କାହିଁକି ବୁଡ଼ିଲା ବଲାଙ୍ଗିର ?

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ଗୋଟିଏ ଦିନର ବର୍ଷାରେ ବୁଡ଼ିଗଲା ବଲାଙ୍ଗିର । ବର୍ଷା ଛାଡ଼ିଯିବା ପରେ ଏବେ ସାମ୍ନାକୁ ଆସିଛି ଅଭୂତପୂର୍ବ କ୍ଷୟକ୍ଷତି ଓ ଦୁର୍ଦ୍ଦଶାର ଚିତ୍ର। ହେଲେ ବଲାଙ୍ଗିର ସହରରେ ଏତେବଡ଼ ବିପତ୍ତି ପାଇଁ ଦାୟୀ କ’ଣ କେବଳ ବର୍ଷା? ଅଭିଯୋଗ ହେଉଛି ମୂଷଳ ଧାରାରେ ବର୍ଷା ଯେତିକି ଦାୟୀ, ତା’ଠୁ ଅଧିକ ଦାୟୀ ସହର ମଝିରେ ବହୁଥିବା ଲକ୍ଷ୍ମୀଜୋର ଉପରେ ପ୍ରକଳ୍ପ ।  ହେଲେ ଏନେଇ କିନ୍ତୁ ଜିଲ୍ଲାପାଳ କିମ୍ବା ଅନ୍ୟ ଅଧିକାରୀ କେହିବି ମୁହଁ ଖୋଲିବାକୁ […]

b-944

b-944

Tapas Behera
  • Published: Wednesday, 14 August 2019
  • Updated: 14 August 2019, 07:45 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ଗୋଟିଏ ଦିନର ବର୍ଷାରେ ବୁଡ଼ିଗଲା ବଲାଙ୍ଗିର । ବର୍ଷା ଛାଡ଼ିଯିବା ପରେ ଏବେ ସାମ୍ନାକୁ ଆସିଛି ଅଭୂତପୂର୍ବ କ୍ଷୟକ୍ଷତି ଓ ଦୁର୍ଦ୍ଦଶାର ଚିତ୍ର। ହେଲେ ବଲାଙ୍ଗିର ସହରରେ ଏତେବଡ଼ ବିପତ୍ତି ପାଇଁ ଦାୟୀ କ’ଣ କେବଳ ବର୍ଷା? ଅଭିଯୋଗ ହେଉଛି ମୂଷଳ ଧାରାରେ ବର୍ଷା ଯେତିକି ଦାୟୀ, ତା’ଠୁ ଅଧିକ ଦାୟୀ ସହର ମଝିରେ ବହୁଥିବା ଲକ୍ଷ୍ମୀଜୋର ଉପରେ ପ୍ରକଳ୍ପ ।  ହେଲେ ଏନେଇ କିନ୍ତୁ ଜିଲ୍ଲାପାଳ କିମ୍ବା ଅନ୍ୟ ଅଧିକାରୀ କେହିବି ମୁହଁ ଖୋଲିବାକୁ ନାରାଜ। ମ୍ୟୁନିସ୍‌ପାଲଟି କଲୋନିରେ ବନ୍ୟାପରର ସ୍ଥିତି ଅତି ଦୟନୀୟ ହୋଇପଡ଼ିଛି। କେଉଁଠି ପୋଲ ଭାଙ୍ଗି ସହର ଭିତରେ ବିଚ୍ଛିନ୍ନାଞ୍ଚଳ ପାଲଟିଯାଇଛି ତ’ ଆଉ କେଉଁଠି ଫାଟି ଆଁ କରିଛି ରାସ୍ତା। ସହରରେ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଇଥିବାରୁ ଆଜି ବି ସ୍କୁଲ କଲେଜ ବନ୍ଦ ଥିଲା। ତେବେ ସ୍ଥିତି ଦେଖି ଆସନ୍ତାକାଲି ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ମୂଷଳ ଧାରାର ବର୍ଷା ପାଇଁ ହିଁ ଏ କ୍ଷୟକ୍ଷତି ହେଲା ନା ୟା ପଛରେ ଅଛି କିଛି ମନୁଷ୍ୟକୃତ କାରଣ  ? ଅଭିଯୋଗ ହେଉଛି, ସହର ବୁଡ଼ିବା ପଛରେ ମୂଳ କାରଣ ହେଲା ବଲାଙ୍ଗିର ସହର ଦେଇ ବହିଯାଇଥିବା ଲକ୍ଷ୍ମୀଜୋର, ଏବଂ ଏହା ଉପରେ ସୌନ୍ଦଯର୍ୟକରଣ ପ୍ରକଳ୍ପ।  ସୌନ୍ଦର୍ଯ୍ୟକରଣ ପାଇଁ ଜୋରର ଦୁଇପାର୍ଶ୍ୱରେ ବନ୍ଧ ବାନ୍ଧି ସହର ଭିତରୁ ପ୍ରାକୃତିକ ନାଳର ଗତିପଥ ବନ୍ଦ କରିଦିଆଗଲା। ଆଉ ସେଥିପାଇଁ ସହରବାସୀ ବିଶେଷ କରି ବସ୍ତି ବାସିନ୍ଦା ଏଭଳି ଭୟଙ୍କର ବିପତ୍ତିର ସାମ୍ନା କଲେ ବୋଲି ଅଭିଯୋଗ ହୋଇଛି।

ତେବେ ଲୋକଙ୍କ ଅଭିଯୋଗ ସଂପର୍କରେ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଏସ୍‌ଆରସି କହିଛନ୍ତି ଅସ୍ୱାଭାବିକ୍‌ ବର୍ଷାରୁ ବଲାଙ୍ଗିରରେ ଏଭଳି ସ୍ଥିତି ଉପୁଜିଲ॥

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos