ସବୁଠି ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସାରା ଦେଶରେ ୭୩ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ତେବେ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବେଶ୍ ଧୁମ୍‌ଧାମ୍‌ରେ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି। ସେହିପରି କଟକସ୍ଥିତ ଓଡ଼ିଶା ହାଇକୋର୍ଟରେ  ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌ ଜାଭେରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଓଡ଼ିଶା ହାଇକୋର୍ଟର […]

angul

angul

Jyoshna Pradhan
  • Published: Thursday, 15 August 2019
  • Updated: 15 August 2019, 01:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସାରା ଦେଶରେ ୭୩ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ତେବେ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବେଶ୍ ଧୁମ୍‌ଧାମ୍‌ରେ ସ୍ୱାଧୀନତା ଦିବସ ପାଳିତ ହୋଇଛି।

ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି। ସେହିପରି କଟକସ୍ଥିତ ଓଡ଼ିଶା ହାଇକୋର୍ଟରେ  ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌ ଜାଭେରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସମେତ ବିଚାର ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ପୁଲିସ୍‌ ବ୍ୟାଣ୍ଡ୍ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା।

[caption id="attachment_420477" align="aligncenter" width="750"] କଟକ ହାଇକୋର୍ଟରେ ପତାକା ଉତ୍ତୋଳନା[/caption]

ଅନୁଗୋଳ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ନୀତି ଓ ଆଦର୍ଶକୁ ଅନୁସରଣ କରି ଦେଶ ଓ ଜାତିର ଉନ୍ନତି ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ଏହା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଗଜପତି ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। କ୍ରୀଡ଼ା ମନ୍ତ୍ରୀ ତୁସାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ।

କଟକ ଜିଲ୍ଲା ସାଲେପୁର ପଡ଼ିଆରେ ସଦରମହକୁମା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସାଲେପୁର ବିଧାୟକ ପ୍ରକାଶ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ମହାଆଡମ୍ୱରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ହାଇସ୍କୁଲ ପଡ଼ିଆରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା  ଦିବସକୁ ଉପଜିଲ୍ଲାପାଳ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।

[caption id="attachment_420481" align="aligncenter" width="750"] ଢେଙ୍କାନାଳରେ ମନ୍ତ୍ରୀ ଅରୁଣ ସାହୁ ପରେଡ ଅଭିଭାଦନ ଗ୍ରହଣ କରୁଛନ୍ତି[/caption]

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଥାନା ଛକ ହେଲିପେଡ଼ ପଡ଼ିଆରେ  ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭୋଗରାଇ ବିଧାୟକ ଅନନ୍ତ ଦାସ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ବ୍ଲକ୍‌ର ୪୦ଟି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ  ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର, ବିଧାୟିକା ଉମାରାଣୀ ପାତ୍ର,  ବ୍ଲକ ଅଧ୍ୟକ୍ଷାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଢେଙ୍କାନାଳରେ ୭୩ତମ ସ୍ୱାଧୀନତା ଦିବସ  ପାଳିତ ହୋଇଯାଇଛି। କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଗଣଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଲନ କରିଥିଲେ। ସ୍କୁଲ, କଲେଜ ଓ ଜିଲ୍ଲା ପୁଲିସ୍‌ ପକ୍ଷରୁ ମୋଟ୍‌ ୪୧ଟି ଗ୍ରୁପ୍‌ ପରେଡ୍‌ରେ ସାମିଲ ହୋଇଥିଲେ।

[caption id="attachment_420482" align="aligncenter" width="750"] ବଲାଙ୍ଗୀରରେ ମନ୍ତ୍ରୀ ନବ ଦାସ ପରେଡ ଅଭିଭାଦନ ଗ୍ରହଣ କରୁଛନ୍ତି[/caption]

ଦେବଗଡସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ସ୍ୱାଧୀନତା ଦିବସ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ  ପ୍ୟାରେଡରେ ଅଭିବାଦନ ଗ୍ରହଣ  କରିଥିଲେ। ଏହି ଅବସରରେ ଜିଲା ପୁଲିସ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ ପରିବେଷଣ କରାଯିବାସହ ଜିଲ୍ଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ ‘ବାଲ୍ୟ ବିବାହକୁ ନା’ଶୀର୍ଷକ ସଚେତନତା ମୂଳକ  ପ୍ରଜ୍ଞାପନ ମେଢ ପ୍ରଦର୍ଶୀତ ହୋଇଥିଲା। ଶେଷରେ ଜିଲାର ମ୍ୟାଟ୍ରିକ ଟପ୍ପର ଛାତ୍ରୀ ଏବଂ ପୂର୍ବରୁ ଆୟୋଜିତ ସ୍କୁଲ ଓ କଲେଜସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ବଲାଙ୍ଗିର ମନୋହରପୁର ରିଜର୍ଭ ପୁଲିସ୍‌ ପଡ଼ିଆ ଠାରେ ୭୩ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବୀ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରଥିଲେ। ଏଥିସହ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ତେବେ  ପ୍ରବଳ ବର୍ଷା ଯୋଗୁ ଛାତ୍ରଛାତ୍ରୀମାନେ ପରେଡ୍ ଅଭ୍ୟାସ କରିପାରି ନଥିଲେ। ଏଥିଯୋଗୁ ଛାତ୍ରଛାତ୍ରୀ ପରେଡ୍ ସାମିଲ ହୋଇନଥିଲେ। କେବଳ ପୁଲିସ୍‌ ଏବଂ ଏନ୍‌ସିସି ଟ୍ରୁପ୍‌ ପରେଡ୍‌ରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story