ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ଚଳାଚଳ ଆରମ୍ଭ

ଝାରସୁଗୁଡ଼ା(ଭାଗିରଥି ସାହୁ): ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଆଜିଠାରୁ ବିମାନ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଏକ ATR-72 ବିମାନ ଝାରସୁଗୁଡ଼ାରେ ପହଞ୍ଚିବା ପରେ ଏଠାରୁ ପୁଣି ଭୁବନେଶ୍ୱରକୁ ଉଡ଼ାଣ ଭରିଥିଲା। ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ଉଡ଼ାଣ ଶୁଭାରମ୍ଭ ସମାରୋହରେ ବରଗଡ଼ ସାଂସଦ ସୁରେଶ ପୁଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଆଲିଏନ୍ସ ଏୟାର ତରଫରୁ ATR-72 ବିମାନ […]

jharsuguda

Jitendra Garnayak
  • Published: Wednesday, 05 June 2019
  • , Updated: 05 June 2019, 02:19 PM IST

ଝାରସୁଗୁଡ଼ା(ଭାଗିରଥି ସାହୁ): ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଆଜିଠାରୁ ବିମାନ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଏକ ATR-72 ବିମାନ ଝାରସୁଗୁଡ଼ାରେ ପହଞ୍ଚିବା ପରେ ଏଠାରୁ ପୁଣି ଭୁବନେଶ୍ୱରକୁ ଉଡ଼ାଣ ଭରିଥିଲା।

ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ଉଡ଼ାଣ ଶୁଭାରମ୍ଭ ସମାରୋହରେ ବରଗଡ଼ ସାଂସଦ ସୁରେଶ ପୁଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ଥର ପାଇଁ ଆଲିଏନ୍ସ ଏୟାର ତରଫରୁ ATR-72 ବିମାନ ସେବା ଆରମ୍ଭ ହେଉଛି। ଆଲିଏନ୍ସ ଏୟାର ହେଉଛି ଏୟାର ଇଣ୍ଡିଆର ଏକ ସବ୍‌ସିଡାରୀ ସଂସ୍ଥା।

ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୩୧ରୁ ଉଡ଼ାନ୍‌ ଯୋଜନା-୩ରେ ସ୍ପାଇସ୍ ଜେଟ୍‌ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ତିନିଟି ପ୍ରମୁଖ ସହର ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତାକୁ ବିମାନ ସେବା ଯୋଗାଉଛି।

ଆଜିଠାରୁ ଭୁବନେଶ୍ୱର ଓ ରାୟପୁରକୁ ସିଧା ବିମାନ ସେବା ଆରମ୍ଭ ହେଉଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଝାରସୁଗୁଡ଼ାବାସୀ। ତେବେ ଶୀଘ୍ର ମୁମ୍ବାଇ ଓ ବାଙ୍ଗାଲୋରକୁ ମଧ୍ୟ ବିମାନ ଚଳାଚଳ ପାଇଁ ଦାବି ହୋଇଛି।

Related story