ନଜର ରଖିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି କୁହାଯାଇଛି। ସେହିପରି ସରକାରୀ ଅଫିସରେ ପ୍ରବେଶ ପାଇଁ ଇ-ପ୍ରବେଶ ବ୍ୟବସ୍ଥା ଲାଗୁ ହେବ। ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନରେ ଏହି ବ୍ୟବସ୍ଥା ଲାଗୁ ହେବ। ସରକାରୀ କର୍ମଚାରୀଙ୍କ ପାଇଁ ଏଚଆରଏମଏସ୍ ବ୍ୟବସ୍ଥାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ କରିଥିବାବେଳେ ଏଣିକି ଅନଲାଇନରେ ଛୁଟି, ଋଣ ଓ ଇ-ସର୍ଭିସ ବୁକର ବିବରଣୀ ମିଳିପାରିବ। ରାଜ୍ୟ ବାହାରେ ଥିବା ଓଡ଼ିଶା ଭବନଗୁଡ଼ଇକ ପାଇଁ ଇ-ଭବନର ଶୁଭାରମ୍ଭ ହୋଇଛି। ଅତିଥିଙ୍କ କୋଠରୀ ବୁକିଂ ଓ ବିଲ୍ ପୈଠ ପାଇଁ ଅନଲାଇନ୍ ବ୍ୟବସ୍ଥା ସହ ରାଜ୍ୟ ଅତିଥିଭବନଗୁଡ଼ିକ ପାଇଁ ଇ-ଅତିଥି ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହୋଇଛି। ଆଇନଗତ ମାମଲାରେ ସରକାରୀ ଅଫିସର ଓ ଓକିଲଙ୍କ ମଧ୍ୟରେ ଯୋଗାଯୋଗ ଓ କୋର୍ଟରେ ବିଭିନ୍ନ ପର୍ଯ୍ୟାୟରେ ମାମଲା ପରିଚାଳନା, ସତ୍ୟପାଠ ପ୍ରସ୍ତୁତି ଆଦି କାର୍ଯ୍ୟ ନିମନ୍ତେ ‘ଲିଟିଗେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ’ କାର୍ଯ୍ୟକ୍ଷମ ହୋଇଛି।

ତେବେ ପ୍ରଶ୍ନ ଉଠୁଛି, ୨୦୨୦ ଫେବୃୟାରୀ ୧୮ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଗଷ୍ଟ ୧୫ତାରିଖ ସୁଦ୍ଧା ସମସ୍ତ ସରକାରୀ ସେବାକୁ ଅନଲାଇନରେ ଉପଲବ୍ଧ କରାଇବା ନିମନ୍ତେ ଟାର୍ଗେଟ୍ ଦେଇଥିଲେ। ଲୋକମାନଙ୍କୁ ସମସ୍ତ ସରକାରୀ ସେବା ଅନଲାଇନରେ ହେଉ ଅବା ସେମାନଙ୍କ ଦ୍ୱାରଦେଶରେ ଉପଲବ୍ଧ କରାଇବା ପାଇଁ ବିଭାଗଗୁଡ଼ିକ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ଏହି ଅଗଷ୍ଟ ୧୫ତାରିଖ ଅବଧିକୁ ପୁଣିଥରେ ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀଙ୍କୁ ବୃଦ୍ଧି କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୨ ମସିହାରୁ ରାଜ୍ୟରେ ଓଡ଼ିଶା ଜନସେବା ଅଧିକାର ଆଇନ କାର୍ଯ୍ୟକ୍ଷମ ହୋଇଆସୁଛି। ୨୫ଟି ବିଭାଗ ନିଜର ୩୪୧ଟି ସେବାକୁ ଏହି ଆଇନ ପରିସରଭୁକ୍ତ କରାଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୧୦୫ଟି ସେବା ଅନଲାଇନରେ ଉପଲବ୍ଧ ହୋଇପାରିଛି।
ସେହିପରି ୨୦୧୯ ସାଧାରଣ ନିର୍ବାଚନ ଜିତିବାପରେ ‘ଫାଇଭ-ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକପ୍ରିୟ ହେବାକୁ ପ୍ରୟାସ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ ୨୦୨୦ ମାର୍ଚ୍ଚ ୫ତାରିଖ ସୁଦ୍ଧା ସମସ୍ତ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହେବ ବୋଲି କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୨୭ଟି ବିଭାଗ ‘ମୋ ସରକାର’ରେ ସାମିଲ ହୋଇପାରିଛି। ବାକି ୧୪ଟି ବିଭାଗ କେବେ ଲାଗୁ ହେବ ତା’ର ସମୟସୀମା ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story