5Tକୁ ଫୁ, ଲୁଟେରା ଛୁ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଟାଉନଥାନା ହେଉଛି  ଜିଲ୍ଲାର ଆଦର୍ଶଥାନା। ଜିଲ୍ଲା ପୁଲିସର ଏହା ଚେହେରା ଭାବେ ମଧ୍ୟ ପରିଚିତ।  ତେଣୁ ଲୋକଙ୍କ ଆଶା ଆକାଂକ୍ଷା ବି ଅଧିକ । କିନ୍ତୁ ଗତ କିଛିଦିନର ଘଟଣାକୁ ଦେଖିଲେ, ଏଠି ଲୋକେ ନିରାଶ ହେଉଛନ୍ତି । ଅଭିଯୋଗ କଲେ ମଧ୍ୟ ଅଭିଯୋଗ ରଖାଯାଉନି । ଘଟଣା ପ୍ରଘଟ ହେଲେ ୮-୧୦ ଦିନ ପରେ ଡକାଯାଇ ପୁଣିଥରେ ଏଫଆଇଆର କରିବାକୁ କୁହାଯାଉଛି । ଅନେକ ଘଟଣାକୁ ଆଦର୍ଶଥାନା ପୁଲିସ ହାଲୁକା ଭାବରେ […]

6890

Tapas Behera
  • Published: Monday, 07 December 2020
  • , Updated: 07 December 2020, 04:09 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଟାଉନଥାନା ହେଉଛି  ଜିଲ୍ଲାର ଆଦର୍ଶଥାନା। ଜିଲ୍ଲା ପୁଲିସର ଏହା ଚେହେରା ଭାବେ ମଧ୍ୟ ପରିଚିତ।  ତେଣୁ ଲୋକଙ୍କ ଆଶା ଆକାଂକ୍ଷା ବି ଅଧିକ । କିନ୍ତୁ ଗତ କିଛିଦିନର ଘଟଣାକୁ ଦେଖିଲେ, ଏଠି ଲୋକେ ନିରାଶ ହେଉଛନ୍ତି । ଅଭିଯୋଗ କଲେ ମଧ୍ୟ ଅଭିଯୋଗ ରଖାଯାଉନି । ଘଟଣା ପ୍ରଘଟ ହେଲେ ୮-୧୦ ଦିନ ପରେ ଡକାଯାଇ ପୁଣିଥରେ ଏଫଆଇଆର କରିବାକୁ କୁହାଯାଉଛି । ଅନେକ ଘଟଣାକୁ ଆଦର୍ଶଥାନା ପୁଲିସ ହାଲୁକା ଭାବରେ ନେଉଥିବାରୁ ଏବେ ସହରରେ ଲୁଟେରାଙ୍କ ଆତଙ୍କ ରାଜ ବଢ଼ୁଛି । ତେଣୁ ଧୀରେ ଧୀରେ ଥାନା ଉପରେ ଲୋକେ ଭରସା  ନକରି, ସିଧାସଳଖ କୋର୍ଟରେ ଅଭିଯୋଗ କରୁଥିବା ଜଣାପଡ଼ିଛି। ଏକ ଲୁଟ ଘଟଣାରେ ଏଫଆଇଆର ନରଖିବା ଏବେ ଚଚ୍ଚାର୍ର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୮ ତାରିଖରେ ପୁଇଁନ୍ତଲା ଥାନା କୁଲେରବାହାଲି ଗାଁର ମଂଗଳୁ ମୋଟାରୀ ବ୍ୟାଙ୍କକୁ ଆସି ଟଙ୍କା ଉଠାଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୦ ହଜାର ଟଙ୍କା ଉଠାଇଥିଲେ ମଂଗଳୁ । ତେବେ ସିସିଟିଭି ଭିଜୁଆଲରେ ଜଣାପଡ଼ିଛି ଯେ, ଧଳା ସାର୍ଟ ପିନ୍ଧିଥିବା ଜଣେ ଯୁବକ ମଂଗଳୁ ଓ ତାଙ୍କ ଭାଇଙ୍କୁ ଫଲୋ କରୁଛି । ସିଧା ବ୍ୟାଙ୍କରୁ ବାହରି ମଂଗଳୁ ପହଞ୍ଚିଥିଲେ ବଲାଙ୍ଗିର ହସପିଟାଲ ଛକରେ ।  ଔଷଧ  କିଣିବା ପାଇଁ ସେଠି ଅଟକିଥିବା ବେଳେ  ବ୍ଳାକ ପଲସରରେ ଦୁଇଜଣ ଆସି ମଂଗଳୁଙ୍କୁ କିଛି ପଚାରିବାର ଅଭିନୟ କରି ଡିକି କାଟି ଲୁଟିନେଇଥିଲେ ଟଙ୍କା ।

ତା’ପରେ ଦୁଇଭାଇ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଶା ଥିଲା ପୁଲିସ ତଦନ୍ତ କରିବ । ଟଙ୍କା ଉଦ୍ଧାର କରିବ । କିନ୍ତୁ ଅଭିଯୋଗପତ୍ରର ନକଲ ବି ଦେଇନଥିଲା ଟାଉନ ପୁଲିସ । ହେଲେ ଅକ୍ଟୋବର ୫ ତାରିଖ ସହରରେ ଏକ ବଡ ଲୁଟ ହେଲା ପରେ ତନାଘନା ହୋଇଥିଲା । ଗତ ୨୮ ତାରିଖରେ ହୋଇଥିବା ଲୁଟର ତଦନ୍ତ କରିବାତ ଦୂରର କଥା ଅଭିଯୋଗ ଦାଖଲ କରି ନଥିଲା ପୁଲିସ । ପାଖାପାଖି ଘଟଣାର ଆଠ ଦଶଦିନ ପରେ ପୁଣି ଅଭିଯୋଗକାରୀଙ୍କୁ ଗାଁରୁ ଡକାଇ  ଆଉ ଏକ ନକଲ ଏଫଆଇଆର ଲେଖିବାକୁ କହିଥିଲା।  ଆଉ ଘଟଣାର ଦଶଦିନ ପରେ ଆଦର୍ଶଥାନା ଅଧିକାରୀ ମାମଲା ଦାୟର କରିଛନ୍ତି।

Related story